Advertisment

ଡାକ୍ତର ହେବେ କଳାକାର...ଆଦିବାସୀ ଯୁବକଙ୍କ ସଫଳତାର କାହାଣୀ

ଦେଶୀ ବଡି ସାଙ୍ଗକୁ ସିକ୍ସ ପ୍ୟାକ୍... ଆଦିବାସୀ ଗାଁର ଯୁବକଟିଏ... ସକାଳୁ ସକାଳୁ ବ୍ୟାୟାମ କରନ୍ତି... ନିଜ ସ୍ୱାସ୍ଥ୍ୟ ପ୍ରତି ଖୁବ୍‌ ଯତ୍ନବାନ ଏହି ଯୁବକ । ଚାଲନ୍ତୁ  ଜାଣିବା ଏହି ଯୁବକଙ୍କ ସଫଳତାର କାହାଣୀ

ଅଦ୍ୟତନ ହୋଇଛି
success man

success man

Advertisment

ଦେଶୀ ବଡି ସାଙ୍ଗକୁ ସିକ୍ସ ପ୍ୟାକ୍... ଆଦିବାସୀ ଗାଁର ଯୁବକଟିଏ... ସକାଳୁ ସକାଳୁ ବ୍ୟାୟାମ କରନ୍ତି... ନିଜୟ ସ୍ୱାସ୍ଥ୍ୟ ପ୍ରତି ଖୁବ୍‌ ଯତ୍ନବାନ ଏହି ଯୁବକ । ନାଁ ତାଙ୍କର କଳାକାର ପ୍ରଧାନ । ଖାଲି ଏତିକି ଯେ ତାଙ୍କ ପରିଚୟ ତା’ ନୁହେଁ, ସେ ଜଣେ ମେଧାବୀ ଛାତ୍ର ମଧ୍ୟ । ଚାଲନ୍ତୁ  ଜାଣିବା ଏହି ଯୁବକଙ୍କ ସଫଳତାର କାହାଣୀ । ଯାହା ଶୁଣି ନିଶ୍ଚୟ ଆପଣ ବାଃ ବାଃ ହିଁ କହିବେ...

Advertisment

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ସବେରାଙ୍ଗା ଗାଁରେ କଳାକାର ପ୍ରଧାନଙ୍କ ଘର । ସେ ସବୁବେଳେ ନିଜର ସ୍ୱାସ୍ଥ୍ୟ ଓ ପାଠପଢ଼ାକୁ ଗୁରୁତ୍ୱ ଦିଅନ୍ତି । ଆଉ ସେଇଥିପାଇଁ ସେ ଆଜି ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । କଟକ SCB ବଡ ମେଡିକାଲ କଲେଜରେ ନାମ ମଧ୍ୟ ଲେଖାଇ ସାରିଛନ୍ତି । ନିପଟ ମଫସଲ ଗାଁର ଏହି ଯୁବକ ଜଣକ ଫିଟନେସକୁ ନେଇ ଏବେ ଯେତିକି ଚର୍ଚ୍ଚା ତା’ଠାରୁ ତାଙ୍କର ଏହି ସଫଳତା ଆଜି ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି ।

କଳାକାରଙ୍କ ଏହି ସଫଳତା ପରେ ତାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ । ଆଜିର ଯୁବପୀଢ଼ିଙ୍କ ପାଇଁ ସେ ଉଦାହରଣ ମଧ୍ୟ ପାଲଟିଛନ୍ତି । ସେପଟେ ଡାକ୍ତର ହୋଇ ଗରୀବ ମାନଙ୍କ ସେବା କରିବାକୁ କଳାକାର କହିଛନ୍ତି ।

Advertisment

Special Styory Success Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ