Advertisment

ପର କରିଦେଲେ ପୁଅ-ବୋହୂ : ବୃଦ୍ଧାଶ୍ରମରୁ ପିଲାଙ୍କୁ ଆଶୀର୍ବାଦ ଦେଉଛନ୍ତି ବାପା

ଇଏ ବି ଜଣେ ବାପା । ପିଲାଙ୍କୁ ମଣିଷ କରିବାକୁ ନିଜେ ଭୋକରେ ରହୁଥିଲେ...ଏବେ ସେହି ପିଲା ୟାଙ୍କୁ ପର କରିଦେବାରୁ ବୃଦ୍ଧାଶ୍ରମ ହିଁ ଏମାନଙ୍କର ଠିକଣା । ଏତେ କଷ୍ଟରେ ଥିଲେ ବି ପୁଅ ବୋହୂଙ୍କ ବିପକ୍ଷରେ ପଦେ କହୁନାହାନ୍ତି...ବରଂ ଆଶ୍ରମରୁ ଦେଉଛନ୍ତି ଆଶୀର୍ବାଦ

ଅଦ୍ୟତନ ହୋଇଛି
Fathers Day

Fathers Day

Advertisment

ଚେୟାର ଉପରେ ବୃଦ୍ଧମାନେ ବସିଥିଲେ....ଫୁଲ, ଚନ୍ଦନ, ଧୂପ ସହିତ ଦୀପ ଦେଇ ସେମାନଙ୍କର କରାଯାଉଥିଲା ପୂଜାର୍ଚ୍ଚନା । ପୁଣି ମୁଣ୍ଡିଆ ମାରି ସେମାନଙ୍କ ଆଶୀର୍ବାଦ ନେଥିଲେ ଅନେକ । ଖାଲି ଏତିକି ନୁହେଁ ବରଂ କେକ୍‌ କଟାଯାଇଥିଲା ...ପୁଣି ଭାତ ସହିତ ନାନା ତିଅଣ ଖାଇବାକୁ ଦିଆଯାଉଥିଲା । ଏମିତି ସବୁ ଦୃଶ୍ୟ ଦେଖିବା ପରେ ହଠାତ୍‌ କେହି କିଛି ବୁଝିପାରୁନଥିବେ । ଭାବୁଥିବେ କାହାର ଜେଜେ ବାପା କି ଅଜାଙ୍କର ବୋଧହୁଏ ଜନ୍ମଦିନ ତେଣୁ ଘରେ କେକ୍‌ କଟାଯାଉଛି ଲୋକଙ୍କୁ ଖାଇବାକୁ ଦିଆଯାଉଛି । ନା..କାହା ଘରର ନୁହେଁ ବରଂ ଗୋଟିଏ ବୃଦ୍ଧାଶ୍ରମରେ ଦେଖିବାକୁ ମିଳିଛି ଏଇ ଦୃଶ୍ୟ । 

Advertisment

ଯାଜପୁର ପାଣିକୋଇଲି ଠାରେ ଥିବା ଶେଷ ପରିଚୟ ବୁଦ୍ଧାଶ୍ରମରେ ଦେଖିବାରୁ ମିଳିଛି ନିଆରା ଦୃଶ୍ୟ । ସେହି ବୃଦ୍ଧାଶ୍ରମରେ ଏକାଧିକ ବୃଦ୍ଧ ରହୁଛନ୍ତି । ନିଜ ଇଚ୍ଛାରେ ନୁହେଁ ବରଂ ସମୟର ଦାସ ହୋଇ ପିଲା-ଛୁଆ ଓ ପରିବାରଙ୍କଠୁ ଦୂରେଇ ଆଶ୍ରମ ହିଁ ସେମାନଙ୍କର ଠିକଣା । ଆଶ୍ରମକୁ ଆସିବା ପୂର୍ବରୁ ସେମାନଙ୍କର ବି ଘର ଥିଲା...ପରିବାର ଥିଲା । ହେଲେ ପିଲାଙ୍କ ନିର୍ଯ।ତନା ଏତେ ବଢିଯାଇଥିଲା ଯେ ଘରଦ୍ୱାର ସବୁ କିଛି ଛାଡି ଏବେ ଆଶ୍ରମରେ ବିତାଉଛନ୍ତି ଶେଷ ସମୟ ।

ସଜସଜ ବିଶ୍ୱ ପିତୃ ଦିବସ ପାଳନ ହୋଇଛି । ଘରେ ଘରେ ବାପାଙ୍କ ପାଇଁ କେତେ କଣ ଆୟୋଜନ କରିଥିଲେ ପିଲା । ହେଲେ ଏମାନେ ସେହି ପିଲାଙ୍କ ଲାଗି ତ ଏଇ ଆଶ୍ରମରେ ରହିଛନ୍ତି । ତେଣୁ ଏମାନଙ୍କୁ ସେ ଆନନ୍ଦ ମିଳିବ ବା କେଉଁଠୁ ? ହେଲେ ଦର୍ଶକବନ୍ଧୁ ଏମାନେ ଆଶ୍ରମରେ ରହୁଛନ୍ତି ସତ କିନ୍ତୁ ଏଇ ଅନୁଷ୍ଠାନର ସଦସ୍ୟମାନେ ନିଜ ବାପା-ମାଆ ଭାବନ୍ତି ଏଇମାନଙ୍କୁ । ସେଇଥି ପାଇଁ ତ ସକାଳୁ ସଂଜ ପର୍ଯ୍ୟନ୍ତ ସେବା କରନ୍ତି । ଆଉ ସଦସ୍ୟଙ୍କର ସେବାରେ ଏମାନେ ସନ୍ତୁଷ୍ଟ ହୋଇ ଆଶୀର୍ବାଦ ଦିଅନ୍ତି ।

Advertisment

କାହାର ଦୁଇ ପୁଅ ତ ଆଉ କାହାର ପୁଅ-ବୋହୂଙ୍କ ସହ ଝିଅ ଅଛନ୍ତି । ହେଲେ ବୟସ ହେବାରୁ ବୁଢା ବାପାଙ୍କୁ ପର କରିଦେଲେ ପିଲା । ଜୀବନଟା ଯାକ ପିଲାଙ୍କ ପାଇଁ ପରିଶ୍ରମ କରିକରି ଥକି ପଡିଲେ...ଭାବିଥିଲେ ଶେଷ ସମୟରେ ପିଲା ସେମାନଙ୍କର ସେବା କରିବେ ବୋଲି । ହେଲେ ସବୁ ଆଶା ସବୁ ସ୍ୱପ୍ନ ସ୍ୱପ୍ନରେ ରହିଗଲା । ଏତେ କଷ୍ଟରେ ଥିବା ପରେ ବି ପିଲାଙ୍କ ବିପକ୍ଷରେ ପଦେ କହିନାହାନ୍ତି ଭଦ୍ରକର ସନାତନ ମୁଦୁଲି ।

ଆମେ ଅନେକ ସମୟରେ ଦେଖୁଛନ୍ତି ବୁଢା ବାପା-ମାଆଙ୍କ ସେବା ଯତ୍ନ କରିବା ବଦଳରେ ତାଙ୍କୁ ପର କରିଦେଉଛନ୍ତି ପୁଅ-ବୋହୂ । ହେଲେ ପାଣିକୋଇଲିର ଏଇ ବୃଦ୍ଧାଶ୍ରମ ଏବେ ଏମାନଙ୍କ ମୁହଁରେ ଭରି ଦେଇଛି ଖୁସି । ଯାହାକୁ ନେଇ ଆଶ୍ରମର ଅନ୍ତେବାସୀ ଭାରି ଖୁସି । ସତରେ ଏଇ ବୃଦ୍ଧାଙ୍କର ଯେଉଁମାନେ ସକାଳୁ ସଂଜ ଯାଏଁ ସେବା କରୁଛନ୍ତି ତାଙ୍କୁ ସତସତ ନମନ୍‌ ।

Advertisment
Old Age Home Fathers' Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ