Advertisment

କୁଡିଆରେ ପାଠପଢ଼ି କଲେ ନିଟ୍ କ୍ୱାଲିଫାଏ, ଡାକ୍ତର ହେବେ ଦିବ୍ୟାଙ୍ଗ ଯୁବକ ସଂଗ୍ରାମ ସ୍ୱାଇଁ

ଭଲରେ ଚାଲି ନ ପାରିଲେ ବି ଚାଷ କରି ପଢ଼ିଛନ୍ତି ପାଠ । ବୁର୍ଲା ବଡ଼ମେଡିକାଲରେ ଲେଖାଇଛନ୍ତି ନାଁ। ସରକାର ଦିବ୍ୟାଙ୍ଗ ସାର୍ଟିଫିକେଟ ଦେଲା, ଭତ୍ତା ଭୁଲିଗଲା ।

ଅଦ୍ୟତନ ହୋଇଛି
undefined

Divyang became an example

Advertisment

ପିଲାଟି ଦିନରୁ ଦିବ୍ୟାଙ୍ଗ, ବାପା ତାଙ୍କର ବାହାର ରାଜ୍ୟରେ ଶ୍ରମିକ। ଘର ଛପର କରିବାକୁ ସମ୍ବଳ ନାହିଁ, ପାଲଟଣା ଘରେ ବିତୁଛି ଜୀବନ। ହେଲେ ଏତେ ସବୁ ପ୍ରତିକୂଳ ପରିସ୍ଥିତି ଭିତରେ ସର୍ବଭାରତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟରେ କ୍ୱାଲିଫାଏ କରି ସରକାରୀ ମେଡିକାଲ କଲେଜରେ ନାଁ ଲେଖାଇଛନ୍ତି ସେ। ଯାଜପୁର ଜିଲ୍ଳା ରାକ୍ଷୀପାଟଣା ଗାଁରୁ ଜାଣିବା ମେଧାବୀ ଦିବ୍ୟାଙ୍କ ଡାକ୍ତରୀ ଛାତ୍ର ସଂଗ୍ରାମ ସ୍ୱାଇଁଙ୍କ ସଙ୍ଘର୍ଷ କାହାଣୀ... ।

Advertisment

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ରାକ୍ଷୀପାଟଣା ଗାଁର ଦିବ୍ୟାଙ୍ଗ ଯୁବକ ସଂଗ୍ରାମ । ସଂଗ୍ରାମ ପିଲାଟି ଦିନରୁ ଦିବ୍ୟାଙ୍ଗ। ସାଧାରଣ ମଣିଷ ପରି ସେ ଚାଲି ପାରନ୍ତି ନାହିଁ। କୁଡିଆ ଭିତରେ ବଢିଥିବା ଏ ଯୁବକ ଜଣକ ଡାକ୍ତରୀ ପାଠ ପଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଅଭାବ ଅନଟନ ଭିତରେ ରହି ବି ପାଠ ପଢ଼ାରେ ଅବହେଳା କରି ନାହାନ୍ତି। ବାପା କଲିକତାରେ ଦିନମଜୁରିଆ ଭାବେ କାମ କରୁଥିବା ବେଳେ ସଂଗ୍ରାମ ଦିବ୍ୟାଙ୍ଗ ଅବସ୍ଥାରେ ବି ବିଲବାଡ଼ିରେ ଚାଷ କରି ଦୁଇ ପଇସା ରୋଜଗାର କରି ନିଜ ପଢ଼ା ଖର୍ଚ୍ଚ ନିଜେ ଉଠାଇଛନ୍ତି। ଆଉ ଏବେ ସର୍ବଭାରତୀୟ ପରୀକ୍ଷା ନିଟରେ କ୍ୱାଲିଫାଏ କରି ବୁର୍ଲା ମେଡିକାଲ କଲେଜରେ ନାଁ ଲେଖାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି।

Advertisment

ନିଜର ନିଷ୍ଠା ଓ ଅଧ୍ୟବସାୟ ଫଳରେ ସଂଗ୍ରାମ ନିଟ୍ ପାରୀକ୍ଷାରେ ୧୭୬୨ ରାଙ୍କ୍ ରଖି ସରକାରୀ ମେଡିକାଲ୍ କଲେଜରେ ସିଟ୍ ପାଇ ପାରିଛନ୍ତି। ଟଙ୍କା ପଇସା ଅଭାବରୁ ନିଜେ ବହି କିଣି ପାରୁ ନ ଥିବା ବେଳେ ସାଙ୍ଗମାନଙ୍କ ସହଯୋଗ ଏବଂ ଲାଇବ୍ରେରୀରୁ ବହି ଆଣି ଦିନକୁ ୭ ରୁ ୮ ଘଣ୍ଟା ପରିଶ୍ରମ କରିଛନ୍ତି। କିନ୍ତୁ ଦୁର୍ଭାଗ୍ୟ ଜୀବନ ସଂଗ୍ରାମରେ କେବେ ପଛଘୁଞ୍ଚା ଦେଇ ନ ଥିବା ସଂଗ୍ରାମଙ୍କୁ ଆମ ସରକାର ଦିବ୍ୟାଙ୍ଗ ସାର୍ଟିଫିକେଟ୍ ସିନା
ଦେଇଛନ୍ତି ହେଲେ ଦିବ୍ୟାଙ୍ଗ ଭତ୍ତା ଦେବାକୁ ଭୁଲି ଯାଇଛନ୍ତି।

ଏମିତିକି ଦାରିଦ୍ର୍ୟ ସୀମାରେଖା ତଳେ ଚଳୁଥିବା ଏ ପରିବାରକୁ ପକ୍କା ଘର ଖଣ୍ଡିଏ ବି ଦେଇ ନାହାନ୍ତି। ସଂଗ୍ରାଙ୍କ ସଙ୍ଘର୍ଷକୁ ଚିହ୍ନି ପାରି ନିକଟରେ ଘରୋଇ ଶିକ୍ଷାନୁଷ୍ଠାନ ତାଙ୍କୁ ସମ୍ମାନିତ କରିଥିବା ବେଳେ ତାଙ୍କ ପଢା ଖର୍ଚ୍ଚ ବହନ କରିବାର ଦାୟିତ୍ୱ ନେଇଛି। ଗ୍ରାମବାସୀ ଓ ପରିବାରବର୍ଗ ସଂଗ୍ରାମଙ୍କ ସଫଳତା କାମନା କରିଥିବା ବେଳେ ସରକାରଙ୍କ ସାହାଯ୍ୟ ଲୋଡିଛନ୍ତି।

Advertisment

ନିଜେ ଦିବ୍ୟାଙ୍ଗ ହେବାର ଯନ୍ତ୍ରଣା ଭୋଗୁଥିବା ସଂଗ୍ରାମ ଯେ ଆଗାମୀ ଦିନରେ ଜଣେ ଭଲ ଡାକ୍ତର ହେବେ ଏବଂ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିବେ ଏଥିରେ ସନ୍ଦେହ ନାହିଁ।

NEET
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ