ମହିଳାଙ୍କ ସହ ଝଗଡ଼ା କରି ଅଜଗର ମୁଣ୍ଡକୁ କାମୁଡ଼ିଦେଲା ଯୁବକ

ସାପକୁ ନିର୍ଯାତନା ଦେବା ଅଭିଯୋଗରେ ବ୍ୟକ୍ତି ଜଣଙ୍କୁ ଗିରଫ କରିଛି ପୋଲିସ । ବ୍ୟକ୍ତି ଜଣକ ଘରେ ପାଳନ କରିଥିବା ଏକ ଅଜଗର ସାପର ମୁଣ୍ଡକୁ କାମୁଡ଼ି ଦେଇଥିଲେ । 

ସାପକୁ କାମୁଡ଼ି ମାରିଦେଲା ମଣିଷ

ମଣିଷକୁ ସାପ କାମୁଡ଼ିବା ଆପଣ ନିଶ୍ଚୟ ଶୁଣିଥିବେ । ହେଲେ ମଣିଷ ସାପକୁ କାମୁଡ଼ିବା କେବେ ଶୁଣିନଥିବେ । ଆଜ୍ଞା ହଁ ଆଜି ଆମେ ଆପଣଙ୍କୁ ଏପରି ଏକ ଖବର କହିବାକୁ ଯାଉଛୁ ଯାହା ଆପଣଙ୍କୁ ନିଶ୍ଚୟ ଚକିତ କରିଦେବ । କାରଣ ଏଠାରେ ମଣିଷ ସାପ ସହ ଲଢ଼େଇ କରିଛି ଓ ପରେ ସାପର ମୁଣ୍ଡକୁ କାମୁଡ଼ି ଦେଇଛି । 

ଖାଲି ସେତିକି ନୁହେଁ ସାପକୁ ନିର୍ଯାତନା ଦେବା ଅଭିଯୋଗରେ ବ୍ୟକ୍ତି ଜଣଙ୍କୁ ଗିରଫ କରିଛି ପୋଲିସ । ଏପରି ଏକ ଘଟଣା ଘଟିଛି ଆମେରିକାର ଫ୍ଲୋରିଡା ଅଞ୍ଚଳରେ । ଏନେଇ ସୂଚନା ମିଳିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି । 

ପୋଲିସର କହିବା ଅନୁସାରେ ଫ୍ଳୋରିଡା ଅଞ୍ଚଳର ଜଣେ ବ୍ୟକ୍ତି କୌଣସି ଏକ କାରଣକୁ ନେଇ ଜଣେ ମହିଳାଙ୍କ ସହ ଝଗଡ଼ା କରିଥିଲେ । ପରେ ତାଙ୍କୁ ଏକ ଘରେ ମଧ୍ୟ ବନ୍ଦ କରିଦେଇଥିଲେ । ଝଗଡ଼ା ବେଳେ ବ୍ୟକ୍ତି ଜଣକ ଖୁବ୍ ଜୋରରେ ରାଗିଯିବା ସହ ଘରେ ପାଳନ କରିଥିବା ଏକ ଅଜଗର ସାପର ମୁଣ୍ଡକୁ କାମୁଡ଼ି ଦେଇଥିଲେ । 

ଗତ ସୋମବାର ଏନେଇ ଖବର ପାଇବା ପରେ ସକାଳ ସାଢ଼େ ୫ଟାରେ ଅଭିଯୁକ୍ତର ବାସଭବନରେ ପୋଲିସ ପହଞ୍ଚିଥିଲା । ପୋଲିସ ଘଟଣା ସମ୍ପର୍କରେ ଲୋକମାନଙ୍କୁ ପଚରାଉଚରା କରିବାରୁ ଜଣେ ମହିଳାଙ୍କ ସହ ବ୍ୟକ୍ତି ଜଣଙ୍କ ବଚସା ହୋଇଥିବା ଖବର ପାଇଥିଲା । ପରେ ଏହି କାଣ୍ଡ ଭିଆଇଥିବା ପୋଲିସ କହିଛି। 

ଘଟଣାରେ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି । ପଶୁଙ୍କୁ ନିର୍ଯାତନା ଦିଆଯାଇଥିବାରୁ ଏକ ମାମଲା ପୋଲିସ ରୁଜୁ କରିଛି । ଖାଲି ସେତିକି ନୁହେଁ ଅଭିଯୁକ୍ତ ଜଣଙ୍କୁ ପୋଲିସ ଗିରଫ କରିବା ପରେ ପୋଲିସକୁ ଅଭିଯୁକ୍ତ ଆକ୍ରମଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି । 

ଆକ୍ରମଣରେ ଜଣେ ପୁଲିସ ଅଧିକାରୀଙ୍କ ମୁଣ୍ଡରେ ଆଘାତ ଲାଗିଛି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ଆହତ ହୋଇଥିବା ସାପଟିର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି।