Advertisment

ଦେଖୁ ଦେଖୁ ମଣିଷ ହେଇଗଲା କାର୍; ରାସ୍ତାରେ ଗଡିଲା

ବାସ୍ତବରେ କେବେ ଦେଖିଛନ୍ତି କି ମଣିଷ କାର୍ ହେଇଯିବାର? ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ। କିନ୍ତୁ ଏହା ସତ। ଏହି ଭିଡିଓ ଦେଖିଲେ ଆପଣ ନିଶ୍ଚିତ ହୋଇଯିବେ।

ଅଦ୍ୟତନ ହୋଇଛି
Man changed himself in car

Man changed himself in car

Advertisment

ଆପଣମାନେ ନିଶ୍ଚିତ ଭାବରେ ଏମିତି ସାଇନ୍ସ ଫିକ୍ସନ ଫିଲ୍ମ୍ ଦେଖିଥିବେ ଯେଉଁଥିରେ ମଣିଷ ରୋବଟ୍ ହେଇଯାଉଥିବ ବା ଅନ୍ୟ କୌଣସି ଯନ୍ତ୍ର ବନିଯାଉଥିବ। ଟ୍ରାନ୍ସଫର୍ମର୍ସ ଫିଲ୍ମଗୁଡିକ ଏହି ପ୍ରସଙ୍ଗରେ ବେଶ୍ ପ୍ରସିଦ୍ଧ। କିନ୍ତୁ ବାସ୍ତବରେ କେବେ ଏମିତି ହେବାର ଦେଖିଛନ୍ତି କି? ବୋଧହୁଏ ଦେଖି ନଥିବେ। କିନ୍ତୁ ଏମିତି ମଧ୍ୟ ବାସ୍ତବରେ ହେଉଥିବା ଦେଖାଯାଉଛି। ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ମଣିଷ କାର୍‌ ହୋଇଯାଉଛି।

Advertisment

ଟ୍ୱିଟର ଆକାଉଣ୍ଟ @ TheFigenରେ ପ୍ରାୟ ସମୟରେ ଏଭଳି ଆଶ୍ଚର୍ଯ୍ୟଜନକ ପୋଷ୍ଟ୍‌ କରାଯାଇଥାଏ। ସମ୍ପ୍ରତି ଏହି ପେଜ୍‌ରେ ଏମିତି ଏକ ଭିଡିଓ ଶେୟାର କରାଯାଇଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ଏବଂ ଭିଡିଓରେ ଦେଖାଯାଇଥିବା ବ୍ୟକ୍ତିଙ୍କ ବୈଷୟିକ ବୁଦ୍ଧିକୁ ଦେଖି ଆପଣ ପ୍ରଶଂସା କରିବାକୁ ବାଧ୍ୟ ହେବେ। ଏହି ବ୍ୟକ୍ତି ଜଣକ ରାସ୍ତାରେ ଏକ ଚମତ୍କାର ପ୍ରଦର୍ଶନ କରି ଏକ କାର୍‌ରେ ପରିଣତ ହୋଇଯାଉଥିବା ଦେଖାଯାଏ।

ଭାଇରାଲ୍‌ ଭିଡିଓରେ ଦେଖାଯାଏ ଯେ ବ୍ୟକ୍ତି ଜଣକ ତାଙ୍କ ପିଠିରେ ଏକ ପ୍ଲାଷ୍ଟିକ୍‌ ସେଟ୍‌ଅପ୍ ପିନ୍ଧିଛନ୍ତି। ତାଙ୍କ ହାତରେ ଓ ଗୋଡରେ ଟାୟାର୍‌ ଲାଗିଛି ଏବଂ କାର୍‌ର ଉପର ଅଂଶ ପରି ପଛରେ ଏକ ଡିଜାଇନ୍ ହୋଇଛି। ସେ ଠିଆ ହୋଇଥିବା ବେଳେ ହଠାତ୍ ତଳେ ଶୋଇପଡି ନିଜକୁ ଏକ କାର ପରି କରିଦେଉଛନ୍ତି। ଯାହା ଅବିକଳ ଏକ ଛୋଟ କାର୍ ପରି ଦେଖାଯାଉଛି। ଖାଲି ଏତିକି ନୁହେଁ ଏହି କାର୍‌ଟି ମଧ୍ୟ ରାସ୍ତାରେ ଚାଲୁଛି। ଆଖପାଖରେ ଥିବା ଲୋକ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।

Advertisment

ଖବର ଲେଖାହେବା ବେଳକୁ ଏହି ଭିଡିଓକୁ ୪.୯ଏମ୍‌ରୁ ଅଧିକ ଭ୍ୟୁ ମିଳିସାରିଥିବାବେଳେ ଅନେକ ଲୋକ ଏହି ଭିଡିଓ ଉପରେ ସେମାନଙ୍କ ମତାମତ ମଧ୍ୟ ଦେଇଛନ୍ତି। ଜଣେ କହିଛନ୍ତି ଯେ ଏହି ବ୍ୟକ୍ତିଙ୍କ ହାଲୋୱିନ୍ ପୋଷାକ ଖୁବ୍ ଆଶ୍ଚର୍ଯ୍ୟଜନକ। ସେହିପରି ଜଣେ କହିଛନ୍ତି ଯେ ସେ ମଧ୍ୟ ଏଭଳି ଏକ ରୋବଟ୍ ତିଆରି କରିବାକୁ ଚାହୁଁଛନ୍ତି। ଜଣେ କହିଛନ୍ତି ଯେ ଟ୍ରାନ୍ସଫର୍ମର ଅପେକ୍ଷା ବ୍ୟକ୍ତିଙ୍କର ଏହି ଉଦ୍ଭାବନ ଆହୁରି ଚମତ୍କାର।

ଭିଡିଓ ଦେଖିବା ପରେ ଜଣେ ବ୍ୟକ୍ତି ନିଜ ଆଖିକୁ ମଧ୍ୟ ବିଶ୍ୱାସ କରିପାରି ନାହାନ୍ତି ଏବଂ ଏହାକୁ କଳା ଯାଦୁ ବୋଲି କହିଛନ୍ତି। ଜଣେ ବ୍ୟକ୍ତି ଏମିତି ମଧ୍ୟ କହିଛନ୍ତି ଯେ ସେ ତାଙ୍କ ପିଲାଙ୍କୁ କାର୍‌ ବଦଳରେ ଏହାକୁ ଦେଇଦେବେ।

Advertisment
Viral Video Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ