Advertisment

ପତ୍ନୀଙ୍କ ମୃତ୍ୟୁକୁ ସହିପାରିଲେନି ସ୍ୱାମୀ, ଚାଷ ଜମିରେ ନିର୍ମାଣ କଲେ ଅବିକଳ ପ୍ରତିମୂର୍ତ୍ତି

ପତ୍ନୀଙ୍କ ସ୍ମୃତିରେ ପ୍ରତିମୂର୍ତ୍ତି,ଜୀବନ ସାଥି ପାଇଁ ଚାଷ ଜମିରେ ନିର୍ମାଣ କଲେ ପ୍ରତିମୂର୍ତ୍ତି । ସ୍ତ୍ରୀ ମୃତ୍ୟୁ ପରେ ପ୍ରତିମୂର୍ତ୍ତି ନିର୍ମାଣ କରାଇଲେ ସ୍ବାମୀ ।

ଅଦ୍ୟତନ ହୋଇଛି
statue

statue

Advertisment

ପତ୍ନୀଙ୍କ ବିୟୋଗ ପରେ ଭୁଲି ନପାରି ସ୍ୱାମୀ ତିଆରି କଲେ ଅବିକଳ ପ୍ରତିମୂର୍ତ୍ତି। ଯାହା ଦେଖିବାକୁ ଜୀବନ୍ତ ପରି । ଚାଲିଯାଇଥିବା ପ୍ରେମ, ଭଲପାଇବାକୁ ଜଣେ ଭୁଲିପାରିବ ବା କେମିତି ! ଯାହାଙ୍କୁ ୭ ଜନ୍ମ ପାଇଁ ସାଥୀ କରିଥିଲେ, ସେ ହାତ ଛାଡ଼ି ସବୁଦିନ ପାଇଁ ଆରପାରିକୁ ଚାଲିଗଲେ। ଜୀବନ ସାଥି ପାଇଁ ଚାଷ ଜମିରେ ନିର୍ମାଣ କଲେ ପ୍ରତିମୂର୍ତ୍ତି ।

Advertisment

ପତ୍ନୀଙ୍କ ପାଇଁ କିଏ କେତେ କଣ କରେ...ଜୀବିତ ଥିବା ବେଳେ ଆଉ ତାଙ୍କ ଅନ୍ତେ ବି ଅନେକ କିଛି। ଏମିତି ଜଣେ ବ୍ୟକ୍ତି ଏବେ ଚର୍ଚ୍ଚାକୁ ଆସିଛନ୍ତି ଯିଏ ସ୍ତ୍ରୀଙ୍କ ମୃତ୍ୟୁ ପରେ ବି ତାଙ୍କୁ ନିଜ ପାଖରେ ରଖିବାକୁ ଚେଷ୍ଟା କରିଛନ୍ତି। ସ୍ମୃତିରେ ନିର୍ମାଣ କରିଛନ୍ତି ପ୍ରତିମୂର୍ତ୍ତି। ଆନ୍ଧ୍ରପ୍ରଦେଶ ୱାରଙ୍ଗଲର ଭେଙ୍କେଟନାରାୟଣ ପତ୍ନୀ ସୁଜାତାଙ୍କ ସ୍ମୃତିରେ ନିର୍ମାଣ କରିଛନ୍ତି ଏହି ପ୍ରତିମୂର୍ତ୍ତି ।

ଗଲା ୩୩ ବର୍ଷ ତଳେ ସୁଜାତା ଓ ଭେଙ୍କେଟନାରାୟଣ ପରସ୍ପରକୁ ପ୍ରେମ ବିବାହ କରିଥିଲେ। ଗତ ବର୍ଷ ସୁଜତାଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଥିଲେ ସ୍ବାମୀ ଭେଙ୍କେଟନାରାୟଣ। ହେଲେ ମୃତ୍ୟୁ ପରେ ବି ସ୍ତ୍ରୀଙ୍କୁ ନିଜ ପାଖରେ ରଖିବାକୁ ଉପାୟ ଖୋଜି ଖୋଜି ଶେଷରେ ଏପରି ନିଷ୍ପତ୍ତି ନେଇଛନ୍ତି। ଯେଉଁ ଚାଷ ଜମିରେ ଉଭୟ ନିଜ ସ୍ୱପ୍ନର ସଂସାର ଦେଖିଥିଲେ, ସେଠି ସ୍ତ୍ରୀଙ୍କ ମୂର୍ତ୍ତି ନିର୍ମାଣ କରାଇଲେ।...

Advertisment
Statue
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ