Advertisment

Success Story: ଯୋଉ କଲେଜ୍‌ରେ ବାପା ପିଅନ ସେହି କଲେଜରେ ପଢି ୨୦ ଲକ୍ଷ ପ୍ୟାକେଜ୍‌ରେ ନିଯୁକ୍ତି

ସେ ଏକ ଘରୋଇ କଲେଜରେ ଅଧ୍ୟୟନ କରନ୍ତି। ତାଙ୍କୁ ସେହି କଲେଜ ତରଫରୁ ବାର୍ଷିକ ୨୦ ଲକ୍ଷ ଟଙ୍କା ପ୍ୟାକେଜ୍‌ରେ ନିଯୁକ୍ତି ମିଳିଛି। ସେହି କଲେଜ୍‌ରେ ବାପା ପିଅନ ଭାବେ କାମ କରନ୍ତି।

ଅଦ୍ୟତନ ହୋଇଛି
Jharkhand Girl Success Story 20 Lakh Per Annum College Placement

Jharkhand girl success story 20 lakh per annum college placement

Advertisment

କୁହାଯାଏ କଠିନ ପରିଶ୍ରମ, ଚେଷ୍ଟା ଆଉ ଧୈର୍ଯ୍ୟ ଥିଲେ ସଫଳତା ଆପେ ଆପେ ଆସିଥାଏ। ଝାଡଖଣ୍ଡର ରିତିକା ସୁରିନ୍ ଏହାକୁ ସତ କରି ଦେଖେଇଛନ୍ତି। ରିତିକା ସୁରିନ୍ ଗ୍ରେଟର ନୋଏଡାର ଏକ ଘରୋଇ କଲେଜରେ ଅଧ୍ୟୟନ କରନ୍ତି। ତାଙ୍କୁ ସେହି କଲେଜ ତରଫରୁ ବାର୍ଷିକ ୨୦ ଲକ୍ଷ ଟଙ୍କା ପ୍ୟାକେଜ୍‌ରେ ନିଯୁକ୍ତି ମିଳିଛି। ରିତିକାଙ୍କ ବାପାମା’ ଏହି ଖବର ଶୁଣି ତାଙ୍କର ଆନନ୍ଦ କହିଲେ ନସରେ।

Advertisment

ରିତିକା ସୁରିନଙ୍କ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଖରାପ। ସେ ଅତି ସାଧାରଣ ପରିବାରରୁ ଆସିଛନ୍ତି। ରିତିକାଙ୍କ ବାପାମା’ ଜୀବିକା ନିର୍ବାହ କରିବା ପାଇଁ ୨୦ ବର୍ଷ ପୂର୍ବେ ଝାଡଖଣ୍ଡରୁ ନୋଏଡାକୁ ଆସିଥିଲେ। ଏହା ପରେ ସବୁଦିନ ପାଇଁ ଏଠାରେ ରହିଗଲେ।

ଅଧିକ ପଢ଼ନ୍ତୁ: ଏକାବେଳେ ପରୀକ୍ଷା ଦେଲେ ମା-ଝିଅ; ହେଲେ ସବ୍-ଇନ୍ସପେକ୍ଟର

ରିତିକା ସୁରିନଙ୍କ ବାପା ନଭଲ ସୁରିନ କହିଛନ୍ତି ଯେ “ମୁଁ ଏକ ଘରୋଇ କଲେଜରେ ପିଅନ ଭାବରେ କାମ କରେ। ମୁଁ କେବେ ଭାବି ନ ଥିଲି ଯେ ମୋ ଝିଅ ପାଠ ପଢିବ ଆଉ ଚାକିରି କରିବ। କିନ୍ତୁ କୌଣସି ପ୍ରକାରେ ନିଜ ଜୀବନକୁ କଷ୍ଟରେ ବିତାଇ ଝିଅକୁ ଶିକ୍ଷା ଦେଲି। ଆମକୁ ତ ହିନ୍ଦୀ ବି ଠିକ୍ ଭାବରେ କହିଆସେନି। କିନ୍ତୁ ରିତିକା ବହୁତ ଭଲ ଇଂରାଜୀ କୁହେ।”

Advertisment

ରିତିକାଙ୍କ ମା’ ମେରି ଗ୍ଲୋରିଆ ସୁରିନ୍ କୁହନ୍ତି ଯେ “ମୁଁ ନୋଏଡାର ଲୋକଙ୍କ ଘରେ କାମ କରେ। ଆଗରୁ ଖାଇବା ପାଇଁ ମଧ୍ୟ ଟଙ୍କା ନଥିଲା। ଧୀରେ ଧୀରେ ସବୁ କିଛି କରି ଝିଅକୁ ପାଠ ପଢେଇଲୁ।”

ରିତିକା ସୁରିନ୍ ଏବେ ଏମବିଏ କରୁଛନ୍ତି। ଅଟୋ ଡେସ୍କ କମ୍ପାନୀରେ ତାଙ୍କ ପ୍ଲେସ୍‌ମେଣ୍ଟ ବର୍ଷକୁ ୨୦ ଲକ୍ଷ ଟଙ୍କାରେ କରାଯାଇଛି। ସେ କହିଛନ୍ତି ଯେ “ମୁଁ ମୋର ବାପାମା’ଙ୍କ ନା’କୁ ଉଜ୍ଜ୍ୱଳ କରିବାକୁ ଚାହୁଁଛି। ମୋତେ ନିଜକୁ ପ୍ରମାଣ କରିବାକୁ ପଡିବ ଯେ ମୁଁ ପାଇଥିବା ସୁଯୋଗ ପାଇଁ ମୁଁ ଯୋଗ୍ୟ। ମୁଁ ଦେଖିଛି ମୋ ମା’ କଠିନ ପରିଶ୍ରମ କରୁଛନ୍ତି। ମୁଁ ପଢୁଥିବା କଲେଜରେ ମୋ ବାପା ଏକ ପିଅନ ଭାବରେ କାମ କରନ୍ତି। ମୁଁ ଏସବୁ ଭୁଲି ପାରିବି ନାହିଁ।”

Advertisment
Successful Woman Successful Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ