ଯେତେବେଳେ ସେବାର ଅନୁଭବ ଆସିଯାଏ, ସେତେବେଳେ ବୟସର କୌଣସି ଫରକ ପଡି ନଥାଏ। ଆଜିର ଧାଁ ଦୌଡ ଜୀବନରେ, ଲୋକଙ୍କ ପାଖରେ ନିଜ ପାଇଁ ବି ସମୟ ନାହିଁ। ଏଭଳି ପରିସ୍ଥିତିରେ ଯିଏ ନିଜର ଏହି ମୂଲ୍ୟବାନ ସମୟରୁ କିଛି ବାହାର କରି ସାମାଜିକ ଚିନ୍ତା ଏବଂ ଧାର୍ମିକ କାର୍ଯ୍ୟରେ ଦିଏ ବା ଆର୍ଥିକ ସହାୟତା କରେ ତେବେ ଏହା ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଥାଏ।
ତେବେ ଏହି ସେବା କରିବାର ମନବୃତ୍ତି ସେତେବେଳେ ଆହୁରି ସ୍ୱତନ୍ତ୍ର ହୋଇଯାଏ ଯେତେବେଳେ ବୟସ ପ୍ରାୟ ୧୦୦ରେ ପହଞ୍ଚିଯାଏ। ଏମିତି ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନରେ। ନାଗର ଜିଲ୍ଲାର ବସୁନ୍ଦରା କଲୋନୀରେ ରହୁଥିବା ତିଜୁ ଦେବୀଙ୍କ କାହାଣୀ ଏହିପରି କିଛି। ଯିଏ କି ୯୭ ବର୍ଷ ବୟସରେ ଗୋସେବା କରି ନିଜର ଧର୍ମ କରୁଛନ୍ତି।
ଅଧିକ ପଢ଼ନ୍ତୁ: ଜଗନ୍ନାଥଙ୍କ ପ୍ରେମରେ ବୃଦ୍ଧା ଭିକ୍ଷୁକ: ମନ୍ଦିରକୁ ଦାନ କଲେ ଜୀବନଯାକର ସଞ୍ଚିତ ଧନ
Also Read
ତିଜୁ ଦେବୀ କହିଛନ୍ତି ଯେ “ଗୋସେବା କରିବା ହିନ୍ଦୁ ଧର୍ମର ସବୁଠାରୁ ବଡ ଧର୍ମ ବୋଲି ବିବେଚନା କରାଯାଏ। ମୁଁ ମୋ ମା’ଙ୍କ ଠାରୁ ଗୋସେବା କରିବା ଶିଖିଥିଲି। ପ୍ରତିବର୍ଷ ମୁଁ ଗୋସେବା ପାଇଁ ମୋର ସଞ୍ଚୟ ଦାନ କରେ। ମୁଁ ଗତ ପଚାଶ ବର୍ଷ ଧରି ଗୋସେବା ପାଇଁ ଦାନ କରିଆସୁଛି। ମୁଁ ବିଶ୍ୱାସ କରେ ଯେ ଗୋସେବା କରିବା ଆତ୍ମା ଏବଂ ମନକୁ ଶାନ୍ତି ଦେଇଥାଏ।”
ସ୍ଥାନୀୟ ଲୋକମାନେ କୁହନ୍ତି ଯେ ମାତାଜୀ ଏହି ବୟସରେ ମଧ୍ୟ ଗୋସେବା ପାଇଁ କାମ କରୁଛନ୍ତି। ଏହା ଆମକୁ ଶିକ୍ଷା ଦିଏ ଯେ ଆମେ ମୂକ ବଧିର ପ୍ରାଣୀ ଏବଂ ପକ୍ଷୀମାନଙ୍କର ମଧ୍ୟ ସେବା କରିବା ଉଚିତ।
ସ୍ଥାନୀୟ ବସୁନ୍ଧରା ନଗର କଲୋନୀର ବାସିନ୍ଦା ୯୭ ବର୍ଷିୟା ତିଜୁ ଦେବୀ ଶର୍ମା ନିଜର ବର୍ଷସାରାର ସଞ୍ଚୟ ଗୋସେବାରେ ସମର୍ପିତ କରିବାକୁ ତାଙ୍କ ପୁଅ ପାରସମଲ ଏବଂ ମଦନଲାଲଙ୍କୁ କହିଥିଲେ। ପୁଅମାନେ ସ୍ଥାନୀୟ ଗୋଚିକିତ୍ସାଳୟ ସଂରକ୍ଷକ ମୋହନସିଂହ ଚୌହାନ, ପ୍ରତିଷ୍ଠାତା ପୁରଣମଲ କୁମାୱତ, ଚିକିତ୍ସକ ଦୀନଦୟାଲ, ରବି ପ୍ରଜାପତଙ୍କୁ ନିଜ ଘରକୁ ଡାକି ପ୍ରାୟ ୧୧ ହଜାର ଟଙ୍କା ପ୍ରଦାନ କରିଥିଲେ।