Advertisment

୨୫କୋଟି ବର୍ଷ ପୂର୍ବେ ହୋଇଥିବା ପ୍ରଳୟରୁ ଅନେକ ଜୀବ ସୃଷ୍ଟି ହୋଇଥିଲେ

୨୫କୋଟି ବର୍ଷ ପୂର୍ବେ ହୋଇଥିବା ବିପର୍ଯ୍ୟୟ ପରେ ଜୀବନ ନାଟକୀୟ ଭାବରେ ପରିବର୍ତ୍ତନ ହୋଇଯାଇଥିଲା। ଏହି ସମୟରେ ପଶୁମାନେ ଜନ୍ମ ହୋଇଥିଲେ, କିନ୍ତୁ ସେମାନେ ସେମାନଙ୍କର ପୂର୍ବପୁରୁଷଙ୍କଠାରୁ ଅଧିକ ଦ୍ରୁତ ଥିଲେ।

ଅଦ୍ୟତନ ହୋଇଛି
Mass extinctions causes on earth before crores years ago

Mass extinctions causes on earth before crores years ago

Advertisment

ଏ ପୃଥିବୀ ଅନେକ ପ୍ରାକୃତିକ ବିପର୍ଯ୍ୟୟ ଦେଖିଛି। ଏହିସବୁ ପ୍ରାକୃତିକ ବିପର୍ଯ୍ୟୟକୁ ନେବ ବୈଜ୍ଞାନିକ ମାନେ ମଧ୍ୟ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଚେତାବନୀ ଦେଇଛନ୍ତି। ଏ ପୃଥିବୀ ଉପରେ ଏମିତି ୫ ଥର ପ୍ରଳୟ ଆସିଛି ଯାହା ଜୀବନକୁ ଶେଷ କରିଦେଇଛି। ଏମିତି ଏକ ପ୍ରଳୟ ୨୫ କୋଟି ବର୍ଷ ପୂର୍ବରୁ ପୃଥିବୀ ଉପରକୁ ଆସିଥିଲା ଯାହା ୯୦ ପ୍ରତିଶତ ଜୀବନକୁ ପୂରା ନଷ୍ଟ କରି ଦେଇଥିଲା।

Advertisment

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ବିପର୍ଯ୍ୟୟ ପରେ ଜୀବନ ନାଟକୀୟ ଭାବରେ ପରିବର୍ତ୍ତନ ହୋଇଯାଇଥିଲା। ଏହି ସମୟରେ ପଶୁମାନେ ଜନ୍ମ ହୋଇଥିଲେ, କିନ୍ତୁ ସେମାନେ ସେମାନଙ୍କର ପୂର୍ବପୁରୁଷଙ୍କଠାରୁ ଅଧିକ ଦ୍ରୁତ ଥିଲେ। ଏକ ନୂତନ ଅଧ୍ୟୟନରେ ଏହା ପ୍ରକାଶ ପାଇଛି। ଇଂଲଣ୍ଡର ବ୍ରିଷ୍ଟଲ୍ ବିଶ୍ୱବିଦ୍ୟାଳୟର ନେତୃତ୍ୱରେ ପାଲିଓଣ୍ଟୋଲୋଜିଷ୍ଟ୍‌ଙ୍କ ଏକ ଦଳ ଦ୍ୱାରା ଏହି ଅଧ୍ୟୟନ କରାଯାଇଛି। ବୈଜ୍ଞାନିକମାନେ ଏହି ନୂତନ ଅଧ୍ୟୟନରେ କେଉଁ ସୂଚନା ପାଇଛନ୍ତି ଆସନ୍ତୁ ଜାଣିବା।

ଅଧ୍ୟୟନରେ ପାଲିଓଣ୍ଟୋଲୋଜିଷ୍ଟ୍‌ମାନଙ୍କର ଏକ ଦଳ ଜାଣିବାକୁ ପାଇଛନ୍ତି ଯେ ଗ୍ରେଡ୍ ଡାଇଙ୍ଗର ବିପର୍ଯ୍ୟୟ ପରେ ପରେ ନୂଆ ନୂଆ ଜୀବମାନେ ଜନ୍ମ ହୋଇଥିଲେ। ଜନ୍ମ ହୋଇଥିବା ଝିଟିପିଟି ଏବଂ ପକ୍ଷୀ ପ୍ରଜାତି ଜୀବମାନେ ଅତ୍ୟନ୍ତ ଦ୍ରୁତ ଏବଂ ସ୍ମାର୍ଟ ହୋଇଗଲେ। ଏହା ସହିତ ପଶୁମାନଙ୍କ ଠାରୁ ରକ୍ଷା ପାଇବା ନେଇ ସେମାନଙ୍କ ଭିତରେ କ୍ଷମତା ବିକଶିତ ହେଲା।

Advertisment

୨୦ ରୁ ୨୫ କୋଟି ବର୍ଷ ପୂର୍ବେ ସ୍ଥଳଭାଗରେ ଏବଂ ପାଣିରେ ଥିବା ପଶୁମାନେ ଅତ୍ୟନ୍ତ ଶକ୍ତିଶାଳୀ ଥିଲେ। ଶରୀରର ଗଠନ ହେତୁ ସେମାନେ ଦ୍ରୁତ ଥିଲେ। ନୂତନ ଅଧ୍ୟୟନର ମୁଖ୍ୟ ଲେଖକ ପ୍ରଫେସର ମାଇକେଲ ବେଣ୍ଟନ୍ ଏହି ପଶୁମାନଙ୍କ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି।

ପ୍ରଫେସର ମାଇକେଲ୍‌ ବେଣ୍ଟନ୍ କହିଛନ୍ତି ଯେ ଏହି ସମୟର ପକ୍ଷୀ ଏବଂ ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ମଧ୍ୟରେ ଏକ ବଡ଼ ପାର୍ଥକ୍ୟ ଥିବାବେଳେ ସରୀସୃପ ପ୍ରଜାତି ମଧ୍ୟ ଭିନ୍ନ ଅଟନ୍ତି। ସରୀସୃପମାନଙ୍କର ଥଣ୍ଡା ରକ୍ତ ଥାଏ ଯାହାର ଅର୍ଥ ସେମାନେ ନିଜ ଶରୀରରୁ ବହୁତ ଉତ୍ତାପ ବାହାରେ। ଏହା ସହିତ ସେମାନେ ମଧ୍ୟ ଚଳଚଞ୍ଚଳ ମଧ୍ୟ। ଶୀତରୁ ରକ୍ଷା ପାଇବା ପାଇଁ ସେମାନଙ୍କ ପାଖରେ ସହନଶୀଳତା ନ ଥାଏ।

Advertisment

ଏହି ପଶୁମାନଙ୍କର ବିକାଶ ସ୍ଥଳଭାଗ ସହ ସମୁଦ୍ରରେ ମଧ୍ୟ ହୋଇଥିଲା। ଡକ୍ଟର ଫେକ୍ସିଆଙ୍ଗ ୱୁ କହିଛନ୍ତି ଯେ ମାଛ, କଙ୍କଡା, ଗ୍ୟାଷ୍ଟ୍ରୋପୋଡ ଏବଂ ଷ୍ଟାର୍‌ଫିସ୍‌ଙ୍କ ମଧ୍ୟରେ ଅନେକ ଶିକାର କରିବାର ଦକ୍ଷତା ବିକଶିତ ହୋଇଥିଲା। ସେଗୁଡିକ ବହୁତ ଦ୍ରୁତ ଏବଂ ଶକ୍ତିଶାଳୀ ହୋଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ବିପର୍ଯ୍ୟୟ ପୂର୍ବରୁ ସେମାନଙ୍କର ପୂର୍ବପୁରୁଷମାନେ ଖୁବ ଦୁର୍ବଳ ଥିଲେ। ଏହି ଅନୁସନ୍ଧାନ ପାଇଁ ବ୍ୟବହୃତ ଜୀବାଶ୍ମ ଚାଇନାରେ ଥିଲା।

Ajab Gajab Mass Extinctions
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ