Advertisment

ଭାରତରେ ଏହିସବୁ ସ୍ଥାନରେ ଖାଇବା, ରହିବା ସବୁ ମାଗଣା...

ଭାରତରେ ଏମିତି ଅନେକ ଧର୍ମଶାଳା ଓ ଆଶ୍ରମ ରହିଛି, ଯେଉଁଠି ଆପଣ ରହିଲେ ଆପଣଙ୍କୁ ଟଙ୍କା ଦେବାକୁ ପଡ଼ିବ ନାହିଁ। ଅର୍ଥାତ୍‌ ଆପଣଙ୍କୁ ମାଗଣା ରହଣିର ସୁବିଧା ମିଳିବ।

Know These Places In India Where You Can Stay For Free

Know These Places In India Where You Can Stay For Free

Advertisment

ଅଳ୍ପ ଖର୍ଚ୍ଚରେ ବୁଲାବୁଲି କରିବାକୁ ସମସ୍ତଙ୍କ ଇଚ୍ଛା ଥାଏ। ହେଲେ ଏଭଳି ସୁବିଧା ବହୁତ କମ୍‌ ଜାଗାରେ ମିଳିଥାଏ। ଯେଉଁଠିକୁ ଆପଣମାନେ ଗଲେ ଆପଣଙ୍କୁ ବହୁତ କମ୍‌ ଖର୍ଚ୍ଚ କରିବାକୁ ପଡ଼ିଥାଏ। ଯାହାକି ଅଫ୍‌ ସିଜନ୍‌ରେ ସମ୍ଭବପର ହୋଇଥାଏ। କାରଣ ସେହି ସମୟରେ ଟୁରିଷ୍ଟ ଡେଷ୍ଟିନେସନ ଗୁଡ଼ିକୁ ବହୁତ କମ୍‌ ଲୋକ ଯାଇଥାନ୍ତି। ତେଣୁ ହୋଟେଲ୍‌ ଗୁଡ଼ିକ ଦାମ୍‌ କରିବା ସହ ଟୁରିଷ୍ଟଙ୍କ ପାଇଁ ଅନେକ ସୁବିଧା ଉପଲ୍ଲବ୍ଧ କରିଥାନ୍ତି। ହେଲେ ଅନ୍‌ ସିଜନ୍‌ରେ ଏହା ମହଙ୍ଗା ହୋଇଯାଏ। ଫଳରେ କୌଣସି ଉପାୟ ନପାଇ ଲୋକମାନଙ୍କୁ ମହଙ୍ଗା ସ୍ଥାନକୁ ବୁଲିବାକୁ ଯିବାକୁ ପଡ଼ିଥାଏ।

Advertisment

ଯଦି ଆପଣ କମ୍‌ ବଜେଟ୍‌ରେ ବୁଲିବାକୁ ଚାହୁଁଛନ୍ତି, ତା’ହେଲେ ଆମେ ଆପଣଙ୍କୁ ଏମିତି କିଛି ସ୍ଥାନ କହିବୁ ଯେଉଁଠି ଆପଣ ମାଗଣାରେ ରହିପାରିବେ। ଏହାସହ ଆପଣ ପୁରା ଭ୍ରମଣର ମଜା ଉଠାଇ ପାରିବେ। ଭାରତରେ ଏମିତି ଅନେକ ଧର୍ମଶାଳା ଓ ଆଶ୍ରମ ରହିଛି, ଯେଉଁଠି ଆପଣ ରହିଲେ ଆପଣଙ୍କୁ ଟଙ୍କା ଦେବାକୁ ପଡ଼ିବ ନାହିଁ। ଅର୍ଥାତ୍‌ ଆପଣଙ୍କୁ ମାଗଣା ରହଣିର ସୁବିଧା ମିଳିବ। 

Isha Foundation Sadhguru Isha Foundation Sadhguru

ଇଶା ଫାଉଣ୍ଡେସନ: କୋଏମ୍ବାଟୁର୍‌ରୁ ୪୦ କି.ମି. ଦୂରରେ ଇଶା ଫାଉଣ୍ଡେସନ ଅବସ୍ଥିତ। ଏହା ହେଉଛି ସଦ୍‌ଗୁରୁଙ୍କ ଏକ ଧାର୍ମିକସ୍ଥଳୀ, ଯେଉଁଠି ଭଗବାନ ଶିବଙ୍କ ଏକ ବଡ଼ ଷ୍ଟାଚ୍ୟୁ ରହିଛି।  ଏଠାରେ ଆପଣ ମାଗଣାରେ ରହିପାରିବେ।

Advertisment
Manikaran Sahib GurudwaraManikaran Sahib Gurudwara

ମଣିକରଣ ସାହିବ ଗୁରୁଦ୍ୱାର(ହିମାଚଳ ପ୍ରଦେଶ): ଯଦି ଆପଣ ହିମାଚଳ ପ୍ରଦେଶ ବୁଲିବାକୁ ଯାଉଛନ୍ତି, ତା’ହେଲେ ମଣିକରଣ ସାହିବ ଗୁରୁଦ୍ୱାରରେ ମାଗଣାରେ ରହିପାରିବେ। ଖାଲି ମାଗଣାରେ ରହିବେ ନାହିଁ ଏଠାରେ ମାଗଣା ପାର୍କିଂ ସୁବିଧା ସହ ଖାଇବା ମଧ୍ୟ ମିଳୁଛି। ମଣିକରଣ ସାହିବ ଗୁରୁଦ୍ୱାର ପାର୍ବତୀ ନଦୀ ନିକଟରେ ଅବସ୍ଥିତ।

Anandashram, KeralaAnandashram, Kerala

ଆନନ୍ଦାଶ୍ରମ(କେରଳ): ସୁନ୍ଦର ପାହାଡ଼ ଓ ସବୁଜ ଜଙ୍ଗଲ ମଧ୍ୟରେ କେରଳରେ ଆନନ୍ଦାଶ୍ରମ ଅବସ୍ଥିତ। ଏଠାକାର ପରିବେଶ ଏତେ ଶାନ୍ତ ଯେ, ଏହା ଟୁରିଷ୍ଟଙ୍କୁ ଆକର୍ଷିତ କରିଥାଏ। ଏଠାରେ ଆପଣ ମାଗଣରେ ରହିବା ସହ ଆଶ୍ରମ ପକ୍ଷରୁ ଦିନକୁ ୩ ଥର ମାଗଣା ଖାଇବା ମଧ୍ୟ ପାଇପାରିବେ।

Advertisment
Geeta Bhawan, RishikeshGeeta Bhawan, Rishikesh

ଗୀତା ଭବନ(ଋଷିକେଶ): ପବିତ୍ର ଗଙ୍ଗା ନଦୀ କୂଳରେ ଗୀତା ଭବନରେ ଆପଣ ମାଗଣାରେ ରହିପାରିବେ। ଏହାସହ ଆପଣଙ୍କୁ ମାଗଣାରେ ଖାଇବା ମଧ୍ୟ ମିଳିବ। ଏହି ଆଶ୍ରମରେ ପାଖାପାଖି ୧,୦୦୦ ରୁମ୍‌ ଅଛି, ଯେଉଁଠି ଲୋକମାନେ ଆସି ରହିଥାନ୍ତି। ଆଶ୍ରମ ପକ୍ଷରୁ ଲୋକମାନଙ୍କୁ ଯୋଗ ଶିକ୍ଷା ମଧ୍ୟ ଦିଆଯାଇଥାଏ।

Govind Ghat Gurudwara, UttarakhandGovind Ghat Gurudwara, Uttarakhand

ଗୋବିନ୍ଦ ଘାଟ ଗୁରୁଦ୍ୱାର(ଉତ୍ତରାଖଣ୍ଡ): ଉତ୍ତରାଖଣ୍ଡ ଚମୋଲି ଜିଲ୍ଲାରେ ଅଳକା ନଦୀ ନିକଟରେ ଗୋବିନ୍ଦ ଘାଟ ଗୁରୁଦ୍ୱାର ଅବସ୍ଥିତ। ଭ୍ରମଣ ପାଇଁ ଆସୁଥିବା ଟୁରିଷ୍ଟ ଏଠାରେ ମାଗଣାରେ ରହିପାରିବେ। ଏହାସହ ଆପଣ ଗୁରୁଦ୍ୱାର ନିକଟରେ ଥିବା ସୁନ୍ଦର ପାହାଡ଼ର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ।

Nyingmapa Monastery, Himachal PradeshNyingmapa Monastery, Himachal Pradesh

ନିଙ୍ଗମାପା ମୋନେଷ୍ଟ୍ରି(ହିମାଚଳ ପ୍ରଦେଶ): ଏହି ପୀଠ ହିମାଚଳ ପ୍ରଦେଶର ରେୱଲସର ହ୍ରଦ ନିକଟରେ ଅବସ୍ଥିତ। ଏଠି ରହିବା ପାଇଁ ଆପଣଙ୍କୁ ଦିନକୁ ମାତ୍ର ୨୦୦ରୁ ୩୦୦ ଟଙ୍କା ଦେବାକୁ ପଡ଼ିବ। ଏହି ପୀଠ ନିକଟରେ ଏକ ଲୋକାଲ୍‌ ମାର୍କେଟ୍‌ ଅଛି, ଯେଉଁଠି ଆପଣ ଶପିଙ୍ଗ କରିପାରିବେ।

Tibetan Buddhist Monastery, SarnathTibetan Buddhist Monastery, Sarnath

ତିବ୍ଦତୀୟ ବୌଦ୍ଧ ପୀଠ ସାରନାଥ: ଉତ୍ତର ପ୍ରଦେଶ ସ୍ଥିତ ଏହି ଐତିହାସିକ ପୀଠରେ ଗୋଟିଏ ରାତି ରହିବାକୁ ହେଲେ ଆପଣଙ୍କୁ ମାତ୍ର ୫୦ ଟଙ୍କା ଦେବାକୁ ପଡ଼ିବ। 

Tourist Place
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ