Advertisment

ସ୍ୱାମୀ ଚାଲିଗଲେ...ରୋଗରେ ପଡିଛି ପୁଅ : ଚିକିତ୍ସା ଲାଗି ସହାୟତା ମାଗୁଛି ମାଆ

ମାସିକ ମିଳୁଥିବା ବିଧବା ଭତ୍ତା ଓ କୋଡିଏ କିଲୋ ରାସନ ହିଁ ଜୀବନ ଜିଇଁବାର ଏକମାତ୍ର ପନ୍ଥା । କପୁରଙ୍କ ବଡ଼ପୁଅ ରୂପଧର ଜନ୍ମରୁ ମାନସିକ ରୋଗୀ । ତାଙ୍କୁ ବିଭିନ୍ନ ଡାକ୍ତରଖାନାରେ ଦେଖାଇଲେ ମଧ୍ୟ ସେ ଭଲ ହେଲେନି । ମଝିଆ ପୁଅ ଭୀମସେନ ଓ ସାନ ପୁଅ ପ୍ରଦୀପ କୁଲିମଜୁରୀ କରି ପରିବାର ଚଳାଉଥିଲେ । କିନ୍ତୁ ଦଇବର ବିଧାନ ସେମାନଙ୍କ ପାଇଁ ଅଲଗା ଥିଲା ବୋଧହୁଏ

ଅଦ୍ୟତନ ହୋଇଛି
Elderly woman seeks financial assistance for sons’ treatment

Elderly woman seeks financial assistance for sons’ treatment

Advertisment

ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ମଖାପଦର ଗ୍ରାମ ପଞ୍ଚାୟତର ଚଉଁରା ଗାଁର କପୁର ବନଛୋର । ବୟସର ଅପରାହ୍ନରେ ଠିଆ ହୋଇଥିବା ମହିଳାଙ୍କ ଦୁଃଖ କହିଲେ ନସରେ । ତିନିତିନିଟି ପୁଅର ମାଆ ହୋଇ ମଧ୍ୟ ସେ ଆଜି ଅସହାୟ । କାରଣ ତାଙ୍କର ବଡ଼ ପୁଅ ମାନସିକ ରୋଗୀ ହୋଇଥିବା ବେଳେ ମଝିଆ ପୁଅକୁ ବ୍ରେନ ଟ୍ୟୁମର । ସାନ ପୁଅ ଦାଦନ ଗଲେ ପରିବାର ଚଳେ। କୋଡିଏ ବର୍ଷ ତଳେ ସ୍ୱାମୀ ଦନାର ବନଛୋରଙ୍କ ମୃତ୍ୟୁ ଘଟିଲା । ଦନାର ମଖା ପଦର ଗ୍ରାମ ପଞ୍ଚାୟତରେ ପିଅନ ଭାବରେ କାର୍ଯ୍ୟ କରୁଥିଲେ । ତାଙ୍କର ମୃତ୍ୟୁ ପରେ କପୁରଙ୍କୁ ସେହି ପଞ୍ଚାୟତରେ ସଫେଇ କର୍ମଚାରୀ ପଦବୀରେ ରଖାଯାଇଛି । ଦରମା ମାସକୁ ମାତ୍ର ସାଢ଼େ ଚାରିଶହ ଟଙ୍କା । ତାହା ପୁଣି ଦୁଇ ତିନି ବର୍ଷରେ ଥରେ ମିଳେ ।

Advertisment

ମାସିକ ମିଳୁଥିବା ବିଧବା ଭତ୍ତା ଓ କୋଡିଏ କିଲୋ ରାସନ ହିଁ ଜୀବନ ଜିଇଁବାର ଏକମାତ୍ର ପନ୍ଥା । କପୁରଙ୍କ ବଡ଼ପୁଅ ରୂପଧର ଜନ୍ମରୁ ମାନସିକ ରୋଗୀ । ତାଙ୍କୁ ବିଭିନ୍ନ ଡାକ୍ତରଖାନାରେ ଦେଖାଇଲେ ମଧ୍ୟ ସେ ଭଲ ହେଲେନି । ମଝିଆ ପୁଅ ଭୀମସେନ ଓ ସାନ ପୁଅ ପ୍ରଦୀପ କୁଲିମଜୁରୀ କରି ପରିବାର ଚଳାଉଥିଲେ । କିନ୍ତୁ ଦଇବର ବିଧାନ ସେମାନଙ୍କ ପାଇଁ ଅଲଗା ଥିଲା ବୋଧହୁଏ । ଗତବର୍ଷ ଭୀମସେନଙ୍କ ମୁଣ୍ଡ ଭୀଷଣ ବ୍ୟଥା ହେବାକୁ ଲାଗିଲା । ତାଙ୍କୁ ଖଡ଼ିଆଳ ସ୍ଥିତ ମିଶନ ହସ୍ପିଟାଲରେ ଦେଖାଇବାରୁ ବ୍ରେନ ଟ୍ୟୁମର ହୋଇଥିବା ଜଣା ପଡିଲା ।

ସେଠାରେ ଚିକିତ୍ସା ବ୍ୟବସ୍ଥା ନଥିବାରୁ ଅନ୍ୟ ହସ୍ପିଟାଲକୁ ନେବାକୁ ପରାମର୍ଶ ଦେଇଥିଲେ କର୍ତ୍ତୃପକ୍ଷ । ଅଭାବୀ କପୁରଙ୍କ ପାଇଁ ଲୁହ ଝରାଇବା ଛଡା ଅନ୍ୟ ଉପାୟ ନଥିଲା । କାରଣ ପୁଅକୁ ଚିକିତ୍ସା କରାଇବା ପାଇଁ ଫଟା ପାହୁଲା ଟାଏ ତାଙ୍କ ପାଖରେ ନଥିଲା। କିନ୍ତୁ ତାଙ୍କୁ ସହଯୋଗ କରିବାକୁ ଆଗେଇ ଆସିଲେ ଗ୍ରାମବାସୀ । ଗାଁ ଲୋକେ ଚାନ୍ଦା କରି ରାୟପୁର ସ୍ଥିତ ବାଲାଜି ହସ୍ପିଟାଲକୁ ଭୀମସେନକୁ ନେଇ ଭର୍ତ୍ତି କରାଇଥିଲେ । ହେଲେ ସେଠାରେ ୧୫ ଦିନ ରହି ଅସ୍ତ୍ରୋପଚାର କରାଇ ଭଲ ଲାଗିବାରୁ ଘରକୁ ଫେରି ଆସିଲେ । ହେଲେ ଏବେ ପୁଣି ଥରେ ସମାନ ଅବସ୍ଥା । ବେଳେବେଳେ ସେ ମୂର୍ଚ୍ଚା ହେଉଛନ୍ତି । ଯାହାକୁ ନେଇ ଚିନ୍ତାରେ ପରିବାର ଲୋକେ । ସେପଟେ ସାନ ପୁଅ ବାହାର ରାଜ୍ୟରେ ଦାଦନ ଖଟିଲେ ପରିବାର ଚଳିବ ତେଣୁ ଏବେ କେମିତି ଓ କଣ କରିବେ ସେନେଇ ଚିନ୍ତାରେ ପରିବାର ।

Advertisment

କପୁରଙ୍କ ପରିବାର ପାଖରେ ସ୍ମାର୍ଟ କାର୍ଡ ଥିଲେ ବି ତାହା କେମିତି କାମ ଦେବ ସେମାନେ ଜାଣି ନାହାନ୍ତି । ତେବେ ମାସିକ ପାଉଣା ନମିଳୁଥିବାରୁ ପରିବାର ଚଳିବା ବଡ କଷ୍ଟକର ହୋଇପଡିଲାଣି । ତେଣୁ ମାଆଙ୍କୁ ନିୟମିତ କରିବା ସହ ପ୍ରତି ମାସ ଦରମା ଦେବାକୁ ପୁଅ ଭୀମସେନ ଦାବି କରିଛନ୍ତି । ସେପଟେ ଚିକିତ୍ସାକୁ ନେଇ ଗୋଷ୍ଠୀ ଚିକିତ୍ସାଧିକାରୀ କହୁଛନ୍ତି, ତାଙ୍କ ଘରକୁ ମେଡିକାଲ ଟିମ୍ ଯିବ । ଯଦି ଦରକାର ପଡିବ ତେବେ ନୂଆପଡା ବଡ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯିବ । ତେବେ ସମୟ କହିବ କେବେ ଏଇ ପରିବାରର ଦୁଃଖ ଶୁଣୁଛନ୍ତି ସରକାର ।

(ଖଡିଆଳରୁ କୁନାଲ ବେହେରାଙ୍କ ରିପୋର୍ଟ)

Financial Assistance Elderly Woman
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ