• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭାରତୀୟ ସେନା ତଥା ଦେଶର ସୁରକ୍ଷା ପାଇଁ ଗଜପତି ଚନ୍ଦ୍ରଗିରିର ଜଣେ ଆଇଟିଆଇ ଛାତ୍ର ନୂଆ ପ୍ରୋଜେକ୍ଟ ତିଆରି କରିଛନ୍ତି । ତାଙ୍କର ଏହି ପ୍ରୋଜେକ୍ଟ ସୀମାରେ ଅନୁପ୍ରବେଶ ରୋକିବାରେ ସହାୟକ ହେବ ବୋଲି ସେ ଆଶା କରିଛନ୍ତି । ଏଥିସହ ହତ୍ୟା ଅଭିଯୁକ୍ତଙ୍କୁ ଧରିବାକୁ ସେ ତିଆରି କରିଛନ୍ତି ଏକ ସ୍ୱତନ୍ତ୍ର ଚଷମା ।

ଦୁଇଟି ମୋବାଇଲ, ତିନି ଚାରିଟି ବଲବ, ସ୍ୱିଚ୍ ଆଉ ଅଳ୍କ କିଛି ବିଦ୍ୟୁତ୍ ସରଂଜାମ । ନିଜସ୍ୱ ଉଦ୍ୟମ ଏବଂ ଜ୍ଞାନ କୌଶଳରେ ଜଣେ ଆଇଟିଆଇ ଛାତ୍ର ତିଆରି କରିଛନ୍ତି ଦେଶ ସୁରକ୍ଷାର ପ୍ରୋଜେକ୍ଟ । ନାଁ ତାଙ୍କର ସମୀର ପ୍ରଧାନୀ । ଗଜପତି ଜିଲ୍ଲା ଚନ୍ଦ୍ରଗିରି ଆଇଟିଆଇର ପୂର୍ବତନ ଛାତ୍ର ,ତାଙ୍କର ଏହି ପ୍ରକଳ୍ପ ସୀମାରେ ଅନୁପ୍ରବେଶ ରୋକିବା ସହ ସେନା ସୁରକ୍ଷା ଦିଗରେ ସହାୟକ ହୋଇପାରିବ ବୋଲି ଆଶା ରଖିଛନ୍ତି ସମୀର ।

  •  ସମୀରଙ୍କ ଏହି ପ୍ରୋଜେରେ ଲାଗିଛି ଅଟୋ ସେନସର୍ ସୀମାରେ ବାହ୍ୟ ଶତ୍ରୁ ଅନୁପ୍ରବେଶ କଲେ ସଙ୍ଗେ ସଙ୍ଗେ ବାଜି ଉଠିବ ସାଇରନ୍ । ମାଟିତଳେ ଗଲେ ମଧ୍ୟ ସାଇରନ୍ ବାଜିବ । ଏଥିସହ ଅଟୋ ସେନସର୍ରୁ କ୍ଷଣକ ମଧ୍ୟରେ କଲ୍ ଯିବ ହେଡ୍ ଅଫିସକୁ ।
  •  ଅନୁପ୍ରବେଶକାରୀ ଯଦି ତାର କାଟନ୍ତି, ତେବେ ଜଳିଉଠିବ ବଲ୍ବ ସାଇରନ୍ ବି ବାଜିବ ଫଳରେ ଅନୁପ୍ରବେଶକୁ ରୋକାଯାଇ ପାରିବ ।
  • କେବଳ ଏତିକି ନୁହେଁ, ସୀମାରେ ପଶିବାକୁ ଉଦ୍ୟମ କଲେ ଏଥିରେ ଲାଗିଥିବା କେମିକାଲ ସ୍ପ୍ରେ ହେବ ଏବଂ ଏହା ସଂସ୍ପର୍ଶରେ ଆସି ଅଚେତ ହୋଇପଡିବେ ଅନୁପ୍ରବେଶକାରୀ
  •  ଏଥିସହ ହତ୍ୟା ଅଭିଯୁକ୍ତଙ୍କୁ ଧରିବାକୁ ସ୍ୱତନ୍ତ୍ର ଚଷମା ତିଆରି କରିଛନ୍ତି ସମୀର । ହତ୍ୟାକାଣ୍ଡର ୨୪ ଘଂଟା ମଧ୍ୟରେ ମୃତଦେହରେ ହେଲମେଟ୍ ଏବଂ ସ୍ୱତନ୍ତ୍ର ଚଷମା ପିନ୍ଧାଇ ଆଖି ସ୍କାନିଂ କଲେ, ତୁରନ୍ତ ଅଭିଯୁକ୍ତକୁ ଚିହ୍ନଟ କରିହେବ ବୋଲି କହିଛନ୍ତି ସମୀର ।

୨୦୧୭ରେ ଆଇଟିଆଇ ପାସ୍ କରିଥିଲେ ସମୀର ପ୍ରଧାନୀ ଏହାପରେ ବିଦ୍ୟୁତ ବିଭାଗରେ ଲାଇନମ୍ୟାନ ଭାବେ କାମ କରୁଛନ୍ତି । ତେବେ ସୀମାରେ ଯବାନଙ୍କ ସହିଦ ହେବା ଖବର ତାଙ୍କୁ କଷ୍ଟ ଦେଇଥିଲା, ଆଉ ସେଥିପାଇଁ ଯବାନଙ୍କ ସୁରକ୍ଷା ଉଦ୍ଦେଶ୍ୟ ନେଇ ସମୀର ଲାଗିପଡିଥିଲେ ପ୍ରୋଜେକ୍ଟ ତି‌ଆରିରେ । ଶେଷରେ ପ୍ରସ୍ତୁତ ହୋଇଛି ତାଙ୍କ ପ୍ରକଳ୍ପ ବଡକଥା ହେଉଛି ଏଥିପାଇଁ ଖର୍ଚ୍ଚ ହୋଇଛି ମାତ୍ର ୭ ହଜାର ଟଙ୍କା । ସମୀରଙ୍କ ଉଦ୍ୟମକୁ ଏବେ ଚାରିଆଡେ ପ୍ରଶଂସା କରାଯାଉଛି ।

ଗଜପତି ଜିଲ୍ଲା ଚନ୍ଦ୍ରଗିରିରୁ ମିହିର ଜତିଙ୍କ ରିପୋର୍ଟ