Advertisment

ବାପା ଦିନ ମଜୁରିଆ, ମାଆ ପକୁଡ଼ି ଛାଣନ୍ତି...ପୁଅ ୨ ଥର ଏମବିବିଏସ୍‌ ପାଇଲେଣି..ହେଲେ ଟଙ୍କା ନଥିବାରୁ....

ଥରେ ନୁହେଁ ଦୁଇଦୁଇ ଥର MBBS ପାଇଲେଣି । ଡାକ୍ତର ହୋଇ ରୋଗୀଙ୍କ ସେବା କରିବାକୁ ଭାରି ଇଚ୍ଛା...ହେଲେ ସ୍ୱପ୍ନ ପୂରଣରେ ବାଧକ ସାଜିଛି ଟଙ୍କା । ବାପା ମଜୁରିଆ, ମାଆ ପକୁଡ଼ି ବିକନ୍ତି...ଏତିକି ଟଙ୍କାରେ ପୁଅ ଡାକ୍ତର ପଢିବ ବା କେମିତି? ଆପଣ ସାହାଯ୍ୟ କଲେ ଡାକ୍ତରୀ ପଢିପାରନ୍ତେ ଛତ୍ରପତି

ଅଦ୍ୟତନ ହୋଇଛି
Doctor Student

Doctor Student

Advertisment

ପିଲାବେଳୁ ସେ ସ୍ୱପ୍ନ ଦେଖିଥିଲେ ଡାକ୍ତର ହେବେ..ରୋଗୀଙ୍କ ସେବା କରିବେ...ଲୋକଙ୍କ ଜୀବନ ବଞ୍ଚାଇବେ । ଖାଲି ସ୍ୱପ୍ନ ଦେଖିଥିଲେ ତାହା ନୁହେଁ ବରଂ ତାହାକୁ ବାସ୍ତବ ରୂପ ଦେବାକୁ ଚେଷ୍ଟା ବି କରିଥିଲେ । ଆଜିକା ସମୟରେ ଡାକ୍ତରୀ ପାଠପଢିବା ବି କୋଉ କମ୍‌ କଷ୍ଟ କି? ହେଲେ ନିଜର ଅଧ୍ୟବସାୟ ବଳରେ ନିଜର ଲକ୍ଷ୍ୟ ହାସଲ କରିଛନ୍ତି, ଡାକ୍ତରୀ ପାଇଛନ୍ତି ବରଗଡ଼ର ଛତ୍ରପତି ପ୍ରଧାନ । ହେଲେ ଏବେ ପାଠ ପଢାରେ ଅର୍ଥ ସାଜିଛି ବାଧକ ।

Advertisment

ବରଗଡ ଭେଡେନ ବ୍ଲକରେ ରହିଛି ମାନପୁର ଗାଁ । ଆଉ ଏହି ଗାଁରେ ରହିଛି ଛତ୍ରପତିଙ୍କ ଘର । ଅବସ୍ଥା ଦେଖିଲେ ସମସ୍ତେ ବୁଝିପାରିବେ ସେମାନଙ୍କର ଆର୍ଥିକ ସ୍ଥିତି କେତେ ସୁଧାର ? କ୍ୟାବିନ୍‌ ପରି ଘରଟିଏ ଅଛି, ଆଉ ସେଥିରେ ରହୁଛନ୍ତି ପୂରା ପରିବାର । ଘର ପାଖକୁ ଲାଗି ଜଳଖିଆ ଦୋକାନଟିଏ ଅଛି...ସକାଳୁ ସଂଜ ପର୍ଯ୍ୟନ୍ତ ଖଟିଲେ ଟଙ୍କା ୨୦୦ ରୋଜଗାର ହେବା ଭାରି କଷ୍ଟ । ହେଲେ ସେହି ଦୋକାନରୁ ହିଁ ଯେତିକି ରୋଜଗାର ହେଉଛି ସେତିକିରେ ଚଳୁଛି ପୂରା ପରିବାର ।

ଏମିତି ସ୍ଥିତିରେ ବି ପୁଅ କେମିତି ପାଠ ପଢିବ, ନିଜ ସ୍ୱପ୍ନ ପୂରଣ କରିବ ସେହି ଚିନ୍ତାରେ ଦିନ କାଟୁଛନ୍ତି ବାପା-ମାଆ । ପକୁଡ଼ି ଛାଣିଲା ବେଳକୁ ଦୁଃଖରେ ଆଖିରୁ ଲୁହ ଝରିଯାଉଛି ହେଲେ ବି ମନୋବଳକୁ ଦୃଢ କରି ପକୁଡି ଛାଣି ବିକ୍ରି କରୁଛନ୍ତି ଛତ୍ରପତିଙ୍କ ମାଆ ପଦ୍ମା । ବର୍ତ୍ତମାନ ପଦ୍ମାଙ୍କ ସାନ ପୁଅ ମାମୁଁ ଘରେ ରହି ପାଠ ପଢୁଥିବା ବେଳେ ବଡ଼ ପୁଅ ଛତ୍ରପତି ଏସସିବି ମେଡିକାଲରେ ପାଠ ପଢୁଛନ୍ତି । ହେଲେ ଆବଶ୍ୟକୀୟ ହେଉଥିବା ଟଙ୍କା ପଦ୍ମାବତୀ ଯୋଗାଡ କରିପାରୁନାହାନ୍ତି । ଏମିତି ବି ସମୟ ଆସେ ପୁଅ ଫୋନ୍‌ କରି ମାଆଙ୍କୁ ଟଙ୍କା ମାଗେ..ହେଲେ ମାଆ ଅଣ୍ଟିରେ ଥାଏ ମାତ୍ର ୩୦ କି ୫୦ ଟଙ୍କା । ତଥାପି ଯୋଗାଡ କରି କିଛି ଟଙ୍କା ପଠାଏ, ପୁଅକୁ ଲକ୍ଷ ପୂରଣ କରିବାକୁ ପ୍ରେରଣା ଦିଅନ୍ତି ପଦ୍ମାବତୀ ।

Advertisment

ଛତ୍ରପତି ପିଲାଟି ଦିନରୁ ମେଧାବୀ ଛାତ୍ର ଅଟନ୍ତି । ବାପା ଦିନ ମଜୁରିଆ ହୋଇଥିବାରୁ ପିଲାଙ୍କ ପାଠପଢା ଖର୍ଚ୍ଚ ତୁଲାଇବା ତାଙ୍କ ପକ୍ଷରେ କଷ୍ଟ ହୋଇପଡ଼େ । ତେଣୁ ମାଆ ମଧ୍ୟ ଘର ପାଖରେ ଜଳଖିଆ ଦୋକାନ କରି ପରିବାରର ଗୁଜୁରାଣ ମେଣ୍ଟାନ୍ତି । ସେମାନେ ଏତେ ଗରିବ ଯେ ନିଜର ବୋଲି ଡିହଟିଏ ନାହିଁ । ସେଇଥି ପାଇଁ ତ ସରକାରୀ ଯୋଜନା ମିଳୁଥିବା ଘର ବି ସେମାନଙ୍କ ଲାଗି ସାତ ସପନ ହୋଇଛି ।

ଜାଣିଆଶ୍ଚର୍ଯ୍ୟ ହେବେ କି, ଏତେ ଅଭାବ ପରେ ବି...ଛତ୍ରପତି ଯୁକ୍ତ ଦୁଇ ପରେ BDS ପାଇ SCB ରେ ପାଠ ପଢୁଥିଲେ । ୨ ବର୍ଷ ପଢିବା ପରେ MBBS ପାଇଁ ଚେଷ୍ଟା କରିଥିଲେ, ଭଲ ରାଙ୍କ ବି ପାଇଲେ । ହେଲେ ଆର୍ଥିକ ପ୍ରତିବନ୍ଧକ ତାଙ୍କ ବାଟ ହୁଡ଼ିଥିଲା । ଟଙ୍କା ଅଭାବ ନେଇ ସେ ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କୁ ଜଣାଇଥିଲେ । ପୂରା ଘଟଣା ଜାଣିବା ପରେ ୨୫ ହଜାର ଟଙ୍କା ଛତ୍ରପତିଙ୍କୁ ସେ ସାହାଯ୍ୟ କରିଛନ୍ତି ।

Advertisment

ହେଲେ ଛତ୍ରପତିଙ୍କ ସ୍ୱପ୍ନ ପୂରଣ ପାଇଁ ଦରକାର ଆହୁରି ଅଧିକ ଟଙ୍କା । ତେଣୁ ସାହାଯ୍ୟ ଅପେକ୍ଷାରେ ପୂରା ପରିବାର । ଯଦି ଆପଣ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଏହି ଠିକଣାରେ ଯୋଗାଯୋଗ କରନ୍ତୁ..
Padma pradhan

A/c No-35859694571

IFSC- SBIN0003379

Student SCB Medical
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ