Advertisment

ଏଠି ମୃତ୍ୟୁ ପରେ ଗଛ ହୋଇଯାଏ ଦେହ

ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପାରେ। ପିଲାଟିଏ ମରିଗଲା ପରେ ଗଛ ହୋଇଯାଏ। କେମିତି ଏହା ହୁଏ ଜାଣିବା ପା‍ଇଁ ଦେଖନ୍ତୁ।

ଅଦ୍ୟତନ ହୋଇଛି
Indonesian people buries children body inside tree trunk

Indonesian people buries children body inside tree trunk

Advertisment

ଏ ଦୁନିଆ ବିଚିତ୍ର। ଏଠି ଅନେକ ପ୍ରକାର ଲୋକ ଅଛନ୍ତି ଯେଉଁମାନେ ଭିନ୍ନ ଭିନ୍ନ ପରମ୍ପରା ଏବଂ ରୀତିନୀତିକୁ ବିଶ୍ୱାସ କରନ୍ତି। ଏହି ପରମ୍ପରାଗୁଡ଼ିକୁ ଧର୍ମ କିମ୍ବା ବିଶ୍ୱାସ ବୋଲି କୁହାଯାଏ। କେତେକ ପରମ୍ପରା ଏତେ ଅଜବ ହୋଇଥାଏ ଯେ ବିଶ୍ୱାସ ବି କରିହୁଏନି।

Advertisment

ଇଣ୍ଡୋନେସିଆରେ ଏମିତି ଏକ ଗୋଷ୍ଠୀ ଅଛନ୍ତି ଯେଉଁମାନେ ଏକ ଅଜବ ପରମ୍ପରାକୁ ନେଇ ବାସ କରନ୍ତି। ସେମାନେ ଗଛର ଗଣ୍ଡିକୁ ଖୋଳି ସେଠାରେ ନିଜ ମୃତ ସନ୍ତାନର ଶବକୁ କବର ଦିଅନ୍ତି। ଏହାକୁ ସେମାନେ ପରମ୍ପରା ଭାବେ ଗ୍ରହଣ କରୁଥିବା ବେଳେ ଏହା ପଛରେ ବି ରହିଛି ଏକ ବିଶ୍ୱାସ।

ଏହି ଅଦ୍ଭୁତ ପରମ୍ପରା ଇଣ୍ଡୋନେସିଆର ତାନା ତରୋଜାରେ ବିଶ୍ୱାସ କରାଯାଏ। ଏଠାରେ ରହୁଥିବା ଅନ୍ୟ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ସାଧାରଣ ଭାବରେ କରାଯାଇଥାଏ, କିନ୍ତୁ ଯେତେବେଳେ ପିଲାଟିଏ ମରିଯାଏ, ସେତେବେଳେ ଏହି ଅଜବ ପରମ୍ପରାକୁ ପାଳନ କରାଯାଏ। ନିଜ ପିଲାର ମୃତ୍ୟୁରେ ଲୋକଙ୍କ ମଧ୍ୟରେ ଶୋକର ଲହରୀ ତ ଖେଳିଯାଏ ସତ, କିନ୍ତୁ ନିଜ ପିଲାକୁ ପ୍ରକୃତି ସହିତ ଯୋଡ଼ିବାର ଉତ୍ସାହ ସେମାନଙ୍କୁ ଗର୍ବିତ କରେ।

Advertisment

ଇଣ୍ଡୋନେସିଆର ଏହି ଲୋକମାନେ ସେତେବେଳେ ଏହି ନିଆରା ପରମ୍ପରାକୁ ପାଳନ କରନ୍ତି ଯେତେବେଳେ ତାଙ୍କ ପିଲାର ମୃତ୍ୟୁ ହୁଏ। ଏଥିପାଇଁ ଗଛର ଗଣ୍ଡିକୁ ଖୋଳି ଏକ ବଡ କୋରଡ କରାଯାଏ। ଏହା ପରେ ପିଲାଟିର ମୃତ ଦେହକୁ ଏକ କପଡ଼ାରେ ଗୁଡ଼ାଇ ଗଛର ଏହି କୋରଡରେ ପୂରେଇ ଦିଆଯାଏ। ପରେ ମୃତ ଶରୀର ଧୀରେ ଧୀରେ ଗଛର ଏକ ଅଂଶ ହୋଇଯାଏ। ଲୋକମାନେ କୁହନ୍ତି ଯେ ଏହି ଉପାୟରେ ଦୁନିଆ ଛାଡିବା ପରେ ମଧ୍ୟ ସେହି ପିଲାଟି ସବୁଦିନ ପାଇଁ ଗଛ ଆକାରରେ ରହିଥାଏ।

ଏହି ପରମ୍ପରା ଇଣ୍ଡୋନେସିଆର ମକାସ୍ସର ଠାରୁ ପ୍ରାୟ ୧୮୬ ମାଇଲ ଦୂରରେ ରହୁଥିବା ତାନା ତରୋଜାରେ ବୋଲି ବିଶ୍ୱାସ କରାଯାଏ। ଲୋକମାନେ ନିଜ ପିଲାମାନଙ୍କୁ ଗଛର କୋରଡରେ ପୋତି ଦିଅନ୍ତି ଏବଂ ଗଛକୁ ନିଜ ପିଲା ଭାବରେ ଗ୍ରହଣ କରିନିଅନ୍ତି। ଏଠାକାର ସ୍ଥାନୀୟ ଲୋକମାନେ ହିଁ ଗଛକୁ ହାଣି କୋରଡ ତିଆରି କରନ୍ତି। ସେମାନେ ବିଶ୍ୱାସ କରନ୍ତି ଯେ ଯଦିଓ ଈଶ୍ୱର ସେମାନଙ୍କ ସନ୍ତାନକୁ ସେମାନଙ୍କଠାରୁ ନେଇଯାଆନ୍ତି, କିନ୍ତୁ ଏହି ପରମ୍ପରା ସେମାନଙ୍କ ପିଲାକୁ ସେମାନଙ୍କ ଠାରୁ ଯିବାକୁ ଦିଏ ନାହିଁ। ସେ ସବୁବେଳେ ନିଜ ବାପାମା’ଙ୍କ ପାଖରେ ରୁହେ।

Advertisment
Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: