Advertisment

ବାଲେଶ୍ୱରର ବୁଲେଟ୍‌ ରାଣୀ : ଦୁଃସାହସିକ ଷ୍ଟଣ୍ଟ ପ୍ରଦର୍ଶନ କରି ଚମକାଇ ଦେଲେ ଜିନା

୨୭ ବର୍ଷିୟ ଜିନା ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଇତିହାସ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର

ଅଦ୍ୟତନ ହୋଇଛି
bike stunt

bike stunt

Advertisment

ବୁଲେଟରେ ଦୁଃସାହସିକ କୌଶଳ ପ୍ରଦର୍ଶନ। ସେନାର ପ୍ରଶିକ୍ଷିତ ଯବାନଙ୍କ ଭଳି ଡେୟାର ଡେଭିଲ ଷ୍ଟଣ୍ଟ(bike stunt)। ନିକଟରେ ଅନ୍ତର୍ଜାତୀୟ ମହିଳା ଦିବସରେ ଷ୍ଟଣ୍ଟ କରି ଚର୍ଚ୍ଚାକୁ ଆସିଛନ୍ତି ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟର ଜିନା ପ୍ରିୟଙ୍କା ଜେଠୀ । କେବଳ ସେତିକି ନୁହେଁ, ସେନାବାହିନୀର ପ୍ରଶିକ୍ଷିତ ଯବାନ୍‌ଙ୍କ ଭଳି ଅଗ୍ନିକୁଣ୍ଡଳୀ ମଧ୍ୟରେ ବୁଲେଟ୍ ଚଳାଇ ଡେୟାର ଡେଭିଲ୍ ଷ୍ଟଣ୍ଟ ବି ପ୍ରଦର୍ଶନ କରିଛନ୍ତି । ୨୭ ବର୍ଷିୟ ଜିନା ୟୁନିଭରସିଟିର ଇତିହାସ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର। ମହିଳା ଦିବସରେ ବୁଲେଟରେ ଷ୍ଟଣ୍ଟ କରି ସେ ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ସେଠାରେ ଜିନା ରାଇଡିଂ ସଡ଼କ ସୁରକ୍ଷା ନିୟମକୁ ଗୁରୁତ୍ୱ ଦେବା ସହ ମହିଳାମାନେ ମଧ୍ୟ ସବୁ କିଛି କରିପାରିବେ ବୋଲି ସଚେତନତା ବାର୍ତ୍ତା ଦେଇଥିଲେ ।

Advertisment

ପ୍ରଥମଥର ପାଇଁ ବିଶ୍ୱବିଦ୍ୟାଳୟରେ ଏଭଳି ଦୁଃସାହସିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କଲେଜ ସମୟରେ ଜିନା ଫରମେସନ୍ ରାଇଡିଂ କରିବା ସହ ଛାତ୍ରୀଙ୍କ ଟିମର କମାଣ୍ଡର ଥିଲେ । ପ୍ରତିବର୍ଷ ରାଜ୍ୟ ପରେଡରେ ଜିନା ଛାତ୍ରୀମାନଙ୍କୁ ବାଇକ୍ ଚାଳନା ସଂପର୍କରେ ପ୍ରଶିକ୍ଷଣ ଦେଉଥିଲେ । ଡେୟାର ଡେଭିଲ୍‌ରେ ନିଜର ଦକ୍ଷତା ପାଇଁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ମଧ୍ୟ କରାଯାଇଛି । ମହର୍ଷି ଡେୟାର ଡେଭିଲ୍ କଲେଜରେ ଫ୍ଲାଇଂ ଲେପ୍ଟନାଣ୍ଟ ମିହିର ରଂଜନ ସୋରେନଙ୍କ ଠାରୁ ଜିନା ପ୍ରଶିକ୍ଷଣ ନେଇଥିଲେ । ଏକ ସମୟରେ ୫/୬ଟି ବାଇକ୍‌କୁ ସମାନ ଦୂରତାରେ ରଖି ଜିନା ବୁଲେଟ୍‌ରେ ଫରମେସନ୍ ରାଇଡିଂ କରିପାରନ୍ତି ।

ଏହି ସ୍ୱତନ୍ତ୍ର ବାଇକ୍ ରାଇଡିଂରେ ଜିନା ଲୋଟସ୍ ପିରାମିଡ୍, ଅଗ୍ନିକୁଣ୍ଡଳୀ ମଧ୍ୟରେ ବୁଲେଟ୍ ଚଳାଇବା ଆଦି କୌଶଳ ଶିଖିଛନ୍ତି । ହେଲେ ଅଧ୍ୟାପିକା ହେବା ପରଠୁ ଜିନାଙ୍କ ପକ୍ଷେ ଏହି ରାଇଡିଂ ନିୟମିତ କରିବା ସମ୍ଭବ ହେଉନଥିଲା । ଦେଢ଼ ବର୍ଷ ତଳେ ସେ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ଯୋଗ ଦେଇଥିଲେ। ପାଖାପାଖି ୧୩ ବର୍ଷର ଅଭିଜ୍ଞତା ରଖିଥିବା ଜିନା ମହିଳା ଦିବସରେ ଏଥିରେ ଭାଗ ନେବା ପାଇଁ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଠାରୁ ଅନୁମତି ଲୋଡ଼ିଥିଲେ । ଆଉ ପ୍ରଫେସର ତ୍ରିପାଠୀ ମଧ୍ୟ ବିନା ଦ୍ୱିଧାରେ ଜିନାଙ୍କୁ ଅନୁମତି ଦେବା ପରେ ଆରମ୍ଭ ହୋଇଥିଲା ବାଇକ୍ ଷ୍ଟଣ୍ଟ ପାଇଁ ପ୍ରସ୍ତୁତି ।

Advertisment
Daredevil Stunts
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ