Advertisment

ଦିନେ ସ୍ୱାମୀଙ୍କ ଠାରୁ ମାଡ ଖାଉଥିଲେ; ଆଜି ପୋଲିସ୍‌ ଅଧିକାରୀ

ବିବାହ ସାଜିଲା କାଳ। ଭାଙ୍ଗିଗଲା ସବୁ ସ୍ୱପ୍ନ। ସ୍ୱାମୀଙ୍କ ମାଡ ଅସହ୍ୟ ହେଲା। ହେଲେ ଉଚିତ ନିଷ୍ପତ୍ତି କରିଦେଲା ତାଙ୍କୁ ପୋଲିସ୍ ଅଫିସର। ଜାଣନ୍ତୁ ନୌଜିଶାଙ୍କ ଯନ୍ତ୍ରଣାର କାହାଣୀ।

ଅଦ୍ୟତନ ହୋଇଛି
Domestic violence survivor Noujisha become police officer

Domestic violence survivor Noujisha become police officer

Advertisment

ଆଜି ପାଟ୍ରିକିଆ ହେଉଛି କୋଟି କୋଟି ଟଙ୍କାର ମାଲିକାଣୀ। କିନ୍ତୁ ପାଟ୍ରିକିଆ କେବଳ ଏକେଲା ଏମିତି ମହିଳା ନୁହଁନ୍ତି ଯିଏ ଘରୋଇ ହିଂସା ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। କେରଳର ନୌଜିଶା ମଧ୍ୟ କଥା କଥାରେ ତାଙ୍କ ସ୍ୱାମୀଙ୍କ ଠାରୁ ଚାପୁଡ଼ା ଖାଉଥିଲେ। ଆଜି କିନ୍ତୁ ସେ ଘରୋଇ ହିଂସା ପୀଡିତ ମହିଳାଙ୍କ ପାଇଁ ଏକ ଭରସା ପାଲଟିଛନ୍ତି। ଘର କାମ, ଯୌତୁକ ବା ସ୍ୱାମୀଙ୍କୁ ସନ୍ତୁଷ୍ଟ କରିବାରେ ଅସମର୍ଥ ହେତୁ ନିର୍ଯାତନା ସହିବା ପୂର୍ବରୁ ପ୍ରତ୍ୟେକ ମହିଳା ନୌଜିଶାଙ୍କ କାହାଣୀ ଉପରେ ଥରୁଟିଏ ନଜର ପକେଇନେବା ଜରୁରୀ।

Advertisment

କିଏ ଏହି ନୌଜିଶା:

ନୌଜିଶା କେରଳର ହୋଇଥିବା ବେଳେ ସେ କମ୍ପ୍ୟୁଟରରେ ମାଷ୍ଟର୍‌ ଡିଗ୍ରୀ ହାସଲ କରିଛନ୍ତି। ଏହା ପରେ ସେ ଏକ କଲେଜରେ ଅତିଥି ଅଧ୍ୟାପକ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ତାଙ୍କ ଜୀବନ ମଧ୍ୟ ଜଣେ ସାଧାରଣ ଝିଅ ପରି ଥିଲା, ଯାହାଙ୍କର ଅନେକ ସ୍ୱପ୍ନ ଥିଲା। ୨୦୧୩ ମସିହାରେ ତାଙ୍କର ବିବାହ ହୋଇଯାଇଥିଲେ। ଏଇଠୁ ତାଙ୍କ ଜୀବନରେ ଘୋଟି ଆସିଥିଲା କଳା ବାଦଲ।

ପତିଙ୍କ ନିର୍ଯାତନା:

ବିବାହ ପରେ ମଧ୍ୟ ସେ ଚାକିରି କରିବାକୁ ଚାହୁଁଥିଲେ। ବିବାହ ପୂର୍ବରୁ ତାଙ୍କ ସ୍ୱାମୀ ତାଙ୍କ କଥାରେ ରାଜି ହୋଇଥିଲେ ସତ, କିନ୍ତୁ ବିବାହ ପରେ ସେ ନୌଜିଶାଙ୍କୁ ଘରେ ରହିବାକୁ କହିଥିଲେ। ନୌଜିଶା ସ୍ୱାମୀଙ୍କ କଥା ମାନି ଘରେ ରହିବାକୁ ବାଧ୍ୟ ହେଲେ। କିନ୍ତୁ ସମୟ କ୍ରମେ ସେ ହୃଦୟଙ୍ଗମ କରିବାକୁ ଲାଗିଲେ ଯେ ଏହି ବିବାହ ତାଙ୍କ ପାଇଁ ଏକ ବେଡି ହୋଇଗଲା। କଥା କଥାରେ ସ୍ୱାମୀଙ୍କ ରୋଷର ଶିକାର ହେବାକୁ ପଡିଲା। ଖାଇବାରେ ଟିକେ ଲୁଣ କମିଗଲେ ସ୍ୱାମୀଙ୍କ ଠାରୁ ମାଡ ଖାଇବାକୁ ପଡିଲା। ନୌଜିଶା ତାଙ୍କ ସ୍ୱାମୀଙ୍କ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ବିଷୟରେ ଜାଣି ଯେତେବେଳେ ପ୍ରଶନ କଲେ, ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ସହିବାକୁ ପଡିଲା। 

Advertisment

ଆତ୍ମହତ୍ୟା ଉଦ୍ୟମ:

ନୌଜିଶାଙ୍କ ଦୁର୍ଦ୍ଦଶା ଜାଣିବା ପରେ ପରିବାର ତାଙ୍କୁ ସମର୍ଥନ କରିଥିଲେ ଏବଂ ତାଙ୍କୁ ଘରକୁ ଫେରିବାକୁ କହିଥିଲେ। କିନ୍ତୁ ସମାଜକୁ ଭୟ କରି ସେ ଆସି ନଥିଲେ। ତିନି ବର୍ଷର ବନ୍ଦୀ ଜୀବନ ପରେ ତାଙ୍କ ଆଶା ଭାଙ୍ଗି ଯାଇଥିଲା। ଏପରିକି ସ୍ୱାମୀଙ୍କ ନିର୍ଯାତନା ବଢିବାରୁ ସେ ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲେ। କିନ୍ତୁ ଘର ସାମ୍ନାରେ ଥିବା କୂଅକୁ ଡେଇଁବା ପାଇଁ ସାହସ ସଂଗ୍ରହ କରିବା ପରିବର୍ତ୍ତେ, ତାଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ସାହସ ଜୁଟାଇ ଥିଲେ ନୌଜିଶା।

ସ୍ୱାମୀଙ୍କଠାରୁ ଛାଡପତ୍ର:

ନୌଜିଶା ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଲେ। ତିନି ବର୍ଷ ବିବାହ ସମ୍ପର୍କରେ ରହିବା ପରେ ସେ ୨୦୧୬ ରେ ସ୍ୱାମୀଙ୍କ ଘରୁ ଚାଲିଗଲେ। ସେତେବେଳେ ତାଙ୍କର ଏକ ବର୍ଷର ପୁଅଟିଏ ମଧ୍ୟ ଥିଲା। ପୁଅକୁ ଧରି ସେ ନିଜ ପରିବାରକୁ ଫେରିଆସିଲେ। ଏ ଦିଗରେ ପରିବାର ଲୋକ ମଧ୍ୟ ତାଙ୍କୁ ସମର୍ଥନ କରିଥିଲେ।

Advertisment

କେରଳ ପୋଲିସରେ ଚାକିରି:

ଛାଡପତ୍ର ପରେ ନୌଜିଶା ତାଙ୍କ ଜୀବନରେ ଆଗକୁ ଯିବାକୁ ସ୍ଥିର କଲେ ଏବଂ ପୁନର୍ବାର ଅଧ୍ୟାପକ ଭାବରେ କାମ ଆରମ୍ଭ କଲେ। ଏହା ବ୍ୟତୀତ ସେ କମ୍ପିଟେଟିଭ୍ ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତି ଜାରି ରଖିଲେ। ଏଥିରେ ସେ ସଫଳତା ମଧ୍ୟ ପାଇଲେ। ନୌଜିଶା କେରଳ ପୋଲିସର ସ୍ୱତନ୍ତ୍ର ନିଯୁକ୍ତି ୨୦୨୧ ପରୀକ୍ଷାରେ ସଫଳ ହୋଇ ସିଭିଲ୍ ପୋଲିସ୍ ଫୋର୍ସରେ ଯୋଗ ଦେଲେ। ଆଜି ସେ କେରଳ ପୋଲିସରେ କାମ କରୁଛନ୍ତି ଏବଂ ତାଙ୍କ ପରି ମହିଳା ଏବଂ ପିଲାମାନଙ୍କ ପାଇଁ ସାହସର ଏକ ଉଦାହରଣ ପାଲଟିଛନ୍ତି।

Women Empowerment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ