Advertisment

ଶବ୍ଦ ନୁହେଁ ଭାବରେ ଯୋଡ଼ିହେଲା ସଂପର୍କ, ସାତ ଜନ୍ମର ସାଥିହେଲେ ଦୁଇ ଦିବ୍ୟାଙ୍ଗ

ବୈଦିକ ରୀତି ନିତିରେ ଶେଷ ହୋଇଛି ବାହାଘର। ପରସ୍ପରକୁ ଵରଣମାଳା ପିନ୍ଧାଇ ସାତ ଜନମର ସାଥି ହୋଇଛନ୍ତି ଶକୁନ୍ତଳା ଓ ବାବୁଲା। ସେମାନେ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ଏଇ ନୂତନ ଆରମ୍ଭରେ ପରସ୍ପରକୁ ସାହାରା ହେବେ ବୋଲି ଦେଇଛନ୍ତି ପ୍ରତିଶ୍ରୁତି।

ଅଦ୍ୟତନ ହୋଇଛି
Divyang Couple Ties Knot

Divyang Couple Ties Knot

Advertisment

ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥି ହେଲେ ଦୁଇ ଦିବ୍ୟାଙ୍ଗ। ଜଣେ ଦୃଷ୍ଟିବାଧିତ ଆଉ ଜଣେ ହରାଇଛନ୍ତି ଶ୍ରବଣଶକ୍ତି। ବିବାହ ବନ୍ଧନରେ ବାନ୍ଧି ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଲେ ଏମାନେ । ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ଜୀବନରେ ସବୁ ସ୍ୱପ୍ନ ଓ ବାସ୍ତବତାକୁ ସାଙ୍ଗରେ ଧରି ଆଗକୁ ଯିବାକୁ ସଂକଳ୍ପ କରିଛନ୍ତି ନବଦମ୍ପତି । ସେମାନଙ୍କ ମନରେ ଅସୀମ ଧୈର୍ଯ୍ୟ ଓ ମନୋବଳ । ଯାହାକି ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିବ।

Advertisment

ଭଦ୍ରକ ଚାନ୍ଦବାଲି ବ୍ଲକ ଗୋପିନାଥପୁର ପଞ୍ଚାୟତରେ ହୋଇଛି ଏହି ନିଆରା ବିବାହ। ଵାଲିପଦା ଗାଁର ଯଦୁମଣି ସେନାପତିଙ୍କ ଭିନ୍ନକ୍ଷମ ପୁଅ ବାବୁଲା, ଚାରିତରପୁର ଗ୍ରାମର ସୁବାଷ ଦାସଙ୍କ ଦୃଷ୍ଟି ଵାଧିତ କନ୍ୟାଙ୍କୁ ବୈଦିକ ରୀତି ନିତିରେ ଵିଵାହ କରିଛନ୍ତି। ଉଭୟ ପରିବାରର ସହମତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏହି ଦମ୍ପତି। ଅଗ୍ନିକୁ ସାକ୍ଷୀରଖି ଉଭୟଙ୍କର ହାତ ଗଣ୍ଠି ପଡିଛି। ଏଠି ଶବ୍ଦରେ ନୁହେଁ ଭାବରେ ଗଢିଛି ସମ୍ପର୍କ।

ବୈଦିକ ରୀତି ନିତିରେ ଶେଷ ହୋଇଛି ବାହାଘର। ପରସ୍ପରକୁ ଵରଣମାଳା ପିନ୍ଧାଇ ସାତ ଜନମର ସାଥି ହୋଇଛନ୍ତି ଶକୁନ୍ତଳା ଓ ବାବୁଲା। ସେମାନେ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ଏଇ ନୂତନ ଆରମ୍ଭରେ ପରସ୍ପରକୁ ସାହାରା ହେବେ ବୋଲି ଦେଇଛନ୍ତି ପ୍ରତିଶ୍ରୁତି। ବାହାଘରରେ ଉଭୟଙ୍କ ୧୦ ରୁ ଉର୍ଦ୍ଧ୍ବ ଭିନ୍ନକ୍ଷମ ସାଙ୍ଗ ଯୋଗ ଦେଇଥିଲେ। ଶତାଧିକ ଅତିଥିଙ୍କ ଗହଣରେ ନବ ଦମ୍ପତିଙ୍କ ଵିଵାହ ଉତ୍ସବ ଅନୁଷ୍ଠିତ ହେଇଥିଲା। ଏନେଇ ଦୁଇ ପରିବାରରେ ଦେଖିବାକୁ ମିଳିଥିଲା ଆନନ୍ଦର ମାହୋଲ । ଏହି ଭିନ୍ନକ୍ଷମ ଦମ୍ପତ୍ତିଙ୍କ ବାହାଘର କରି ସମାଜରେ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଶକୁନ୍ତଳା ଓ ବାବୁଲାଙ୍କ ପରିବାର।

Advertisment

Divyang Girl Unique Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ