Advertisment

Bike Ambulance: ଅସହାୟ ରୋଗୀଙ୍କ ସାହାରା ପାଲଟିଛି ନଗେନ୍ଦ୍ରଙ୍କ ବାଇକ ଆମ୍ବୁଲାନ୍ସ

ଏହି ବାଇକ ଆମ୍ବୁଲାନ୍ସରେ ଅକ୍ସିଜେନ ସୁବିଧା ମଧ୍ୟ ରହିଛି। ରୋଗୀ ଆରାମରେ ଶୋଇରହି ଡାକ୍ତରଖାନା ଯାଇପାରିବ । ସେହିପରି ସମସ୍ତଙ୍କ ଅବଗତି ଓ ସୁବିଧା ପାଇଁ ୨୪ ଘଣ୍ଟା ଟୋଲ ଫ୍ରି ମୋବାଇଲ ନଂ ରହିଛି। ନିଜେ ନଗେନ୍ଦ୍ର ନାଥ ଏକାଧିକ ଥର ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବାରେ ସହାୟକ ମଧ୍ୟ ହୋଇଛନ୍ତି । ଏଥିସହ ସେ ନିଜର ସମସ୍ତ ଅଙ୍ଗବାନ ପାଇଁ ସ୍ୱୀକୃତିପତ୍ର ପ୍ରଦାନ କରିବା ସହ ଗ୍ରାମାଞ୍ଚଳରେ ଅଙ୍ଗଦାନ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି ।

ଅଦ୍ୟତନ ହୋଇଛି
ବାଇକ୍ ଆମ୍ବୁଲାନ୍ସ

ବାଇକ୍ ଆମ୍ବୁଲାନ୍ସ

Advertisment

ମାନବ ସେବା ହିଁ ମାଧବ ସେବା । ଏହି କଥାକୁ ଜୀବନର ବ୍ରତ କରିଛନ୍ତି ନଗେନ୍ଦ୍ର ନାଥ ସାମଲ। ଆପଣମାନେ ଭାବୁଥିବେ କିଭଳି ସେବା ଦେଉଛନ୍ତି ନରେନ୍ଦ୍ର। କେଉଁ ସେବାକୁ ସେ ଜୀବନର ବ୍ରତ କରିଛନ୍ତି। ହଁ ବଂଧୁ, ନଗେନ୍ଦ୍ରଙ୍କ ସେବା ହେଉଛି ବାଇକ୍ ଆମ୍ବୁଲାନ୍ସ ସେବା। ଯେଉଁ ଅଞ୍ଚଳକୁ ୪ ଚକିଆ ଆମ୍ବୁଲାନ୍ସ ପହଞ୍ଚିପାରୁନି, ସେଠି ଯାଇ ହାଜର ହୋଇଯାଉଛି ନଗେନ୍ଦ୍ରଙ୍କ ବାଇକ୍ ଆମ୍ବୁଲାନ୍ସ। ଆମ୍ବୁଲାନ୍ସ ପାଇଁ ଆଉ କାହାକୁ ଅପେକ୍ଷା କରିବାକୁ ପଡ଼ୁନି। ନଗେନ୍ଦ୍ରଙ୍କ ଏଭଳି ସେବାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା।  

Advertisment

ନଗେନ୍ଦ୍ରଙ୍କ ଘର ବାଲେଶ୍ଵର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଆରୁନ୍ଧାବୃତି-୧ ପଞ୍ଚାୟତରେ। ସାଧାରଣତଃ ଆମ୍ବୁଲାନ୍ସ କହିଲେ ଚାରି ଚକିଆ ଯାନକୁ ବୁଝାଏ। ଚାରି ଚକିଆ ଆମ୍ବୁଲାନ୍ସ ବଦଳରେ 2 ଚକିଆ ଆମ୍ବୁଲାନ୍ସ,ଗ୍ରାମାଞ୍ଚଳରେ ରାସ୍ତା ନଥିବା କିମ୍ବା ଚାରି ଚକିଆ ପାଇଁ ସଡ଼କ ନ ଥିବା ଅପହଞ୍ଚ ସ୍ଥାନକୁ ପହଂଚି ପାରୁଛି। ନଗେନ୍ଦ୍ରଙ୍କ ଏହି ବାଇକ ଆମ୍ବୁଲାନ୍ସ ଖବର ପାଇବା ମାତ୍ରେ ସଂଗେ ସଂଗେ ପହଂଚି ଯାଉଛି।  ଅପେକ୍ଷା କରିବାକୁ ପଡ଼ୁ ନାହିଁ।

ଏହା କୋଣସି ସରକାରୀ ସଂସ୍ଥା ଦ୍ୱାରା ପରିଚାଳିତ ନୁହେଁ। ନଗେନ୍ଦ୍ର ସାମଲ ନିଜେ ଜଳେଶ୍ୱର, ଭୋଗରାଇ, ବସ୍ତା, ବାଲିଆପାଳ ଅଂଚଳକୁ ରୋଗୀଙ୍କୁ ନେଇ ସେବା ଯୋଗାଇଥାନ୍ତି। ସାପ କାମୁଡିବା ଠାରୁ ଆରମ୍ଭ କରି ପ୍ରସୂତି ପର୍ଯ୍ୟନ୍ତ ସମସ୍ତ ଙ୍କୁ ସେବା ଯୋଗାଉଛନ୍ତି ନଗେନ୍ଦ୍ର।

Advertisment

ନଗେନ୍ଦ୍ର ନାଥ ଭାରତୀୟ ରେଡକ୍ରସ ସୋସାଇଟି, ଏସଡିଆଇଏଫ, କେନ୍ଦ୍ରୀୟ ନାଗରିକ ସୁରକ୍ଷା ବାହିନୀ (ସିଭିଲ ଡିଫେନ୍ସ) ରେ କାର୍ଯ୍ୟ କରିବା ସହିତ ବହୁ ଅନୁଷ୍ଠାନରେ ନିଜକୁ ନିୟୋଜିତ କରିଛନ୍ତି। ଗାଁରେ ପିତାମାତାଙ୍କ ସ୍ମୃତି ଉଦେଶ୍ୟରେ ବନ ଭାରତୀ ଫାଉଣ୍ଡେସନ କରି ୧୦ ଖଣ୍ଡ ପଞ୍ଚାଯତର ପାଖାପାଖୂ ୩୦ ଖଣ୍ଡ ଗାଁରେ ନିଃଶୁଳ୍କ ବାଇକ ଆମ୍ବୁଲାନ୍ସ ସେବା ପ୍ରଦାନର ବ୍ୟବସ୍ଥା କରିଆସୁଛନ୍ତି ନଗେନ୍ଦ୍ର। 

ଏହି ବାଇକ ଆମ୍ବୁଲାନ୍ସରେ ଅକ୍ସିଜେନ ସୁବିଧା ମଧ୍ୟ ରହିଛି। ରୋଗୀ ଆରାମରେ ଶୋଇରହି ଡାକ୍ତରଖାନା ଯାଇପାରିବ । ସେହିପରି ସମସ୍ତଙ୍କ ଅବଗତି ଓ ସୁବିଧା ପାଇଁ ୨୪ ଘଣ୍ଟା ଟୋଲ ଫ୍ରି ମୋବାଇଲ ନଂ ରହିଛି। ନିଜେ ନଗେନ୍ଦ୍ର ନାଥ ଏକାଧିକ ଥର ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବାରେ ସହାୟକ ମଧ୍ୟ ହୋଇଛନ୍ତି । ଏଥିସହ ସେ ନିଜର ସମସ୍ତ ଅଙ୍ଗବାନ ପାଇଁ ସ୍ୱୀକୃତିପତ୍ର ପ୍ରଦାନ କରିବା ସହ ଗ୍ରାମାଞ୍ଚଳରେ ଅଙ୍ଗଦାନ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି ।

Advertisment
Good Story Ambulance Oxygen Support Human Interest Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ