Advertisment

ସ୍ୱାମୀକୁ କ୍ୟାନସର, ସ୍ତ୍ରୀ ଡାଇବେଟିସ୍‌ ରୋଗୀ, ସାହାଯ୍ୟ ପାଇଁ ନେହୁରା ହେଉଛନ୍ତି ଦମ୍ପତି

ଟିଣଛପର ଭଙ୍ଗା ଦଦରା ଘର । ସେଇଠି ଗୋଟିଏ କ’ଣରେ ଶୋଇ ରହୁଛନ୍ତି ଜଣେ ବୃଦ୍ଧା । ଘର ଭିତରର ଦୃଶ୍ୟ ଦେଖିବା ପରେ ବିଶ୍ୱାସ କରିପାରିବେନି ସେଇଠି ମଣିଷ ରହୁଛନ୍ତି ବୋଲି । ଯେଉଁଠି ସାଇକେଲ୍‌ ରହିଛି ସେଇଠି ରୋଷେଇ, ସେଇଠି ଲୁଗାପଟା ଆଉ ସେଇଠି ମଣିଷ ବି ଶୋଇଛି

ଅଦ୍ୟତନ ହୋଇଛି
Jajpur Elederly Man Suffering From Cancer

Elederly man suffering from Cancer

Advertisment

ଖଟରେ ସ୍ତ୍ରୀ ଶୋଇଛି, ବିସ୍କୁଟ କ୍ଷୀର ଗୋଳେଇ ଦେଇ ସ୍ୱାମୀ ନିଇତି ଖୋଇ ଦେଉଛି । ବୟସାଧିକ କାରଣରୁ ଠିକ୍‌ରେ ସେ ଖାଇବି ବି ପାରୁନି । ହେଲେ ସ୍ୱାମୀ ହାର୍‌ ମାନୁନି । ଚାମଚ ଧରି ଟିକେ ଟିକେ କରି ଖୁଆଇ ଦେଉଛି କ୍ଷୀର ବିସ୍କୁଟ୍‌ । ଖାଲି ଖୁଆଇ ଦେଉଛି ତାହା ନୁହେଁ ବରଂ ମୁଣ୍ଡ, ଗୋଡ ଆଉ ହାତକୁ ଘସି ବି ଦେଉଛନ୍ତି  । ଏମିତି ଦୃଶ୍ୟ ଦେଖିବା ପରେ ଆପଣ ବୁଝିପାରିବେ କି ଅନେକ ଦିନ ହେବ ସ୍ତ୍ରୀ ରୋଗରେ ପଡ଼ିଛି ।

Advertisment

ଟିଣଛପର ଭଙ୍ଗା ଦଦରା ଘର । ସେଇଠି ଗୋଟିଏ କଣରେ ଶୋଇ ରହୁଛନ୍ତି ଜଣେ ବୃଦ୍ଧା । ଘର ଭିତରର ଦୃଶ୍ୟ ଦେଖିବା ପରେ ବିଶ୍ୱାସ କରିପାରିବେନି ସେଇଠି ମଣିଷ ରହୁଛନ୍ତି ବୋଲି । ଯେଉଁଠି ସାଇକେଲ୍‌ ରହିଛି ସେଇଠି ରୋଷେଇ, ସେଇଠି ଲୁଗାପଟା ଆଉ ସେଇଠି ମଣିଷ ବି ଶୋଇଛି । ସେହି ଦମ୍ପତିଙ୍କ ଦୁଃଖ କଥା ଶୁଣିଲେ ଆପଣଙ୍କ ଆଖିରେ ବି ଜକାଇ ଆସିବ ଲୁହ । ସ୍ୱାମୀ ମୁଖ ଗହ୍ୱର କର୍କଟ ରୋଗରେ ପୀଡିତ ଥିବାବେଳେ ସ୍ତ୍ରୀ ମଧୁମେହ ରୋଗରେ ଶଯ୍ୟାଶାୟୀ l ବଞ୍ଚିବା ପାଇଁ ସେମାନେ ସଂଘର୍ଷ କରୁଛନ୍ତି ।

ଯାଜପୁର ମଙ୍ଗରାଜପୁର ଗାଁରେ ରହୁଥିବା ଗରିବ ଅସହାୟ ସଦାଶିବ ଓ କାମିନୀ । ସଦାଶିବ ଏକ ଚାହା ଦୋକାନ କରି ପରିବାର ପୋଷୁଥିଲେ । ହେଲେ ବିଧିର ବିଧାନ କିଛି ଅଲଗା ଥିଲା । ହଠାତ୍‌ କ୍ୟାନସର ରୋଗରେ ସେ ପଡ଼ିଲେ । ବିଧାତାର ମନ ଏତିକିରେ ଶାନ୍ତ ହେଲାନି ଯେ ସ୍ତ୍ରୀଙ୍କୁ ଡାଇବେଟିସ ରୋଗ ଦେଲା । ବାପା-ମାଆଙ୍କ କଷ୍ଟ ଦେଖି ମାନସିକ ଭାରସ୍ୟାମ ହରାଇଲେ ପୁଅ । ଏତେ ଦୁଃଖ କଷ୍ଟରେ କେମିତି ଚଳିବେ? କ’ଣ ଖାଇବେ ସେଇ ଚିନ୍ତାରେ କଟୁଛି ଦିନ ।

Advertisment

ସେମାନେ ଏତେ ଗରିବ ଯେ ଘର ଛପର କରିବାକୁ ପାଖରେ ଟଙ୍କା ବି ନାହିଁ । ଆଉ ସରକାରୀ ଯୋଜନା ସେମାନଙ୍କୁ ସତେ ଯେମିତି ଉପହାସ କରୁଛି । ବାରମ୍ବାର ଗୁହାରି ପରେ ବି ତାଙ୍କୁ ଘର ଖଣ୍ଡିଏ ମିଳିନାହିଁ କି ସରକାରୀ ସୁବିଧା ମିଳୁନି । ଏମିତି ସ୍ଥିତିରେ କୌଣସି ସ୍ୱେଚ୍ଛାସେବୀ ଓ ସରକାରଙ୍କୁ ସାହାଯ୍ୟ ପାଇଁ ନିବେଦନ କରୁଛନ୍ତି ଦମ୍ପତି ।

ଗରିବ ଅସହାୟ ଲୋକଙ୍କ ପାଇଁ ରାଜ୍ୟ ସରକାର ମାଳମାଳ ଯୋଜନା କରୁଥିବାର ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବରେ ଏହି ଯୋଜନା କେତେ କାର୍ଯ୍ୟକାରୀ ହେଉଛି ତାହା ଏହି ଘଟଣାରୁ ସ୍ପଷ୍ଟ ଅନୁମେୟ । ଏଇ ଦମ୍ପତିଙ୍କ ଦୁଃଖ କାହାଣୀ ଶୁଣିବା ପରେ ତୁରନ୍ତ ସେମାନଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛନ୍ତି ବିଡିଓ ଓ କୋରେଇ ମେଡିକାଲର ମୁଖ୍ୟ ଚିକିତ୍ସାଧିକାରୀ।

Advertisment
Cancer Patients Cancer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ