ଯେଉଁ ହାତ କଇଁଚି ଧରି ସାଙ୍ଗଙ୍କ ଶରୀରକୁ ନୂଆ ରୂପ ଦେଇ ପାରେ, ସିଏ କଣ ନିଜ ପଛରେ ଲମ୍ବିଥିବା ଗରିବିର ରୂପକୁ ବଦଳେଇ ପାରିବନି। ହଁ ନିଶ୍ଚୟ ପାରିବ। ସେଇଥିପାଇଁ ତ କେତେବେଳେ ସେ ସାଙ୍ଗ ସାଥିଙ୍କ ଚୁଟି କାଟନ୍ତି, ତ ପୁଣି କେତେବେଳେ ଟିକେ ଛୁଟି ପାଇଲେ ଗାଁକୁ ଧାଇ ଯାଇଁ ନିଜ ପଢ଼ା ଖର୍ଚ୍ଚ ତୁଲାଇବାକୁ କାଠ କାଟନ୍ତି, ମୂଲ ବି ଲାଗନ୍ତି ।
Also Read
ହଁ ନିଜ ଭାଗ୍ୟକୁ ନିଜ ହାତରେ ରୂପ ଦେବା ପ୍ରୟାସରେ ଥିବା ଇଏ ସେଇ ଦୃଢମନା ରୂପକ ଦଳେଇ । ଘର ମୟୂରଭଞ୍ଜ କପ୍ତିପଦାର ନଛିପୁର ଗାଁ । ଭଲ ପଢ଼ନ୍ତି। ମାଟ୍ରିକରେ ଫାଷ୍ଟକ୍ଲାସ୍ ପରେ ଫକିର ମୋହନ ଜୁନିୟର କଲେଜର ପ୍ଲସ-ଟୁ ଦ୍ୱିତୀୟ ବର୍ଷର କଳା ଛାତ୍ର ସିଏ । ମୁଣ୍ଡ ଉପରେ କାଉନସିଲ ପରୀକ୍ଷା । ତା ସତ୍ତ୍ୱେ ବି ହଷ୍ଟେଲ ଫି ଭରିବାକୁ ପାଠ ପାଇଁ ସମୟ ଦେଇ ପ୍ରତି ରବିବାର ଏମିତି ସାଙ୍ଗମାନଙ୍କ ଚୁଟି କାଟନ୍ତି । ଆଉ ଯୋଦ୍ଧାଟିଏ ଭଳି ନିଜ ଜୀବନର ଏ ସଂଘର୍ଷ ଭିତରେ ଭବିଷ୍ୟତରେ ଡିଫେନସ ଲାଇନରେ ଯିବାକୁ ଲକ୍ଷ୍ୟ ରଖିଛନ୍ତି ରୂପକ ।
ରୂପକଙ୍କ ଏ ସଂଘର୍ଷ ରାସ୍ତାରେ ତାଙ୍କ ସହ କେହି ଯେ ନାହାନ୍ତି ତାହା ନୁହେଁ । ହେଲେ ସେ କିନ୍ତୁ ମାଗଣାରେ କାହାରିଠୁ କିଛି ବି ଗ୍ରହଣ କରନ୍ତିନି । ଜଣେ
ନଛିପୁର ଗାଁରେ ରହୁଛି ରୂପକଙ୍କ ଏକ ଝାଟିମାଟିର ଘର । ବାପା ଦିନ ମଜୁରିଆ । ମାଆ ଖଲି ପତ୍ର ବିକିଲେ ସଂସାର ଚଳେ । ହେଲେ ଗରିବିର ଏ ତାଡ଼ନା ଭିତରେ କାହା ମୁହଁରୁ ସ୍ୱାଭିମାନୀ ପୁଅର ପ୍ରଶଂସା ଶୁଣିଲେ ମାଆ ମନ ପୂରି ଉଠେ । ପୁଅକୁ ନେଇ ସ୍ୱପ୍ନ ଡେଣା ମେଲିଯାଏ ।
ଭଲ ପାଠ ପଢ଼ିବା ସହ ରୂପକ ଭଲ ଡ୍ୟାନ୍ସ କରନ୍ତି, ଗୀତ ବୋଲନ୍ତି, ଶାରୀରିକ କସରତ ବି କରି ନିଜକୁ ଫିଟ୍ ରଖନ୍ତି । ସୂର୍ଯ୍ୟ ଭଳି ଚମକିବାକୁ ସୂର୍ଯ୍ୟଙ୍କ ଭଳି ଜଳି
ଚାଲିଥିବା ରୂପକ ତାଙ୍କ ଭଳି ଅନେକଙ୍କ ପାଇଁ ପ୍ରେରଣା ନିଶ୍ଚୟ ।