Kerala Girl made world record by getting maximum certificate in 24 hours
ବିଶ୍ୱ ରେକର୍ଡ ସୃଷ୍ଟି କରିବା ପିଲା ଖେଳ ନୁହେଁ। ଏନେଇ କଠିନ ପରିଶ୍ରମ, ଉତ୍ସାହ ଓ ସାଧନାର ଆବଶ୍ୟକ ରହିଛି। ଏନେଇ କୌଶଳ ଓ ଯୋଜନାର ମଧ୍ୟ ଆବଶ୍ୟକ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ଅନେକ ପ୍ରକାରର ରେକର୍ଡ ବିଷୟରେ ଶୁଣିଥିବେ। କିନ୍ତୁ ଏଥର ଭାରତର ଝିଅ ତାଙ୍କ ନାମରେ ଯେଉଁ ରେକର୍ଡ ସୃଷ୍ଟି କରିଛନ୍ତି ତାହା ସମ୍ପୂର୍ଣ୍ଣ ନିଆରା।
୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ସଂଖ୍ୟକ ସାର୍ଟିଫିକେଟ୍ ହାସଲ କରି କେରଳର ରେହନା ଶାହଜହାଁ ଇତିହାସ ସୃଷ୍ଟି କରିଛନ୍ତି। ଭାରତର ଏହି ଝିଅ ଗୋଟିଏ ଦିନରେ ମୋଟ ୮୧ ଅନ୍ଲାଇନ୍ ଷ୍ଟଡି କୋର୍ସ ସମାପ୍ତ କରି ତାଙ୍କ ନାମରେ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ପାଠପଢାରେ ସେ ଏମିତି ରେକର୍ଡ ସୃଷ୍ଟି କରିଥିବା ପ୍ରଥମ ମହିଳା ହୋଇଛନ୍ତି।
ବେଳେବେଳେ ସବୁଠାରୁ ଅଲଗା, ବେଳେବେଳେ ସବୁଠାରୁ ଅନନ୍ୟ ଏବଂ ବେଳେବେଳେ କିଛି ନୂଆ କରିବାର ଅନୁଭବ ନିଆରା ହୋଇଥାଏ। କିନ୍ତୁ ଏଥିପାଇଁ ବହୁତ ପରିଶ୍ରମ ଏବଂ ନିଷ୍ଠା ଆବଶ୍ୟକ ହୋଇଥାଏ। ରେହନା ଶାହଜହାଁ ଏପରି ଜଣେ ଝିଅ, ଯିଏ ଅନ୍ୟମାନଙ୍କ ପରି ରେକର୍ଡ ସୃଷ୍ଟି ପାଇଁ ଖେଳ କୁଡ କି ଶକ୍ତିର ସାହାରା ହୋଇ ନଥିଲେ। ବରଂ, ସେ ଯାହା ଚାହିଁଥିଲେ ତାହା କରିଥିଲେ, ତାହା ହେଉଛି ଅଧ୍ୟୟନ।
୨୪ ଘଣ୍ଟା ମଧ୍ୟରେ ରେହନା ଦୁନିଆର ସବୁଠାରୁ ଅଧିକ ଅନ୍ଲାଇନ୍ ପାଠ୍ୟକ୍ରମ ଶେଷ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ରେହନା ଦିନକରେ ୮୧ଟି ଅନ୍ଲାଇନ୍ ପାଠ୍ୟକ୍ରମର ପ୍ରମାଣପତ୍ର ପାଇ ବିଶ୍ୱ ରେକର୍ଡ କରିଛନ୍ତି। ପୂର୍ବରୁ ଏହି ରେକର୍ଡ ଗୋଟିଏ ଦିନରେ ୭୫ ଅନ୍ଲାଇନ୍ ପାଠ୍ୟକ୍ରମ ଥିଲା।
ଗୋଟିଏ ସମୟ ଥିଲା ଯେତେବେଳେ ଗୋଟିଏ ମାର୍କ କାରଣରୁ ରେହନାଙ୍କ ଜାମିଆ ମିଲିଆରେ ଆଡ୍ମିଶନ କରିବାର ସ୍ୱପ୍ନ ଭାଙ୍ଗି ଯାଇଥିଲା। ତେବେ, ପରେ CAT ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସେ ନିଜେ ଜାମିଆ ମିଲିଆରେ ଏମ୍ବିଏ ପାଇଁ ଆଡ୍ମିଶନ୍ ନେଇଥିଲେ। ଏହା ବ୍ୟତୀତ ସେ ଏକାସାଙ୍ଗରେ ୨ଟି ପିଜି ଡିଗ୍ରୀ ମଧ୍ୟ ହାସଲ କରିଥିଲେ। ଗୋଟିଏ ହେଉଛି ସୋସିଆଲ୍ ୱାର୍କରେ ମାଷ୍ଟର ଏବଂ ଅନ୍ୟଟି, ଡିପ୍ଲୋମା ଇନ୍ ଗାଇଡାନ୍ସ ଆଣ୍ଡ୍ କାଉନସେଲିଂ।
୨୫ ବର୍ଷୀୟ ରେହନା ନିଜ ପାଠପଢା ଏବଂ କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବାକୁ ଚାହୁଁଥିଲେ, ତେଣୁ ସେ ଏତେଗୁଡ଼ିଏ ଅନ୍ଲାଇନ୍ ପାଠ୍ୟକ୍ରମ କରିଥିଲେ ଯେ ଯାହା ତାଙ୍କୁ କେବଳ ବିକଶିତ କରି ନ ଥିଲା ବରଂ ଏହି ପାଠପଢା ତାଙ୍କ ନାମରେ ଏକ ବିଶ୍ୱ ରେକର୍ଡ କରିଦେଇଥିଲା। ରେହନା ତାଙ୍କ ସଫଳତାକୁ ପାଇଁ ଭଉଣୀ ନେହଲାଙ୍କୁ ଶ୍ରେୟ ଦେଇଛନ୍ତି, ଯିଏକି ତାଙ୍କର ପ୍ରେରଣାର ଉତ୍ସ। ରେହନାଙ୍କ ଭଉଣୀ ବର୍ତ୍ତମାନ ଲଣ୍ଡନରେ କାମ କରନ୍ତି, ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଲେଡି ଶ୍ରୀରାମ କଲେଜର ଛାତ୍ରୀ। ରେହନା ଦିଲ୍ଲୀର 'ମହିଳା ଘୋଷଣାପତ୍ର’ ନାମକ ଏକ ଏନଜିଓରେ ମଧ୍ୟ କାର୍ଯ୍ୟ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661953317.jpg)