ଭାଇରାଲ ହେଉଛି ଏହି ହୃଦୟସ୍ପର୍ଶୀ ଭିଡିଓ; ଆମ୍ୱୁଲାନ୍ସକୁ ପିଛା କରୁଛି କୁକୁର

କୁକୁରଟିର ଅସୁସ୍ଥ ମାଲିକଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ନିଆଯାଉଛି । ହେଲେ ବିଶ୍ୱସ୍ତ କୁକୁରଟି ମାଲିକଙ୍କୁ ପାଖରୁ ଛାଡ଼ିବାକୁ ନାରାଜ ।

Loyal dog chases ambulance carrying owner

News Summary

am

ଆମ୍ବୁଲାନ୍ସଟିଏ ସାଇରନ ବଜାଇ ଆଗକୁ ମାଡ଼ିଚାଲିଛି, ଆଉ ପଛରେ ଧାଉଁଛି ଏକ କୁକୁର । ଆମ୍ବୁଲାନ୍ସ ଭିତରେ ଅଛନ୍ତି ଜଣେ ରୋଗୀ । ଆଉ ଆମ୍ବୁଲାନ୍ସ କର୍ମଚାରୀ ରୋଗୀକୁ ତୁରନ୍ତ ହସ୍ପିଟାଲରେ ପହଞ୍ଚାଇବା ପ୍ରୟାସରେ ଶୀଘ୍ର ହସ୍ପିଟାଲ ରାସ୍ତାରେ ଯାଉଛନ୍ତି । ମାତ୍ର କୁକୁରଟି ଆମ୍ବୁଲାନ୍ସର ପିଛା ଛାଡ଼ିବାକୁ ନାରାଜ । ପଛେ ପଛେ ଧାଉଁଛି । ଯେମିତି ଗାଡ଼ି ଭିତରେ କେହି ତାର ନିଜର ରହିଯାଇଛନ୍ତି ।

ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହୃଦୟସ୍ପର୍ଶୀ ଭିଡିଓଟି ଯିଏ ଦେଖୁଛି ସିଏ କୁକୁରଟିକୁ ପ୍ରଶଂସା ନକରି ରହିପାରୁନି । ଆମ୍ବୁଲାନ୍ସକୁ କାହିଁକି କୁକୁରଟି ପିଛା କରୁଛି ଅସଲ କାରଣ ଜାଣିଲେ ଆପଣ ବି କୁକୁରଟିକୁ ପ୍ରଶଂସା ନ କରି ରହିପାରିବେନି । ବିଶ୍ୱସ୍ତ...ଏହି ଶବ୍ଦଟିର ଅର୍ଥ ଯେତିକି ବ୍ୟାପକ ସେତିକି ମହଙ୍ଗା ମଧ୍ୟ । ଭରସା ଓ ବିଶ୍ୱାସ କରି ମଣିଷ ମଣିଷ ଦ୍ୱାରା ଠକାମୀର ଶିକାର ହେଉଥିବାର ଖବର ପ୍ରତିଦିନ ସାମ୍ନାକୁ ଆସୁଥିବାବେଳେ ଏହି ଦୃଶ୍ୟ ଏହାର ସଂପୂର୍ଣ୍ଣ ବ୍ୟତିକ୍ରମ ।

ଅସଲ କଥା ହେଉଛି କୁକୁରଟିର ଅସୁସ୍ଥ ମାଲିକଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ନିଆଯାଉଛି । ହେଲେ ବିଶ୍ୱସ୍ତ କୁକୁରଟି ମାଲିକଙ୍କୁ ପାଖରୁ ଛାଡ଼ିବାକୁ ନାରାଜ । ପ୍ରଥମେ ତାକୁ ନିରାଶ ହେବାକୁ ପଡ଼ିଥିଲା ମାତ୍ର ପରେ ବିଜୟ ତା'ର ହିଁ ହୋଇଥିଲା । ପଛେ ପଛେ ଧାଇଁବା ପରେ ଶେଷରେ ଆମ୍ବୁଲାନ୍ସ କର୍ମଚାରୀ ଏହା ଜାଣିପାରି ଗାଡ଼ିରୁ ଓହ୍ଲାଇଆସି  ଡୋର୍ ଖୋଲି ଦେଇଥିଲେ । ଆଉ ଏହା ଦେଖି ସଙ୍ଗେ ସଙ୍ଗେ ଖୁସିରେ ଗାଡ଼ି ଭିତରକୁ ଡିଆଁମାରି ପ୍ରିୟ ମାଲିକଙ୍କ ପାଖେ ପହଞ୍ଚିଯାଇଥିଲା କୁକୁରଟି ।

ଏହି ହୃଦୟସ୍ପର୍ଶୀ ଦୃଶ୍ୟକୁ ଅନେକ ସୋସିଆଲ ମିଡିଆ ୟୁଜର୍ସ ସେୟାର କରୁଛନ୍ତି ଓ ବିଶ୍ୱସ୍ତ କୁକୁରଟିର ମାଲିକ ପ୍ରତି ଭଲପାଇବାକୁ ପ୍ରଶଂସା କରିଛନ୍ତି । ମାତ୍ର ୨୭ ସେକେଣ୍ଡର ଭିଡିଓ କ୍ଲିପଟିକୁ ପ୍ରାୟ ୩ ମିଲିଅନରୁ ଅଧିକ ଲୋକେ ଦେଖିସାରିଲେଣି ।