Advertisment

Man Risks Life To Save Dog: ବନ୍ୟାପାଣିରେ ଭାସୁଥାଏ କୁକୁର, ଜୀବନକୁ ଖାତିର୍ ନକରି ଡେଇଁପଡିଲେ ଯୁବକ...

ବନ୍ୟା ପାଣିରେ ଭାସି ଯାଉଥାଏ କୁକୁରଟିଏ । ବଞ୍ଚିବାକୁ ଛାଟିପିଟି ହୋଇ ବିକଳ ହେଉଥାଏ । ଏତିକି ବେଳେ ହଠାତ୍ ନିଜ ଜୀବନକୁ ଖାତିର୍ ନକରି କୁକୁରକୁ ବଞ୍ଚାଇବାକୁ ବନ୍ୟାର ପ୍ରଖର ସୁଅରେ ଡେଇଁ ପଡିଲେ ଜଣେ ଯୁବକ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ପ୍ରମାଣିତ କରିଦେଇଛି, ଏବେ ବି ବଞ୍ଚିଛି ମାନବିକତା...

ଅଦ୍ୟତନ ହୋଇଛି
Man Risks Life To Save Dog

Man Risks Life To Save Dog

Advertisment

ଏବେ ବି ବଞ୍ଚିଛି ମାନବିକତା... ଏ କଥା କେବଳ ଆମେ କହୁନୁ, ଭୀଷଣ ବନ୍ୟା ପ୍ରପୀଡିତ ଉତ୍ତର-ପୂର୍ବ ରାଜ୍ୟ ମଣିପୁରରୁ ଭାଇରାଲ ହେଉଥିବା ଏକ ଭିଡିଓ ଦେଖିଲେ ଆପଣ ମଧ୍ୟ ଏହା କହିବେ । ଯେଉଁଠି ସାମାନ୍ୟତମ ସ୍ୱାର୍ଥ ପାଇଁ ମଣିଷ, ମଣିଷର ଜୀବନ ନେବାକୁ ପଛାଉନି, ସେଠି ଏମିତି ଜଣେ ମଣିଷ ଯିଏ ବନ୍ୟା ପାଣିରେ ଭାସିଯାଉଥିବା ଗୋଟିଏ ନୀରିହ ଜୀବଟିର ଜୀବନ ବଞ୍ଚାଇବାକୁ ନିଜ ଜୀବନକୁ ବାଜିରେ ଲଗାଇ ଦେଉଛି ।

Advertisment

ବନ୍ୟା ପାଣିରେ ଭାସି ଯାଉଥାଏ କୁକୁରଟିଏ । ମୁହଁ ସିନା ଖୋଲୁନଥାଏ, ହେଲେ ଛାଟିପିଟି ହୋଇ ବଞ୍ଚିବାକୁ ଯେପରି ବିକଳ ହେଉଥାଏ । ଏତିକି ବେଳେ ହଠାତ୍ ନିଜ ଜୀବନକୁ ଖାତିର୍ ନକରି କୁକୁରକୁ ବଞ୍ଚାଇବାକୁ ବନ୍ୟାର ପ୍ରଖର ସୁଅରେ ଡେଇଁ ପଡିଲେ ଜଣେ ସାହାସୀ ଯୁବକ । କୁକୁରକୁ ବନ୍ୟାପାଣିରୁ ଟେକି ଆଣି ଜୀବନ ବଞ୍ଚାଇଦେଲେ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ପ୍ରମାଣିତ କରିଦେଇଛି ଯେ, ଏବେ ବି ବଞ୍ଚିଛି ମାନବିକତା...

Advertisment

ଯୁବକ ଜଣକ ମଣିପୁରର ମୈତେଇ ସମ୍ପ୍ରଦାୟର ହୋଇଥିବା ଜଣାପଡିଛି । ଭାଇରାଲ ଭିଡିଓରେ ଦେଖାଯାଇଛି, ବନ୍ୟା ପାଣିର ପ୍ରଖର ସୁଅରେ ଗୋଟିଏ କୁକୁର ଭାସିଯାଉଛି । କୁକୁରଟି ବଞ୍ଚିବା ପାଇଁ ସଂଘର୍ଷ କରୁଥିବାବେଳେ ଜଣେ ଯୁବକ ପାଣିକୁ ଡେଇଁ ପଡୁଛନ୍ତି । ଜୀବନକୁ ବାଜିରେ ଲଗାଇ ବିନା ସୁରକ୍ଷା ଉପକରଣରେ ସେ ବନ୍ୟା ପାଣିରୁ କୁକୁରଟି ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ଶେଷରେ କୁକୁରକୁ ବଞ୍ଚାଇ ଏକ ସୁରକ୍ଷିତ ସ୍ଥାନକୁ ନେଉଛନ୍ତି । ଏହି ପୂରା ଦୃଶ୍ୟ କୌଣସି ଫିଲ୍ମର ସିନ୍‌ଠୁ କମ୍ ଲାଗୁନି ।

ଅଧିକ ପଢ଼ନ୍ତୁ: ଭୂସ୍ଖଳନରେ ୩ ମୃତ, ପୋତି ହୋଇଗଲା ସେନା କ୍ୟାମ୍ପ, ୬ ସୁରକ୍ଷା କର୍ମୀ ନିଖୋଜ

Advertisment

ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ହଜାରରୁ ଊର୍ଦ୍ଧ୍ୱ ଶେୟାର କରାଯାଇ ସାରିଲାଣି । ୟୁଜର୍ସମାନେ ଯୁବକଙ୍କ ମହାନତାକୁ ଭୂରି ଭୂରି ପ୍ରଶଂସା କରୁଛନ୍ତି । କେହି କେହି ଯୁବକଙ୍କୁ 'ରିଏଲ୍ ଲାଇଫ୍ ହିରୋ' କହୁଥିବାବେଳେ ଆଉ କେହି ଲେଖିଛନ୍ତି, ଏପରି ମାନବିକତା ଦେଖି ହୃଦୟ ଖୁସି ହୋଇଗଲା । 

ଜଣେ ୟୁଜର କମେଣ୍ଟ କରିଛନ୍ତି, ଏବେ ବି ମାନବିକତା ବଞ୍ଚିଛି । ଏହି ଭିଡିଓ ତା'ର ଉଦାହରଣ । ଆଉ ଜଣେ ଲେଖିଛନ୍ତି, ଜୀବଜନ୍ତୁଙ୍କୁ ଭଲ ପାଉଥିବା ମଣିଷ ହିଁ ପ୍ରକୃତ ମଣିଷ ହୋଇଥାଏ । 

ଅଧିକ ପଢ଼ନ୍ତୁ: କଡ଼ ଲେଉଟାଇଲା କି କରୋନାର ନୂଆ ଲହର ? ଦିନକରେ ୨ ଜଣଙ୍କ ମୃତ୍ୟୁକୁ ନେଇ ବଢିଲା ଟେନସନ୍...

Viral Video Manipur Humanity Massive Flooding
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ