Advertisment

National Doctor's Day 2023: ଡାକ୍ତରଙ୍କ ମହାନତା; ଝିଅ ହେଲେ ଗୋଟିଏ ଟଙ୍କା ବି ନିଅନ୍ତି ନାହିଁ

କେତେବେଳେ ଝିଅକୁ ପରଧନ କୁହାଯାଇଛି ତ ପୁଣି କେତେବେଳେ ବୋଝ ଭଳି ଶବ୍ଦ ବ୍ୟବହାର କରାଯାଇଛି। ଏବେ ଏ ଦେଶ ଏଥିରୁ ଧିରେ ଧିରେ ଦୂରେଇ ଯାଉଛି। ଆଜିକାଲି ଝିଅମାନେ ମଧ୍ୟ ପୁରୁଷଙ୍କ ସହ କାନ୍ଧ ମିଳେଇ ବାଟ ଚାଲୁଛନ୍ତି। ଆଜି ଜାତୀୟ ଡାକ୍ତର ଦିବସରେ ଆସନ୍ତୁ ଏମିତି ଦୁଇ ମହାନ ଡାକ୍ତରଙ୍କ ବିଷୟରେ ଜାଣିନେବା ଯେଉଁମାନେ ଝିଅ ଜନ୍ମ ପାଇଁ ଟଙ୍କାଟିଏ ବି ନିଅନ୍ତି ନାହିଁ।

ଅଦ୍ୟତନ ହୋଇଛି
dr shipra dhar and dr ganesh rakh do not take delivery fees on birth of girl child

dr shipra dhar and dr ganesh rakh do not take delivery fees on birth of girl child

Advertisment

କୁହାଯାଏ ଡାକ୍ତର ହେଉଛନ୍ତି  ଦ୍ୱିତୀୟ ଈଶ୍ୱର ବା ଏ ମର୍ତ୍ତ୍ୟର ଭଗବାନ। ଏହି ଭଗବାନଙ୍କ ନିସ୍ୱାର୍ଥପର ମାନବ ସେବା ନେଇ ଆଜି ସାରା ଦେଶରେ ‘ଜାତୀୟ ଡାକ୍ତର ଦିବସ’ ପାଳନ କରାଯାଉଛି। ଏହା ୧ ଜୁଲାଇ ୧୯୯୧ରେ ଆରମ୍ଭ ହୋଇଥିଲା। ପ୍ରଖ୍ୟାତ ଚିକିତ୍ସକ ଡା. ବିଧାନ ଚନ୍ଦ୍ର ରାୟଙ୍କ ସମ୍ମାନାର୍ଥେ ଏହି ଦିନ ପାଳନ କରାଯାଏ। ଏହି ଦିନଟି ସେହି ସମସ୍ତ ଡାକ୍ତରଙ୍କ ପାଇଁ ଉତ୍ସର୍ଗୀକୃତ, ଯେଉଁମାନେ ଦିନରାତି ଲୋକଙ୍କ ସେବା ପାଇଁ ନିଜ ଜୀବନକୁ ବଳୀଦାନ ଦେଇଛନ୍ତି।

Advertisment

ପିଲା ଜନ୍ମରୁ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ସମସ୍ତଙ୍କୁ ସୁସ୍ଥ ରଖିବାରେ ଡାକ୍ତରଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଜିର ଦିନରେ ଆସନ୍ତୁ ଏମିତି ଦୁଇ ମହାନ ଡାକ୍ତରଙ୍କ ବିଷୟରେ ଜାଣିନେବା ଯେଉଁମାନେ ଝିଅ ଜନ୍ମ ପାଇଁ ଟଙ୍କାଟିଏ ବି ନିଅନ୍ତି ନାହିଁ।

ଡା. ଶିପ୍ରା ଧର:

ସମୟର ପରିବର୍ତ୍ତନ ସହ ଆଜି ଭାରତ ଅନେକ କୁସଂସ୍କାରରୁ ମୁକ୍ତ ହେଉଛି। ଏଥି ମଧ୍ୟରୁ ଗୋଟିଏ ହେଉଛି କନ୍ୟା ସନ୍ତାନକୁ ନେଇ ଥିବା ଆମର ସାମାଜିକ ଚିନ୍ତାଧାରା। କେତେବେଳେ ଝିଅକୁ ପରଧନ କୁହାଯାଇଛି ତ ପୁଣି କେତେବେଳେ ବୋଝ ଭଳି ଶବ୍ଦ ବ୍ୟବହାର କରାଯାଇଛି। ଏବେ ଏ ଦେଶ ଏଥିରୁ ଧିରେ ଧିରେ ଦୂରେଇ ଯାଉଛି। ଆଜିକାଲି ଝିଅମାନେ ମଧ୍ୟ ପୁରୁଷଙ୍କ ସହ କାନ୍ଧ ମିଳେଇ ବାଟ ଚାଲୁଛନ୍ତି।

Advertisment

ଭାରତରେ ଅନେକ ଡାକ୍ତର ଅଛନ୍ତି ଯେଉଁମାନେ ନିଃସ୍ୱାର୍ଥପର ଭାବରେ ରୋଗୀମାନଙ୍କୁ ଚିକିତ୍ସା କରନ୍ତି। କେହି କେହି ମାଗଣାରେ ଔଷଧ ବଣ୍ଟନ କରୁଥିବାବେଳେ ଆଉ କିଏ ଚିକିତ୍ସା ଫି’ ମଧ୍ୟ ନିଅନ୍ତି ନାହିଁ। ଏପରି ଜଣେ ମହିଳା ଡାକ୍ତର ଅଛନ୍ତି ଯିଏ ତାଙ୍କ ହସ୍ପିଟାଲରେ ଝିଅ ଜନ୍ମ ହେଲେ ମିଠା ବାଣ୍ଟନ୍ତି ଏବଂ ଫି ମଧ୍ୟ ନିଅନ୍ତି ନାହିଁ। ସେ ହେଲେ ଡା. ଶିପ୍ରା ଧର।

ଡାକ୍ତର ଶିପ୍ରା ଧର ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ଏମ୍‌ବିବିଏସ୍ ଏବଂ ଏମଡି କରିଛନ୍ତି। ତାଙ୍କର ଏହି ମହତ କାମ ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପ୍ରଶଂସା କରିଛନ୍ତି। ଡାକ୍ତର ଶିପ୍ରା ଧର ତାଙ୍କ ସ୍ୱାମୀ ଏମ୍‌.କେ ଶ୍ରୀବାସ୍ତବଙ୍କ ସହ ବାରାଣାସୀରେ ଏକ ନର୍ସିଂହୋମ ପରିଚାଳନା କରନ୍ତି। ଏଠାରେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଶହ ଶହ ଶିଶୁକୁ ଜନ୍ମ କରେଇଛନ୍ତି।

Advertisment

କନ୍ୟା ଭ୍ରୁଣ ହତ୍ୟାକୁ ରୋକିବା ଓ ଝିଅମାନଙ୍କ ସଂଖ୍ୟା ବୃଦ୍ଧି କରିବା ନେଇ ଶିପ୍ରା ଧର ଅନେକ ଅଭିଯାନ ସହିତ ଜଡିତ ଅଛନ୍ତି। ତାଙ୍କ ନର୍ସିଂହୋମରେ ଜନ୍ମ ହେଉଥିବା କନ୍ୟା ସନ୍ତାନ ବାବଦକୁ ସେ ଗୋଟିଏ ବି ଟଙ୍କା ନିଅନ୍ତି ନାହିଁ। ତାଙ୍କର ଏହି ମହାନ କାମ ବିଷୟରେ ଜାଣି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ବାରାଣାସୀରେ ତାଙ୍କୁ ଭେଟିଥିଲେ। ତାଙ୍କ କାର୍ଯ୍ୟକୁ ପ୍ରଶଂସା କରି ସେ କହିଥିଲେ ଯେ ଶିପ୍ରାଙ୍କ ପରି ସବୁ ଡାକ୍ତର ଗୋଟିଏ ଦିନ ମାଗଣା ଡେଲିଭରୀ କରିବା ଉଚିତ।

ଏହା ବ୍ୟତୀତ ଶିପ୍ରା ପୁଷ୍ଟିହୀନତାର ଶିକାର ହୋଇଥିବା ପିଲାମାନଙ୍କ ପାଇଁ ଏକ ଶସ୍ୟ ବ୍ୟାଙ୍କ ମଧ୍ୟ ପରିଚାଳନା କରନ୍ତି। ପର୍ବପର୍ବାଣୀ ସମୟରେ ଡା. ଧର ଗରିବ ପିଲାମାନଙ୍କ ପାଇଁ ନୂଆ ପୋଷାକ, ମିଠା ବାଣ୍ଟିବା ସହ ଝିଅମାନଙ୍କର ଶିକ୍ଷା ପାଇଁ ମଧ୍ୟ ବ୍ୟବସ୍ଥା କରନ୍ତି।

ଡା. ଗଣେଶ ରଖ୍‌:

ପୁଣେର ଡାକ୍ତର ଗଣେଶ ରଖ୍‌ ମଧ୍ୟ ଝିଅ ଜନ୍ମ ପାଇଁ କୌଣସି ଟଙ୍କା ନିଅନ୍ତି ନାହିଁ। ଡାକ୍ତର ଗଣେଶ ରଖ ମଧ୍ୟ କନ୍ୟା ଭ୍ରୁଣ ହତ୍ୟାକୁ ରୋକିବା ନେଇ ଲୋକଙ୍କୁ ସଚେତନ କରାନ୍ତି। ଏକ ସାକ୍ଷାତକାରରେ ସେ କହିଥିଲେ ଯେ ଯେତେବେଳେ ଏକ ପୁଅ ଜନ୍ମ ହୁଏ ଲୋକମାନେ ଖୁସିରେ ଡାକ୍ତରଖାନାକୁ ଆସି ବିଲ୍‌ ପୈଠ କରନ୍ତି, କିନ୍ତୁ ଯେତେବେଳେ ଏକ ଝିଅ ଜନ୍ମ ହୁଏ ସେତେବେଳେ ଲୋକେ ଦୁଃଖ କରନ୍ତି। ଏହି ସବୁ ଘଟଣା ଦେଖିବା ପରେ ସେ ଝିଅ ଜନ୍ମ ପାଇଁ ଲୋକଙ୍କଠାରୁ ଟଙ୍କା ନେବା ବନ୍ଦ କରିବା ସହ 'ବେଟି ବଚାଓ ଜନଆନ୍ଦୋଳନ'ରେ ଜଡିତ ହୋଇଗଲେ।

Doctors Inspirational Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ