Advertisment

ବୟସ ୧୭, କିନ୍ତୁ ଉଚ୍ଚତା ୧ ବର୍ଷର ଶିଶୁ ଭଳି

ବୟସ ହେଲାଣି ୧୭, ହେଲେ ଦେଖାଯାଉଛନ୍ତି ଜଣେ ୧ ବର୍ଷର ଶିଶୁ ଭଳି। ତାଙ୍କର ଏହି ଅଭାବ ତାଙ୍କୁ ଦେଇଛି ସଫଳତା। ସେ ୱାର୍ଲ୍ଡ ରେକର୍ଡ କରିଛନ୍ତି।

ଅଦ୍ୟତନ ହୋଇଛି
Dor Bahadur Khapangi shortest teenager male

Dor Bahadur Khapangi shortest teenager male

Advertisment

ଭଗବାନଙ୍କର ଏ ଦୁନିଆ ବିଚିତ୍ର। ଏହି ବିଚିତ୍ର ଦୁନିଆରେ ଅନେକ ପ୍ରକାରର ଜୀବଜନ୍ତୁ ଦେଖାଯାଆନ୍ତି। କିଏ ବହୁତ ଛୋଟ ହୋଇଥାଏ ତ ପୁଣି କେହି ଖୁବ ବିରାଟ ହୋଇଥାଏ। କିଏ ମୋଟା ହୋଇଥାଏ ତ ପୁଣି କିଏ ପତଳା ହୋଇଥାଏ। ମଣିଷମାନଙ୍କ କ୍ଷେତ୍ରରେ ମଧ୍ୟ ଏମିତି କିଛି ଦେଖାଯାଏ। ମଣିଷମାନଙ୍କ ମଧ୍ୟରେ କିଏ ଛୋଟ ହୋଇଥାଏ ତ ପୁଣି କିଏ ବଡ ହୋଇଥାଏ, କିଏ ମୋଟା ହୋଇଥାଏ ତ ପୁଣି କିଏ ପତଳା ମଧ୍ୟ ହୋଇଥାଏ।

Advertisment

ଆଜିକାଲି ଏଭଳି ଜଣେ ମଣିଷକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ବ୍ୟକ୍ତି ଜଣଙ୍କ ନିଜ ବୟସ ତୁଳନାରେ ଖୁବ ଛୋଟ। କିନ୍ତୁ ଏହି କାରଣରୁ ସେ ଏବେ ୱାର୍ଲ୍ଡ ରେକର୍ଡ କରିଛନ୍ତି। ଏହି ବାଳକ ଜଣଙ୍କ ହେଲେ ନେପାଳର ବାସିନ୍ଦା ଡୋର ବାହାଦୂର ଖାପଙ୍ଗି। ଏବେ ଡୋର ବାହାଦୂରଙ୍କୁ ୧୭ ବର୍ଷ ବୟସ ହୋଇଥିବା ବେଳେ ସେ ଏହି ସାର୍ଟିଫିକେଟ୍ ନେବା ପାଇଁ ତାଙ୍କର ଜଣେ ସମ୍ପର୍କୀୟଙ୍କ କୋଳରେ ଆସିଥିଲେ, କାରଣ ସେ ବହୁ ଦୂର ପର୍ଯ୍ୟନ୍ତ ଚାଲିପାରନ୍ତି ନାହିଁ।

ଡୋର ବାହାଦୂର ଖାପଙ୍ଗୀ ୧୭ ବର୍ଷର ହୋଇଥିଲେ ବି ତାଙ୍କୁ ଦେଖି ଆପଣ ତାହା କହିପାରିବେ ନାହିଁ। ତାଙ୍କୁ ଦେଖିଲେ ଲାଗେ ସତେ ଯେପରି ସେ ଜଣେ ଏକ ବର୍ଷର ଶିଶୁ। ଏହି କାରଣରୁ ସେ ବେଶି ବାଟ ଚାଲି ପାରନ୍ତି ନାହିଁ। ତେଣୁ ପରିବାରର କେହି ସଦସ୍ୟ ତାଙ୍କୁ କାଖରେ ଧରି ଦୂର ବାଟ ନିଅନ୍ତି। ବର୍ତ୍ତମାନ ତାଙ୍କର ଏହି ଅଭାବ ତାଙ୍କୁ ସମଗ୍ର ବିଶ୍ୱରେ ଖ୍ୟାତି ଦେଇଛି।

Advertisment

ଡୋର ବାହାଦୂରଙ୍କ ଏହି ସଫଳତା ନେଇ ତାଙ୍କ ବଡ ଭାଇ ନାରା ବାହାଦୂର ଖାପଙ୍ଗୀ ବହୁତ ଖୁସି ଥିବା ଜଣାଯାଇଛି। ସେ କହିଛନ୍ତି ଯେ “ମୁଁ ବହୁତ ଖୁସି ଯେ ମୋ ଭାଇ ଗିନିଜ୍ ୱାର୍ଲ୍ଡ ରେକର୍ଡ ସାର୍ଟିଫିକେଟ୍ ହାସଲ କରିଛି।”

ଡୋର ବାହାଦୂର ଖାପଙ୍ଗି ୨୦୦୪ ନଭେମ୍ବର ୧୪ରେ ନେପାଳରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବୟସ ବଢିବାକୁ ଲାଗିଲା କିନ୍ତୁ ତାଙ୍କ ଶରୀରର ଉଚ୍ଚତା ଆଉଅ ବଢିଲା ନାହିଁ। ବର୍ତ୍ତମାନ ତାଙ୍କ ଉଚ୍ଚତା ୨ ଫୁଟ ୪.୯ ଇଞ୍ଚ ବା ୭୩.୪୩ ସେମି। ସାଧାରଣତଃ ଏକ ବର୍ଷର ଜଣେ ସୁସ୍ଥ ଶିଶୁର ଉଚ୍ଚତା ଏମିତି ହୋଇଥାଏ।

Advertisment

ଯେତେବେଳେ ପର୍ଯ୍ୟଟନ ବୋର୍ଡର ସିଇଓ ଧନଞ୍ଜୟ ରେଗ୍‌ମି ତାଙ୍କୁ ସାର୍ଟିଫିକେଟ୍ ଦେଉଥିଲେ, ସେତେବେଳେ ଫଟୋଗ୍ରାଫି ପାଇଁ ତାଙ୍କୁ ତଳେ ବସିବାକୁ ପଡିଥିଲା। ଏହି ସମୟରେ ଏକ ଛୋଟ କ୍ୟାପ୍ ଏବଂ ଟ୍ରେଣ୍ଡି ପୋଷାକ ପିନ୍ଧି ଡୋର ବାହାଦୂର ଏକ ଛୋଟ ପିଲା ପରି ଦେଖାଯାଉଥିଲେ।

ଯଦି ଆମେ ଦୁନିଆର ସବୁଠାରୁ ଛୋଟ ମହିଳାଙ୍କ ବିଷୟରେ କଥା ହେବା, ତେବେ ଏହି ରେକର୍ଡ ଭାରତର ବାସିନ୍ଦା ଜ୍ୟୋତି ଆମ୍‌ଗେଙ୍କ ନାମରେ ଅଛି, ଯାହା ତାଙ୍କୁ ୨୦୦୯ ମସିହାରେ ଦିଆଯାଇଥିଲା। ତାଙ୍କର ଉଚ୍ଚତା ମାତ୍ର ୨ ଫୁଟ। ଏହି ରେକର୍ଡ ପରେ ୨୮ ବର୍ଷିୟ ଜ୍ୟୋତି ବହୁତ ଲୋକପ୍ରିୟ ହୋଇଥିଲେ ଏବଂ ଆମେରିକାରେ ଏକ ହରର ଶୋ’ରେ ମଧ୍ୟ ଅଭିନୟ କରିଥିଲେ।

ଯଦି ଆମେ ଦୁନିଆର ସବୁଠାରୁ ଛୋଟ ପୁରୁଷଙ୍କ ବିଷୟରେ କଥା ହେବା, ତେବେ ସେ ହେଲେ କଲମ୍ବିଆର ଏଡ୍‌ୱାର୍ଡ ନିନୋ ହେର୍ଣ୍ଣାଡିଜ୍। ତାଙ୍କର ଉଚ୍ଚତା ୨ ଫୁଟ ୩.୬ ଇଞ୍ଚ ଏବଂ ତାଙ୍କୁ ୨୦୧୦ ମସିହାରେ ଏହି ସାର୍ଟିଫିକେଟ୍ ଦିଆଯାଇଥିଲା।

Guinness World Record Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ