Advertisment

Guru-Shishya Relationship: ଏ ଯୁଗର ଏକଲବ୍ୟ....ଗୁରୁଙ୍କୁ କାନ୍ଧରେ ବୋହି ଛତିଶଗଡରୁ ଓଡ଼ିଶା ଆଣିଲେ ଶିଷ୍ୟ, କରାଇଲେ ଚିକିତ୍ସା

ଏବେ ମଧ୍ୟ ଗୁରୁ-ଶିଷ୍ୟର ସେ ଅନାବିଳ ପ୍ରେମ, ପରମ୍ପରା ଆଉ କର୍ତ୍ତବ୍ୟ ବଞ୍ଚିଛି। ଗୁରୁ ଗାଡ଼ିରେ ବସିବାକୁ ରାଜି ନ ହେବାରୁ ଶିଷ୍ୟମାନେ ତାଙ୍କୁ ୮୦ କିଲୋମିଟର କାନ୍ଧରେ ବୋହି ଡାକ୍ତରଖାନାରେ ଚିକିତ୍ସା କରାଇଛନ୍ତି।

ଅଦ୍ୟତନ ହୋଇଛି
ଏ ଯୁଗର ଏକଲବ୍ୟ

ଏ ଯୁଗର ଏକଲବ୍ୟ

Advertisment

କାନ୍ଧରେ ବୁହା ହୋଇ ଚାଲିଛନ୍ତି ଗୁରୁ...ପାଲିଙ୍କିରେ ବସି ଯାଉଛନ୍ତି ଡାକ୍ତରଖାନା... ବାଟରେ ଦେଖି କିଏ ନତମସ୍ତକ ହୋଇ ଯାଉଛି ତ ଆଉ କିଏ ମୁଣ୍ଡିଆ ମାରୁଛି... ଏ ଦୃଶ୍ୟ ଦେଖି ଭାବୁଥିବେ ଏପରି କାହିଁକି ଘଟୁଛି... ଆମେ ବି କ୍ଷଣିକେ ଅଟକି ଯାଇଥିଲୁ, ଆଉ ଯାହା ପଚାରି ବୁଝିଲୁ, ତାହା ହୃଦୟ ଛୁଇଁଗଲା, ଏବେ ମଧ୍ୟ ଗୁରୁ-ଶିଷ୍ୟର ସେ ଅନାବିଳ ପ୍ରେମ, ପରମ୍ପରା ଆଉ କର୍ତ୍ତବ୍ୟ ବଞ୍ଚି ରହିଛି ଭାବି ପ୍ରେରିତ ହେଲୁ... ଗୋଟିଏ କି ଦୁଇ କିଲୋମିଟର ନୁହେଁ, ଦୀର୍ଘ ୭୦ରୁ ୮୦ କିଲୋମିଟର କାନ୍ଧରେ ବୋହି ଛତିଶଗଡରୁ ଓଡିଶାରେ ଗୁରୁଙ୍କ ଚିକିତ୍ସା କରାଇଛନ୍ତି ଶିଷ୍ୟ...

Advertisment

କାନ୍ଧରେ ବୁହା ହୋଇଯାଉଥିବା ଗୁରୁ ହେଉଛନ୍ତି ମହିମା ଧର୍ମର ଗୁରୁ ବ୍ରହ୍ମ ଅବଦୂତ ଗୌରାଙ୍ଗ ଚରଣ। ସେ ଓଡ଼ିଶା, ଛତିଶଗଡ଼ ଏବଂ ଆନ୍ଧ୍ର ପ୍ରଦେଶରେ ମହିମା ଧର୍ମର ପ୍ରଚାର-ପ୍ରସାର କରନ୍ତି। ଗାଁକୁ ଗାଁ ଯାଇ ସମାଜର କୁସଂସ୍କାର ବିରୁଦ୍ଧରେ ଲୋକଙ୍କୁ ସଦବୁଦ୍ଧି ଦିଅନ୍ତି। ଗୁରୁଙ୍କ ଆଶ୍ରମ ଛତିଶଗଡ଼ର ଥିବାବେଳେ ଏହି ତିନି ରାଜ୍ୟରେ ତାଙ୍କର ଏକାଧିକ ଶିଷ୍ୟ ଅଛନ୍ତି... ନିକଟରେ ଗୁରୁ ବ୍ରହ୍ମ ଅବଦୂତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିଲା।

କିନ୍ତୁ ତାଙ୍କର ଏକମାତ୍ର ଯିଦ୍ ଯେ ସେ ଗାଡିରେ ବସିବେ ନାହିଁ, ଶରୀରର ଯାହା ବି ହୋଇଯାଉ, ସେ କିନ୍ତୁ ଯନ୍ତ୍ରପାତି ଚାଳିତ ଗାଡିରେ ବସି ଡାକ୍ତରଖାନା ଯିବେ ନାହିଁ। ଶେଷରେ ଶିଷ୍ୟମାନେ ବାଧ୍ୟ ହୋଇ ଗୁରୁଙ୍କ ପାଇଁ ପାଲିଙ୍କି ତିଆରି କରିଥିଲେ। ଆଉ ସେହି ପାଲିଙ୍କିରେ ୮୦ କିଲୋମିଟର କାନ୍ଧରେ ବୋହି ଆଣି ଡାକ୍ତରଖାନାରେ ପହଞ୍ଚାଇଥିଲେ। ଗୁରୁଙ୍କ ଚିକିତ୍ସା ହୋଇଥିଲା, ଆଉ ସେ ସୁସ୍ଥ ହେବା ପରେ ପୁଣି ସମାନ ଭାବେ କାନ୍ଧରେ ବୋହି ଆଶ୍ରମ ନେଇଥିଲେ ଶିଷ୍ୟ। କର୍ତ୍ତବ୍ୟ ଆଉ ଗୁରୁଙ୍କ ପ୍ରତି ସମ୍ମାନ ଆଗରେ ଏ କଷ୍ଟ କଷ୍ଟ ନୁହେଁ ବୋଲି ଶିଷ୍ୟମାନେ କହିଛନ୍ତି।

Advertisment

ପୁରାଣରେ ଶ୍ରବଣ କୁମାର ଅନ୍ଧ ପିତାମାତାଙ୍କୁ କାନ୍ଧରେ ବୋହି ନେବା ଆମେ ଜାଣିଛନ୍ତି, ଏକଲବ୍ୟ ମଧ୍ୟ ଗୁରୁଙ୍କୁ ଦକ୍ଷିଣା ଦେବାକୁ ଯାଇ ବୃଦ୍ଧ ଆଙ୍ଗୁଠି କାଟି ଦେଇଥିଲେ। କିନ୍ତୁ ବର୍ତ୍ତମାନ ସମୟରେ ପିତାମାତା ଓ ଗୁରୁଙ୍କୁ ଅବମାନନା କରାଯାଉଥିବା ଖବର ଆସୁଥିବା ବେଳେ ଶିଷ୍ୟଙ୍କର ଏ ସମର୍ପଣ ଭାବ ନିଶ୍ଚିତ ରୂପେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିବ।

(ଉମରକୋଟରୁ ସନ୍ତୋଷ ଶତପଥୀଙ୍କ ରିପୋର୍ଟ, ଓଟିଭି)

Odisha Chhattisgarh Unique Bond On-foot Journey
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ