Advertisment

ଦୁଇ ହାତୀଙ୍କ ଅନାବିଳ ପ୍ରେମ; କେହି କାହାକୁ ଘଡ଼ିଏ ଛାଡି ରହିପାରନ୍ତିନି...ଦେଖନ୍ତୁ ଭିଡିଓ

ଦୁଇଟି ହାତୀ ମଧ୍ୟ ପରସ୍ପର ଭିତରେ ବନ୍ଧୁତା ସ୍ଥାପନ କରନ୍ତି। ଏକାଠି ରହନ୍ତି। ପରସ୍ପର ସୁଖଦୁଃଖ ବି ବାଣ୍ଟନ୍ତି। ତାମାଲନାଡୁର ମୁଦୁମଲାଇ ହାତୀ ଶିବିରରେ ଥିବା ୭୫ ବର୍ଷୀୟ ଭାମା ଏବଂ ୬୫ବର୍ଷୀୟ କାମାଚିଙ୍କ ବନ୍ଧୁତା ଏହାର ଉଦାହରଣ।

ଅଦ୍ୟତନ ହୋଇଛି
 story of two elephant friends

story of two elephant friends

Advertisment

ହାତୀ ମେରା ସାଥୀ । ୧୯୭୧ ମସିହାର ଏହି ହିନ୍ଦୀ ଚଳଚିତ୍ର ଟି ଆପଣ ଆପଣ ନିଶ୍ଚୟ ଦେଖିଥିବେ । କିପରି ଜଣେ ବନ୍ଧୁ ପାଇଁ ଜୀବନ ଦେବାକୁ ମଧ୍ୟ ଏହି ବିଶାଳ ଜୀବଟି ପଛାଏ ନାହିଁ, ତାହାର ଦୃଷ୍ଟାନ୍ତ ଏହି ଚଳଚିତ୍ରରେ ଦେଖିବାକୁ ମିଳେ। ତେବେ ଖାଲି ହାତୀ-ମଣିଷର ପ୍ରେମ କାହାଣୀ ନୁହେଁ ଆମେ କହୁଛୁ ଦୁଇଟି ହାତୀଙ୍କ ଅନାବିଳ ପ୍ରେମ ବିଷୟରେ। ଦୁଇଟି ହାତୀ ପାଲଟିଛନ୍ତି ଜିଗରି ଦୋସ୍ତ, ଯାହାର ଏକ ଭିଡିଓ ପୋଷ୍ଟ କରିଛନ୍ତି ଆଇଏଏସ୍ ଅଧିକାରୀ ସୁପ୍ରିୟା ସାହୁ।

Advertisment

ଜାଣିବା ତାମିଲନାଡୁର ଦୁଇ ହାତୀ ବନ୍ଧୁଙ୍କ ହୃଦୟସ୍ପର୍ଶୀ କାହାଣୀ । ଯାହାକୁ ପଢିଲେ ଆପଣ ବି ଖୁସିରେ ଆତ୍ମହରା ହୋଇଯିବେ। ଭାମା ଓ କାମଚିଙ୍କ ବନ୍ଧୁତା ବିଷୟରେ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ଆଇଏଏସ୍ ଅଧିକାରୀ ସୁପ୍ରିୟା ସାହୁ। ଏହି ଦୁଇ ହାତୀ ଆଜି କି କାଲି ନୁହେଁ ବରଂ ୫୫ବର୍ଷ ଧରି ସାଥିରେ ଅଛନ୍ତି।

ସୁପ୍ରିୟା ଲେଖିଛନ୍ତି, ଆମ ଭିତରୁ ଅଧିକାଂଶ ଜାଣିନାହାନ୍ତି ମଣିଷଙ୍କ ଭଳି ହାତୀ ମଧ୍ୟ ବନ୍ଧୁତା ସ୍ଥାପନ କରେ। ଦୁଇଟି ହାତୀ ମଧ୍ୟ ପରସ୍ପର ଭିତରେ ବନ୍ଧୁତା ସ୍ଥାପନ କରନ୍ତି। ଏକାଠି ରହନ୍ତି। ପରସ୍ପର ସୁଖଦୁଃଖ ବି ବାଣ୍ଟନ୍ତି। ତାମାଲନାଡୁର ମୁଦୁମଲାଇ ହାତୀ ଶିବିରରେ ଥିବା ୭୫ ବର୍ଷୀୟ ଭାମା ଏବଂ ୬୫ବର୍ଷୀୟ କାମାଚିଙ୍କ ବନ୍ଧୁତା ଏହାର ଉଦାହରଣ। ଯେଉଁମାନେ ୫୫ବର୍ଷ ଧରି ଏକାଠି ଅଛନ୍ତି। ସେମାନେ ଏକାଠି ରହିନ୍ତି, ଖାଆନ୍ତି। ପରସ୍ପରକୁ ଖୁବ ଭଲ ପାଆନ୍ତି। ଏହା ବନ୍ଧୁତ୍ୱର ଏକ ପ୍ରକୃତ କାହାଣୀ।

Advertisment

ଭାମା ଏବଂ କାମାଚିଙ୍କୁ “ପ୍ରକୃତ ସାହସୀ, ବିଶ୍ୱସ୍ତ ଏବଂ ସ୍ନେହୀ” ଭାବରେ ବର୍ଣ୍ଣନା କରି ସେ ତାଙ୍କ ପୋଷ୍ଟରେ ହାତୀମାନଙ୍କ ବିଷୟରେ ଅନେକ କଥା ଲେଖିଛନ୍ତି। ଥରେ ଭାମାର ମାହୁନ୍ତ ତିରୁ ଗୋପାନ୍ ତାକୁ ଜଙ୍ଗଲକୁ ନେଇଥିଲା। ସେଠାରେ ଏକ ଚିତାବାଘ ତାଙ୍କୁ ଆକ୍ରମଣ କରିଥିଲା।ଭାମା ଏକାକୀ ଚିତାବାଘକୁ ଗୋଡ଼ାଇଲା ଏବଂ ତା’ର ମାହୁନ୍ତର ଜୀବନ ରକ୍ଷା କରିଥିଲା। ସେହିପରି କାମାଚିଙ୍କୁ ଥରେ ଏକ ହାତୀପଲ ଆକ୍ରମଣ କରିଥିଲେ। ତାର ଗଭୀର କ୍ଷତ ଭଲ ହେବା ପାଇଁ ବର୍ଷ ବର୍ଷ ସମୟ ଲାଗିଥିଲା, କିନ୍ତୁ ସେ ଏହାକୁ ସାହସର ସହ ସାମନା କରିଥିଲା।

Advertisment

ହାତୀ ଶିବିରରେ ଉଭୟ ଏକାଠି ଠିଆ ହୋଇ ଖାଦ୍ୟ ଖାଆନ୍ତି। ସେମାନେ ଆଖୁ ଖାଇବାକୁ ଭଲ ପାଆନ୍ତି । ସୁପ୍ରିୟା ସାହୁ ତାଙ୍କ ପୋଷ୍ଟରେ ମଧ୍ୟ ହାତୀମାନଙ୍କର ଯତ୍ନ ନେବା ପାଇଁ କ୍ୟାମ୍ପ କର୍ତ୍ତୃପକ୍ଷଙ୍କୁ ପ୍ରଶଂସା କରିଛନ୍ତି। କ୍ୟାମ୍ପରେ ୨ଟି ବାଛୁରି ଓ ୨୭ଟି ହାତୀଙ୍କ ସହ ରହନ୍ତି ଭାମା-କାମାଚି। ତେବେ ଏହି ଶିବିର ଏସିଆର ସର୍ବ ପୁରାତନ ଶିବିର ବୋଲି ସେ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।

Friends Elephant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ