Advertisment

ଆଶ୍ଚର୍ଯ୍ୟ !! ଗଛ ସହ କଥା ହେଉଛନ୍ତି ଏଇ ମଣିଷ

ନିଜ ଲଗାଇଥିବା ଭଳିକି ଭଳି ରଙ୍ଗ ବେରଙ୍ଗର ଫୁଲ ଓ ଶୋ-ଗଛ ସହିତ ଅନେକ ଫଳ ଗଛ ଲୋକଙ୍କୁ ବି ବିଭୋର କରୁଛି । ମ୍ୟୁଜିକପ୍ରତି ବି ବିଶ୍ଵନାଥଙ୍କର ବଡ ଦୁର୍ବଳତା ରହିଛି । ସେଇଥି ପାଇଁ ତ ଘରେ ନିଜେ ହାରମୋନିୟମ୍‌ ବଜାଇ ଗୀତ ଗାଆନ୍ତି । ନିଜ ଘରେ ମ୍ୟୁଜିକର ଏକ ଷ୍ଟୁଡିଓ ମଧ୍ୟ କରିଛନ୍ତି । ସଙ୍ଗୀତର ସ୍ୱରରେ ନିଜେ ଖୁସି ହେବା ସହିତ ଗଛ ସହ ନିଜର ଭାବନାକୁ ପ୍ରକାଶ କର ସହ ସେମାନଙ୍କୁ ସଙ୍ଗୀତ ମଧ୍ୟ ଶୁଣାନ୍ତି

ଅଦ୍ୟତନ ହୋଇଛି
Tree

Tree

Advertisment

ଗଛ ସହ କଥା ହେଉଛନ୍ତି, ସେମାନଙ୍କୁ ଗୀତ ଗାଇ ବି ଶୁଣାଉଛନ୍ତି। ଏ କଥା ଶୁଣିବା ପରେ ଆପଣଙ୍କୁ ହୁଏତ ବିଶ୍ୱାସ ହୋଇନପାରେ । କହିପାରନ୍ତି...ଗଛ କଣ କଥା ହୁଏ? ଇଏ କେମିତି ଗଛ ସହ କଥା ହେଉଛନ୍ତି ? ସତରେ ଏହା କଣ ସମ୍ଭବ?

Advertisment

ବିଶ୍ୱାସ ନହେଉଥିଲେ ବି ସତ । ସକାଳୁ ରାତି ପର୍ଯ୍ୟନ୍ତ ଗଛଙ୍କ ସହ ଜୀବନ ବିତାନ୍ତି ଜଣେ ବ୍ୟକ୍ତି । ପାରିପାର୍ଶ୍ୱିକ ସ୍ଥିତି ଦେଖିଲେ ଆପଣ ବି ବିଶ୍ୱାସ କରିବାକୁ ବାଧ୍ୟ ହେବେ ।  ହାରମୋନିୟମ ବଜାନ୍ତି, ଗୀତ ବି ଗାଆନ୍ତି । ଏହା କୌଣସି ମଣିଷ ପାଇଁ ନୁହେଁ ବରଂ ଗଛ ପାଇଁ।

କାମାକ୍ଷାନଗର ଭଗୀରଥିପୁର ଶାସନ ଗାଁର ଅବସରପ୍ରାପ୍ତ ଶିକ୍ଷକ ଦମ୍ପତି ବିଶ୍ୱନାଥ ମହାପାତ୍ର ଏବଂ ଲତାମଣି ଦାସ । ପିଲାଟି ଦିନରୁ ପ୍ରକୃତି ପ୍ରେମରେ ବନ୍ଧା ବିଶ୍ୱନାଥ । ନିଜ ଚାକିରି କାଳରେ ଅନେକ ଛାତ୍ରଛାତ୍ରୀଙ୍କୁ ମଣିଷ କରି ଗଢି ତୋଳିଥିଲେ। ଏବେ ଅବସର ପରେ ଗଛମାନଙ୍କର ସେବା କରୁଛନ୍ତି, ନିଜ ପିଲା ପରି ସେମାନଙ୍କୁ ପାଳୁଛନ୍ତି। ଖାଲି ସେବାରେ ସୀମିତ ନାହାନ୍ତି ବିଶ୍ୱନାଥ ବରଂ ଗଛମାନଙ୍କ ସହ କଥାବାର୍ତ୍ତା କରୁଛନ୍ତି ସେମାନଙ୍କୁ ଗୀତ ଗାଇ ଶୁଣାଉଛନ୍ତି।

Advertisment

ନିଜ ଲଗାଇଥିବା ଭଳିକି ଭଳି ରଙ୍ଗ ବେରଙ୍ଗର ଫୁଲ ଓ ଶୋ-ଗଛ ସହିତ ଅନେକ ଫଳ ଗଛ ଲୋକଙ୍କୁ ବି ବିଭୋର କରୁଛି । ମ୍ୟୁଜିକପ୍ରତି ବି ବିଶ୍ଵନାଥଙ୍କର ବଡ ଦୁର୍ବଳତା ରହିଛି । ସେଇଥି ପାଇଁ ତ ଘରେ ନିଜେ ହାରମୋନିୟମ୍‌ ବଜାଇ ଗୀତ ଗାଆନ୍ତି । ନିଜ ଘରେ ମ୍ୟୁଜିକର ଏକ ଷ୍ଟୁଡିଓ ମଧ୍ୟ କରିଛନ୍ତି । ସଙ୍ଗୀତର ସ୍ୱରରେ ନିଜେ ଖୁସି ହେବା ସହିତ ଗଛ ସହ ନିଜର ଭାବନାକୁ ପ୍ରକାଶ କର ସହ ସେମାନଙ୍କୁ ସଙ୍ଗୀତ ମଧ୍ୟ ଶୁଣାନ୍ତି । ସକାଳର ସୁନେଲି ଆଭାସରେ ଗଛ ଓ ଫୁଲର ସୌନ୍ଦର୍ଯ୍ୟ ବେଶ ମନଲୋଭା । ସକାଳର ଚା' ଖିଆ ଓ ପେପର ପଢା ପରେ ଗଛ ଲତା ହିଁ ତାଙ୍କର ଜୀବନ ।

ଆପଣ ଅନେକ ମଣିଷ ଦେଖିଥିବେ ଯେଉଁମାନେ ଗଛର ଯତ୍ନ ନିଅନ୍ତି...ସେମାନଙ୍କୁ ପାଣି ନଦେଲା ପର୍ଯ୍ୟନ୍ତ ନିଜେ ଖାଆନ୍ତି ନାହିଁ...ହେଲେ ଗଛ ସହ କଥା ହେବା ଏବଂ ସେମାନଙ୍କୁ ଗୀତ ଗାଇ ଶୁଣାଇବା ପରି ବ୍ୟକ୍ତି ବିଶ୍ୱମ୍ବର ବୋଧହୁଏ ପ୍ରଥମ ।

Advertisment

କାମାକ୍ଷାନଗରରୁ ବିଦ୍ୟାଧର ବରାଳ

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ