Advertisment

ଆଗପଛ ହୋଇ ଚାଲିଗଲେ ବାପା-ମାଆ...କଅଁଳ କାନ୍ଧରେ ଏବେ ୩ ଭାଇ ଭଉଣୀଙ୍କ ଭାର

ବାପା-ମାଆ ଥିବା ବେଳେ ସରକାରଙ୍କ ପକ୍ଷରୁ ଗଣ୍ଡେ ଚାଉଳ ମିଳୁଥିଲା ହେଲେ ଏବେ ସେତିକ ବି ମିଳୁନି। ସାହାଯ୍ୟ କହିଲେ ମାସକୁ ଦିବ୍ୟାଙ୍ଗ ଭତ୍ତା ବାବଦକୁ ମିଳୁଛି ମାତ୍ର ୭୦୦ ଟଙ୍କା। ଏତିକି ଟଙ୍କାରେ ମାସକୁ ୪ ପ୍ରାଣୀ ଚଳିବେ ବା କେମିତି? ଆଉ ଏମିତି ସମୟରେ ଦେବଦୂତ ପରି ଆସି ସାହାଯ୍ୟ କରୁଛନ୍ତି ସଂପର୍କୀୟ ମାମୁଁ। ଯେତିକି ଯାହା ପାଇଲେ ସେତିକିରେ ଏଇ ପିଲାଙ୍କ ମୁହଁରେ ଗଣ୍ଡେ ଆହାର ଦେବାକୁ କରୁଛନ୍ତି ଚେଷ୍ଟା।

ଅଦ୍ୟତନ ହୋଇଛି
Orphaned Girl Seeks Financial Assistance To Take Care Of Siblings In Malkangiri

Malkangiri Orphan Child

Advertisment

ବାପା ନାହାନ୍ତି କି ମାଆ ନାହାନ୍ତି। ୩ ଭାଇଭଉଣୀଙ୍କ ସବୁ ଦାୟିତ୍ୱ ଏବେ କଅଁଳ କାନ୍ଧ ଉପରେ। ସକାଳେ କାମ କଲେ ସଂଧ୍ୟାରେ ଘରେ ଲାଗିବ ଚୁଲି...ପେଟକୁ ଯିବ ଦାନା। ଦୁଃଖ ଏତିକିରେ ସରିନି ବରଂ ସାନ ଭାଇ ଜନ୍ମରୁ ଦିବ୍ୟାଙ୍ଗ। ଖୁଆଇ ଦେଲେ ଖାଇବ, ଶୁଆଇ ଦେଲେ ଶୋଇବ। ଏତେ ସବୁ ଦୁଃଖ ଭିତରେ ସ୍ୱପ୍ନ ଦେଖିବାକୁ ଭୁଲିନି ୧୩ ବର୍ଷର ନାବାଳିକା ଲକ୍ଷ୍ମୀ।

Advertisment

ମାଲକାନଗିରି ନିଲିଗୁଡା ଧରମପାଲ୍ଲୀ ଗାଁର ଲକ୍ଷ୍ମୀ ମାଡି । ମୁଣ୍ଡ ଉପରୁ ବାପା-ମାଆଙ୍କ ହାତ ଉଠିଯିବା ପରେ ଏବେ ଦୁଃଖର କଳାବାଦଲ ତାଙ୍କ ପରିବାର ଉପରେ ସତେ ଯେମିତି ଘର କରି ବସିଛି। ଦୈବ ଏମିତି ଦୁଃଖ ଦେଇଛି ଯେ ସକାଳୁ ରାତି ହେଲେ ଲକ୍ଷ୍ମୀଙ୍କ ଆଖିରୁ ବୋହୁଛି ଲୁହ। ପରିବାରର ବୋଝ ଏବେ ନିଜ କାନ୍ଧରେ ବୋହୁଛନ୍ତି ଲକ୍ଷ୍ମୀ। ବାପା ଶୁକ୍ରା ମାଡି ଓ ମାଆ ମୁକେ ମାଡି ଦୁଇବର୍ଷ ତଳେ ଆଗପଛ ହୋଇ ଚାଲିଗଲେ । ବାପା-ମାଆ ଚାଲିଯିବା ପରେ ଏବେ ଅନାଥ ହୋଇଯାଇଛନ୍ତି ୪ ଭାଇ-ଭଉଣୀ।

ଅଧିକ ପଢ଼ନ୍ତୁ: ବାପା-ମାଆ ଆରପାରିରେ, କୁନି ଭଉଣୀ କାନ୍ଧରେ ଭାଇର ଭବିଷ୍ୟତ

୬ ଭାଇଭଉଣୀଙ୍କ ମଧ୍ୟରୁ ଦୁଇ ଭଉଣୀ ବିବାହ କରି ଅନ୍ୟତ୍ର ପଳାଇଥିବା ବେଳେ ୧୩ ବର୍ଷର ନାବାଳିକା ଏବେ ତିନି ସାନ ଭାଇଭଉଣୀଙ୍କ ଦାୟିତ୍ୱ ନେଉଛନ୍ତି। ନିଜେ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ, ହେଲେ ଘରର ଅବସ୍ଥା ଦେଖି ଅଧାରୁ ପାଠ ଛାଡିବାକୁ ସେ ବାଧ୍ୟ ହେଲେ। ଏତେ କମ୍‌ ବୟସରେ ବି ଦିବ୍ୟାଙ୍ଗ ଭାଇର ଦାୟିତ୍ୱ ନେବାରେ ଟିକିଏ ବି ଅବହେଳା କରିନାହାନ୍ତି ଲକ୍ଷ୍ମୀ।

Advertisment

ଅନ୍ୟ ଦୁଇ-ଭାଇଭଉଣୀ ସ୍କୁଲରେ ପାଠ ପଢୁଛନ୍ତି। ହେଲେ ଅନେକ ସମୟରେ ସ୍କୁଲ ନଯାଏ ଘରେ ଦିବ୍ୟାଙ୍ଗ ଭାଇକୁ ଜଗି ବସିବାକୁ ବାଧ୍ୟ ହେଉଛନ୍ତି। ଏତେ ଅସୁବିଧା ପରେ ବି ହାର୍‌ ମାନିନାହାନ୍ତି କି ସ୍ୱପ୍ନ ଦେଖିବା ବନ୍ଦ କରିନାହାନ୍ତି ଲକ୍ଷ୍ମୀ। ବରଂ ଭାଇ-ଭଉଣୀଙ୍କୁ ମଣିଷ କରିବାକୁ ଦିନରାତି ଏକ କରି କରୁଛନ୍ତି ପରିଶ୍ରମ ଆଉ ଅପେକ୍ଷା କରିଛନ୍ତି କେବେ ମିଳିବ ସରକାରୀ ସହାୟତା।

ବାପା-ମାଆ ଥିବା ବେଳେ ସରକାରଙ୍କ ପକ୍ଷରୁ ଗଣ୍ଡେ ଚାଉଳ ମିଳୁଥିଲା ହେଲେ ଏବେ ସେତିକ ବି ମିଳୁନି। ସାହାଯ୍ୟ କହିଲେ ମାସକୁ ଦିବ୍ୟାଙ୍ଗ ଭତ୍ତା ବାବଦକୁ ମିଳୁଛି ମାତ୍ର ୭୦୦ ଟଙ୍କା। ଏତିକି ଟଙ୍କାରେ ମାସକୁ ୪ ପ୍ରାଣୀ ଚଳିବେ ବା କେମିତି? ଆଉ ଏମିତି ସମୟରେ ଦେବଦୂତ ପରି ଆସି ସାହାଯ୍ୟ କରୁଛନ୍ତି ସଂପର୍କୀୟ ମାମୁଁ। ଯେତିକି ଯାହା ପାଇଲେ ସେତିକିରେ ଏଇ ପିଲାଙ୍କ ମୁହଁରେ ଗଣ୍ଡେ ଆହାର ଦେବାକୁ କରୁଛନ୍ତି ଚେଷ୍ଟା।

Advertisment

ଗୁରୁତ୍ୱପୂର୍ଣ୍ଣ କଥା ହେଲା ପିଲାଙ୍କର ଏପରି ଅବସ୍ଥା ସମ୍ପର୍କରେ ସରପଂଚ ଓ ନିର୍ବାହୀ ଅଧିକାରୀ ଜାଣିଥିବା ସତ୍ୱେ କୌଣସି ସରକାରୀ ସହାୟତା ଯୋଗାଇ ଦେଉନଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ। ସେପଟେ, ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି ଆମେ ଏ ସମ୍ପର୍କରେ ଏବେ ଅବଗତ ହେଲୁ। ଖୁବଶୀଘ୍ର ୪ ପିଲାଙ୍କୁ ସରକାରୀ ସହାୟତା ମିଳିବ। ଦିବ୍ୟାଙ୍ଗ ଓ ଅନାଥ ପିଲାଙ୍କୁ ସାହାଯ୍ୟ କରିବାକୁ ସରକାର ଶହଶହ ଯୋଜନା କରୁଛନ୍ତି। ହେଲେ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଂଚୁନାହିଁ ଯୋଜନା। ଯାହାକୁ ନେଇ ପ୍ରକାଶ ପାଉଛି ଅସନ୍ତୋଷ।

(ମାଲକାନଗିରିରୁ ଜିତେନ୍ଦ୍ର ବେଉରାଙ୍କ ରିପୋର୍ଟ)

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ