Advertisment

ଘର ଲୋକ ବିବାହର ସର୍ତ୍ତ ରଖିବାରୁ UPSC ଟପ୍ ହେଲେ ଯୁବତୀ

ପରୀକ୍ଷାରେ ଭଲ କରିବା ପାଇଁ ଘର ଲୋକେ ଅନେକ ପ୍ରକାର ଲୋଭ ଦେଖେଇ ଥା’ନ୍ତି। କିନ୍ତୁ ଜଣେ ଯୁବତୀଙ୍କୁ ପରିବାର ଲୋକ ବାହା କରେଇ ଦେବାକୁ କହିବାରୁ ସେ UPSC ପରୀକ୍ଷାରେ ସଫଳତା ପାଇଗଲେ।

ଅଦ୍ୟତନ ହୋଇଛି
IAS Nidhi Siwach success story

IAS Nidhi Siwach success story

Advertisment

କେନ୍ଦ୍ର ଜନସେବା ଆୟୋଗ ଦ୍ୱାରା ପରିଚାଳିତ ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହେବା ଅନେକଙ୍କ ସ୍ୱପ୍ନ ଥାଏ। ଏହି ସ୍ୱପ୍ନକୁ ପୂରଣ କରିବା କେତେଙ୍କ ପାଇଁ ସହଜ ହେଉଥିଲେ ମଧ୍ୟ ଅନେକଙ୍କ ପାଇଁ କଷ୍ଟକର ହୋଇଥାଏ। ଏହି ପରୀକ୍ଷାକୁ ପାଶ୍ କରିବା ଏବଂ ସିଭିଲ୍‌ ସର୍ଭିସ୍‌ରେ ପ୍ରବେଶ କରିବା ପାଇଁ ଅନେକ ଲୋକ ବର୍ଷ ବର୍ଷ ଧରି କଠିନ ପରିଶ୍ରମ କରିଥାନ୍ତି।

Advertisment

ପ୍ରତିବର୍ଷ ହଜାର ହଜାର ପ୍ରାର୍ଥୀ କଠିନ ପରିଶ୍ରମ ଏବଂ ଅଧ୍ୟୟନ ସହିତ UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି। ଏହି ପ୍ରାର୍ଥୀମାନଙ୍କ ମଧ୍ୟରେ ଏହିପରି ଅନେକ ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ ବଡ ବଡ ଚାକିରି ମଧ୍ୟ ଛାଡିଛନ୍ତି। ଏହି ସଫଳତାର କାହାଣୀରେ ଅନେକ ମହିଳାଙ୍କ ନାମ ମଧ୍ୟ ସାମିଲ୍ ଅଛି। ଏପରି ଜଣେ ମହିଳା ଆଇଏଏସ୍ ଅଛନ୍ତି ଯିଏ ଏଥିରେ ସଫଳତା ପାଇଁ ନିଜକୁ ୬ ମାସ ଧରି ଏକ କୋଠରୀରେ ବନ୍ଦ କରିଦେଇଥିଲେ।

IAS ହେବାକୁ ତାଙ୍କ ମନରେ ଏତେ ଉତ୍ସାହ ବଢିଯାଇଥିଲା ଯେ ସେ ପାଠ ପଢିବାରେ ହଜିଯାଇଥିଲେ। ଏନେଇ ସେ ନିଜକୁ ପରିବାର ସଦସ୍ୟଙ୍କ ସହ ମଧ୍ୟ କଥା ହେବାରୁ ବଞ୍ଚିତ ରଖିଲେ। କିନ୍ତୁ UPSC ପରୀକ୍ଷା ଫଳାଫଳ ଆସିବା ପରେ ତାଙ୍କର କଠିନ ପରିଶ୍ରମର ବିଜୟ ହେଲା। ଏହି ମହିଳା ଅଧିକାରୀ ଜଣଙ୍କ ହେଲେ ନିଧି ସିୱାଚ୍। ଆସନ୍ତୁ ତାଙ୍କ ସଫଳତାର କାହାଣୀ ପଛର ରହସ୍ୟ ଉପରେ ନଜର ପକେଇବା।

Advertisment

କିଏ ଏହି ନିଧି ସିୱାଚ୍:

ନିଧି ସିୱାଚ୍ ହରିୟାଣାର ଗୁରୁଗ୍ରାମରୁ ଆସିଛନ୍ତି। ସେ ଏଠାରୁ ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ଏହା ପରେ ଇଞ୍ଜିନିୟରିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ନିଧି ମେକାନିକାଲ୍ ଇଞ୍ଜିନିୟରିଂରେ ନାମ ଲେଖାଇଲେ। ସେ ଭଲ ମାର୍କ ସହିତ ମେକାନିକାଲ୍ ଇଞ୍ଜିନିୟରିଂ ଡିଗ୍ରୀ ମଧ୍ୟ ହାସଲ କଲେ।

କ୍ୟାରିୟର୍:

ମେକାନିକାଲ୍ ଇଞ୍ଜିନିୟର ନିଧି ସିୱାଚ୍ ହାଇଦ୍ରାବାଦର ଏକ କମ୍ପାନୀରେ ଚାକିରି ପାଇଲେ। ସେ ହରିୟାଣାରୁ ଚାକିରି ପାଇଁ ହାଇଦ୍ରାବାଦ ଯାଇଥିଲେ। ଦୁଇ ବର୍ଷ ଧରି ଚାକିରି କଲା ପରେ ସେ ଅନୁଭବ କଲେ ଯେ ସେ ଏହି ଚାକିରି ଆଉ କରିବେ ନାହିଁ। ସେ IAS ହେବାକୁ ସ୍ଥିର କଲେ। ଏନେଇ ସେ ଚାକିରିରୁ ଇସ୍ତଫା ଦେଲେ।

Advertisment

UPSCରେ ଦୁଇଥର ବିଫଳ:

ନିଧି UPSC ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କଲେ। ପ୍ରଶାସନିକ ସେବାରେ ଯୋଗଦେବା ପାଇଁ ସେ ଯତ୍ନର ସହ ଅଧ୍ୟୟନ କଲେ। ତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ UPSC ପରୀକ୍ଷା ଉପରେ ଥିଲା କିନ୍ତୁ ସେ ଦୁଇଥର ବିଫଳ ହୋଇଥିଲେ। ପରୀକ୍ଷାରେ ଲଗାତାର ବିଫଳତା ଏବଂ ଚାକିରି ନ ପାଇବାରୁ ତାଙ୍କ ଉପରେ ଚାପ ପଡିଲା।

ବିବାହର ସର୍ତ୍ତ:

ପରିବାର ସଦସ୍ୟ ଚାହୁଁଥିଲେ ନିଧି ବିବାହ କରନ୍ତୁ। ତାଙ୍କ ପାଖରେ ଦୁଇଟି ରାସ୍ତା ଥିଲା; ପରୀକ୍ଷାରେ ପାଶ୍ ହେବା ନଚେତ ବିବାହ କରିବା। ପରିବାର ସଦସ୍ୟ ଏକ ସର୍ତ୍ତ ରଖିଲେ ଯେ ଯଦି ସେ ଏଥର ଯଦି ବିଫଳ ହୁଅନ୍ତି ସେମାନେ ତାଙ୍କ ବିବାହ କରିଦେବେ। ପରିବାରର ଏହି ସର୍ତ୍ତକୁ ନିଧି ଗ୍ରହଣ କଲେ। ସେ ସ୍ଥିର କଲେ ଯେ ଏଥର ତାଙ୍କୁ ଆଇଏଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡିବ।

୬ ମାସ ଗୋଟିଏ କୋଠରୀରେ ବନ୍ଦ କଲେ:

ନିଧିଙ୍କୁ ତାଙ୍କର ତୃତୀୟ ପ୍ରୟାସରେ ପରୀକ୍ଷାରେ ପାଶ୍‌ ହେବାକୁ ଥିଲା। ତେଣୁ ସେ ଆହୁରି କଠିନ ପରିଶ୍ରମ କରିବା ଆରମ୍ଭ କଲେ। ଏକାଗ୍ରତା ଏବଂ ଅଧ୍ୟୟନ ପାଇଁ ସେ ନିଜକୁ ଗୋଟିଏ କୋଠରୀରେ ବନ୍ଦ କରିଦେଲେ। ସବୁବେଳେ ବହି ଏବଂ ଅଧ୍ୟୟନରେ ମନ ଦେଲେ। ଏପରିକି ସେ ପରିବାର ସଦସ୍ୟଙ୍କ ସହ କଥାବାର୍ତ୍ତା ମଧ୍ୟ କମେଇ ଦେଲେ।

ବିନା କୋଚିଂରେ UPSC ଟପ୍:

ନିଧି ବିନା କୋଚିଂରେ ଘରେ ପଢାପଢି କଲେ। ତାଙ୍କର କଠିନ ପରିଶ୍ରମ ତାଙ୍କୁ ସଫଳତାର ସ୍ୱାଦ ଚଖେଇଲା। ଯେତେବେଳେ UPSC ପରୀକ୍ଷା ଫଳ ଆସିଲା ନିଧି ଅଲ୍‌ ଇଣ୍ଡିଆ ସ୍ତରରେ ୮୩ ରାଙ୍କ୍‌ ହାସଲ କଲେ ଏବଂ IAS ହେବାର ସ୍ୱପ୍ନ ପୂରଣ କଲେ।

Women Empowerment Inspirational Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ