Advertisment

ରାତି ଅଧରେ ସ୍ୱପ୍ନାଦେଶ...ବାଲେଶ୍ୱରରୁ ଚାଲିଚାଲି ଶ୍ରୀକ୍ଷେତ୍ର ଗଲେ ଭକ୍ତ

କେତେବେଳେ କାଳିଆ ସାଆନ୍ତକୁ ଏ ଚର୍ମଚକ୍ଷୁରେ ଦେଖିବେ...ତା’ ଚକାଡୋଳାକୁ ଟିକେ ଚାହିଁଦେବେ, ସତେ ଯେମିତି ସେହି ମୁହୂର୍ତ୍ତକୁ ଅପେକ୍ଷା କରି ରହିଛନ୍ତି ଭକ୍ତ ଜଣକ । ଜଗା ଦୁଆରେ ହାତରେ ଜଗନ୍ନାଥଙ୍କ ମୂର୍ତ୍ତିକୁ ନେଇ ଛିଡା ହୋଇଥିବା ଦେଖିବା ପରେ ସମସ୍ତେ ଚାହୁଁଛନ୍ତି..ହେଲେ ଜଗା ସହ ତାଙ୍କର ଭାବକୁ ସହଜରେ ବୁଝିବ ବା କିଏ?

ଅଦ୍ୟତନ ହୋଇଛି
Elderly devotee

Elderly devotee

Advertisment

ହାତରେ ଜଗନ୍ନାଥଙ୍କ ମୂର୍ତ୍ତି ଧରିଛନ୍ତି...ବାଲେଶ୍ୱରରୁ ଶ୍ରୀକ୍ଷେତ୍ର ଯାଏଁ ଚାଲିଚାଲି ଆସିଛନ୍ତି । କହୁଛନ୍ତି, ଜଗା ମତେ ସ୍ୱପ୍ନାଦେଶ ଦେଇଛି । ଜୋତା ପିନ୍ଧିବୁନି କି ଛତା ଧରିବୁନି । ଖାଲି ପାଦରେ ଚାଲିଚାଲି ଆସିବୁ । ପ୍ରଭୁଙ୍କୁ ମୁଁ ବହୁତ ଭଲପାଏ । ତେଣୁ ସେହି କାଳିଆ ସାଆନ୍ତଙ୍କ ମୂର୍ତ୍ତିକୁ ଧରି ପୁରୀରେ ପହଞ୍ଚିଛନ୍ତି ଏଇ ଭକ୍ତ ଜଣକ । ସିଂହଦ୍ୱାରେ ଛିଡା ହୋଇଛନ୍ତି । ରତ୍ନସିଂହାସନରେ ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ଅପେକ୍ଷା କରି ରହିଛନ୍ତି ।

Advertisment

କେତେବେଳେ କାଳିଆ ସାଆନ୍ତକୁ ଏ ଚର୍ମଚକ୍ଷୁରେ ଦେଖିବେ...ତା’ ଚକାଡୋଳାକୁ ଟିକେ ଚାହିଁଦେବେ ସତେ ଯେମିତି ସେହି ମୁହୂର୍ତ୍ତକୁ ଅପେକ୍ଷା କରି ରହିଛନ୍ତି ଭକ୍ତ ଜଣକ । ଜଗା ଦୁଆରେ ହାତରେ ଜଗନ୍ନାଥଙ୍କ ମୂର୍ତ୍ତିକୁ ନେଇ ଛିଡା ହୋଇଥିବା ଦେଖିବା ପରେ ସମସ୍ତେ ଚାହୁଁଛନ୍ତି..ହେଲେ ଜଗା ସହ ତାଙ୍କର ଭାବକୁ ସହଜରେ ବୁଝିବ ବା କିଏ?

ଦୟାନିଧି ଘୋଷ । ଘର ବାଲେଶ୍ୱରରେ...ଖାଇ ପିଇ ରାତିରେ ଶୋଇବା ପରେ ହଠାତ୍‌ ତାଙ୍କୁ କାଳିଆଠାକୁରଙ୍କର ସ୍ୱପ୍ନାଦେଶ ହେଲା । ଖାଲି ପାଦରେ ତାଙ୍କୁ ଦର୍ଶନ କରିବାକୁ ନିର୍ଦ୍ଦେଶ ଦେଲେ ଜଗନ୍ନାଥ । ଅଧ ରାତିରେ ନିଜର ପ୍ରିୟ ଠାକୁରଙ୍କର ନିର୍ଦ୍ଦେଶ ପାଇବା ପରେ ସୁଦୁର ବାଲେଶ୍ୱରରୁ ପୁରୀ ବାହାରିଥିଲେ ଦୟାନିଧି । ଏତେ ଗୁଡାଏ ବାଟକୁ ଖାଲି ପାଦରେ ଚାଲିଚାଲି ଅତିକ୍ରମ କରିବା ପରେ ପହଞ୍ଚିଥିଲେ ଶ୍ରୀକ୍ଷେତ୍ରରେ । ଶେଷରେ ପୁରୀରେ ପହଞ୍ଚିବା ପରେ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ଦୟାନିଧି । ତେବେ ପରିଣତ ବୟସରେ କାଳିଆ ପାଖରେ ଖାଲି ପାଦରେ ଚାଲିଚାଲି ପହଞ୍ଚିବାକୁ ନେଇ ପୂରା ଶ୍ରୀକ୍ଷେତ୍ରରେ ଜୋର ଧରିଛି ଚର୍ଚ୍ଚା ।

Advertisment

(ପୁରୀରୁ ମଧୁସୂଦନ ମିଶ୍ରଙ୍କ ରିପୋର୍ଟ, ଓଟିଭି)

Lord Jagannath
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ