Advertisment

ହେ ଚକାନୟନ, ତତେ ଦେଖି ମୋ ଯାଉ ଜୀବନ...

ଯାଜପୁର ଜିଲ୍ଲା କୁଆଖାଇ ଗ୍ରାମର ବିଜୟ କୁମାର ତରେଇ। ଦୀର୍ଘଦିନ ଧରି କର୍କଟ ରୋଗରେ ପୀଡ଼ିତ ଅଛନ୍ତି। ଜୀବନ ଓ ମରଣ ସହ ସଂଘର୍ଷ କରୁଛନ୍ତି। ହେଲେ ଏହି ଶେଷ ସମୟରେ କାଳିଆ ପ୍ରେମ ତାଙ୍କୁ ଟାଣି ଆଣିଛି ଶ୍ରୀକ୍ଷେତ୍ରକୁ।

ଅଦ୍ୟତନ ହୋଇଛି
Man Battling Cancer

Man Battling Cancer

Advertisment

ଶରୀରରେ ବଳ ନାହିଁ। ଚାଲିବା ତ ଦୂରର କଥା ଠିଆ ହେବା ବି ଅସମ୍ଭବ। ଜୀବନ ଯିବା ପୂର୍ବରୁ ଶେଷ ଇଚ୍ଛା କାଳିଆ ପାଖକୁ ଯିବେ। ଶେଷ ଥର ପାଇଁ ଆଖି ପୂରେଇ କଳାଶ୍ରୀମୁଖକୁ ଦେଖିବେ। କର୍କଟ ରୋଗରେ ପୀଡ଼ିତ ଜଣେ ବୃଦ୍ଧ ଏପରି କିଛି ଇଚ୍ଛା ପ୍ରକଟ କରିବା ପରେ ଷ୍ଟ୍ରେଚର୍‌ରେ ଆସି ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି। ଏଭଳି ଦୃଶ୍ୟ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ସମ୍ପର୍କ ଓ ଭକ୍ତର ଭଗବାନଙ୍କ ପ୍ରତି କେତେ ଯେ ଭକ୍ତି, ଏଥିରୁ ବୁଝାପଡୁଛି।

Advertisment

ଯାଜପୁର ଜିଲ୍ଲା କୁଆଖାଇ ଗ୍ରାମର ବିଜୟ କୁମାର ତରେଇ। ଦୀର୍ଘଦିନ ଧରି କର୍କଟ ରୋଗରେ ପୀଡ଼ିତ ଅଛନ୍ତି। ଜୀବନ ଓ ମରଣ ସହ ସଂଘର୍ଷ କରୁଛନ୍ତି। ହେଲେ ଏହି ଶେଷ ସମୟରେ କାଳିଆ ପ୍ରେମ ତାଙ୍କୁ ଟାଣି ଆଣିଛି ଶ୍ରୀକ୍ଷେତ୍ରକୁ। ପରିବାର ଲୋକ ମଧ୍ୟ ତାଙ୍କ ଇଚ୍ଛା ପୂରଣ କରିବାକୁ ଯାଇ ଷ୍ଟ୍ରେଚରରେ ବୋହି ଆଣିଛନ୍ତି। ପରିବାର ସମେତ ଗାଁରୁ ବାହାରି ବିଜୟ ପୁରୀରେ ପହଞ୍ଚିଥିଲେ ଏବଂ ଶ୍ରୀମନ୍ଦିର ଭିତରକୁ ଯାଇ ଦର୍ଶନ କରିବା ଅସମ୍ଭବ ଯୋଗୁ ଏକ ଷ୍ଟ୍ରେଚରରେ ଆସି ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରୁ ପତିତପାବନଙ୍କୁ ଦର୍ଶନ କରିଥିଲେ । ସାଥିରେ ଥିଲେ ସାନ ପୁଅ ଏବଂ ସାନ ଭାଇ।

ଚକାନୟନ ଦର୍ଶନ ମାତ୍ରକେ ଜୀବନର ସମସ୍ତ ପାପ ମଧ୍ୟ ଧୋଇ ଯାଏ ବୋଲି ବିଶ୍ୱାସ ରହିଛି । ଯାହାଙ୍କ ନିର୍ଦ୍ଦେଶରେ ଶୈଶବରୁ ଶେଷ ଜୀବନଯାଏ ମନୁଷ୍ୟଟିଏ ବାଟ ଚାଲିଥାଏ। ତାଙ୍କରି ଡୋରି ଲାଗିଲେ କଳା ଶ୍ରୀମୁଖ ଦର୍ଶନ ପାଇ ଏ ଆତ୍ମା ବି ତୃପ୍ତ ହୁଏ। ସିଂହଦ୍ୱାରରେ ପତିତପାବନଙ୍କୁ ଦେଖି ଯେମିତି ବିଜୟଙ୍କ ଜୀବନର ସବୁ ଅଭିଳାଷ ପୂର୍ଣ୍ଣ ହୋଇଯାଇଛି।

Advertisment

Lord Jagannath Cancer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ