Advertisment

ମଜା ଆସୁ ନାହିଁ, ଏମିତି ବି ହୋଇପାରେ ଇସ୍ତଫା ପତ୍ର

ଭାଇରାଲ ହେଉଛି ଇସ୍ତଫା ପତ୍ର। ଏମିତି ଇସ୍ତଫା ପତ୍ର ଆପଣ କେବେ ବି ଦେଖି ନଥିବେ। ଏହି ଇସ୍ତଫା ପତ୍ର ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

Employee resignation letter goes viral

Employee resignation letter goes viral

Advertisment

ଇଣ୍ଟର୍‌ନେଟ୍‌ରେ କେତେବେଳେ କ’ଣ ଭାଇରାଲ୍‌ ହେବ ତାହା କେହି କହିପାରିବେ ନାହିଁ। କେତେବେଳେ ଲୋକେ ଭାଇରାଲ ହେବା ଉଦ୍ଦେଶ୍ୟ ରଖି ଫଟୋ ଓ ଭିଡିଓ ଶେୟାର କରନ୍ତି ତ ପୁଣି କେତେବେଳେ ତାଙ୍କ ଅଜାଣତରେ କିଛି ବି ଭାଇରାଲ୍ ହୋଇଯାଏ। ଅନେକ ତ ନିଜ ସୃଜନଶୀଳତାକୁ ଦେଖେଇବା ପାଇଁ ଭିଡିଓ ତିଆରି କରି ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିଥାନ୍ତି। ଆଜିକାଲି ସୋସିଆଲ ମିଡିଆରେ ଏକ ଅଜବ ଇସ୍ତଫା ପତ୍ର ଭାଇରାଲ୍‌ ହେଉଥିବା ଦେଖାଯାଉଛି।

Advertisment

ଏହି ସୃଜନଶୀଳତା ଯେକୌଣସି କ୍ଷେତ୍ରରେ ବି ଦେଖାଯାଇପାରେ। ଜଣେ ବ୍ୟକ୍ତି ଚାକିରିରୁ ଇସ୍ତଫା ଦେବା ପାଇଁ ନିଜ ସୃଜନଶୀଳତାର ପ୍ରଦର୍ଶନ କରିଛନ୍ତି। ଏହି ବ୍ୟକ୍ତି ଜଣଙ୍କ ତାଙ୍କ ମାଲିକଙ୍କ ନିକଟକୁ ଏଭଳି ଏକ ଇସ୍ତଫା ପତ୍ର ପଠାଇଛନ୍ତି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଏହି ଇସ୍ତଫା ପତ୍ରକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ତେବେ ଆସନ୍ତୁ ଜାଣିବା ଏହି ବ୍ୟକ୍ତି ତାଙ୍କ ଇସ୍ତଫା ପତ୍ରରେ କ’ଣ ଲେଖିଛନ୍ତି।

ସାଧାରଣତଃ ଦେଖାଯାଏ ଯେ ଯେତେବେଳେ କେହି ବି କୌଣସି କମ୍ପାନୀ କିମ୍ବା ଅନୁଷ୍ଠାନରୁ ଇସ୍ତଫା ଦିଅନ୍ତି, ସେତେବେଳେ ସେମାନେ ନିଜ ନିଜ ଢଙ୍ଗରେ ଇସ୍ତଫା ପତ୍ର ଲେଖନ୍ତି। ଏହି ଚିଠିକୁ ସେ ତାଙ୍କ ମାଲିକ କିମ୍ବା କମ୍ପାନୀକୁ ଦେଇ ସେମାନଙ୍କ ଉଦ୍ଦେଶ୍ୟକୁ ଶେୟାର କରନ୍ତି। କିନ୍ତୁ ବର୍ତ୍ତମାନ ଭାଇରାଲ୍‌ ହେଉଥିବା ଏହି ଇସ୍ତଫା ପତ୍ରରେ ବ୍ୟକ୍ତି ଜଣକ ସେମିତି କିଛି ଲେଖି ନାହାଁନ୍ତି। ସେ କେବଳ ଗୋଟିଏ ଧାଡି ଲେଖି ଇସ୍ତଫା ପତ୍ର ଦେଇଛନ୍ତି।

Advertisment

ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ ଲୋକମାନେ ଏହି ଇସ୍ତଫା ପତ୍ର ଉପରେ ଜମେଇକି କମେଣ୍ଟ୍ ଦେଉଛନ୍ତି। ଜଣେ ବ୍ୟକ୍ତି ଲେଖିଛନ୍ତି ଯେ ସେ ଏତେ ତତ୍ପର ଥିଲେ ଯେ ସେ ଏକ ରଫ କାଗଜର ପଛରେ ଇସ୍ତଫା ପତ୍ର ଲେଖିଦେଇଛନ୍ତି। ଏହି ଚିଠିକୁ ବ୍ୟବସାୟୀ ହର୍ଷ ଗୋଏନକା ତାଙ୍କ ଟ୍ୱିଟର ଓ LinkedInରେ ଶେୟାର କରିଛନ୍ତି।

ଇସ୍ତଫା ଦେଇଥିବା ବ୍ୟକ୍ତି କେବଳ ଏତିକି ଲେଖିଛନ୍ତି;

“ପ୍ରିୟ ସାର୍,

ମୁଁ ଇସ୍ତଫା ଦେଉଛି। ମଜା ଆସୁ ନାହିଁ!

ଆପଣଙ୍କ ରାଜେଶ।”

Employee resignation letter goes viralଭାଇରାଲ୍ ହେଉଛି ଅଜବ ଇସ୍ତଫା ପତ୍ର

ଏହି ଇସ୍ତଫା ପତ୍ରର ସ୍କ୍ରିନ୍‌ସଟ୍ ଶେୟାର କରି ବ୍ୟବସାୟୀ ହର୍ଷ ଗୋଏଙ୍କା କ୍ୟାପ୍‌ସନ୍‌ରେ ଲେଖିଛନ୍ତି ଯେ ଏହି ଚିଠିଟି ଛୋଟ, କିନ୍ତୁ ବହୁତ ଗଭୀର। ଏହା ଏକ ଗମ୍ଭୀର ସମସ୍ୟା ଯାହାକୁ ଆମ ସମସ୍ତଙ୍କୁ ସମାଧାନ କରିବାକୁ ପଡିବ।

Advertisment

ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଗୋଏଙ୍କାର ଏହି ପୋଷ୍ଟ୍‌ ଉପରେ ମନ୍ତବ୍ୟ ଦେଇଛନ୍ତି। ଜଣେ ଲେଖିଛନ୍ତି ଯେ କର୍ମଚାରୀ ଜଣଙ୍କ ଖୋଲାଖୋଲି କହିଛନ୍ତି। ଆଉ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ତାଙ୍କର କ’ଣ ଅସୁବିଧା ଥିଲା? ଅନ୍ୟ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି ଯେ ଭଗବାନ ସମସ୍ତଙ୍କୁ ଏପରି ମନୋଭାବ ଦିଅନ୍ତୁ।

Viral News Resignation Letter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ