Human Interst Story: ସାବାସ୍‌ ମଣ୍ଟୁ, ଭିନ୍ନକ୍ଷମ ହୋଇ ବି ଅନ୍ୟକୁ ଦେଉଛନ୍ତି ପ୍ରେରଣା

ନିଜେ ଜଣେ ଦିବ୍ୟାଙ୍ଗ । କିନ୍ତୁ ସେ କେବେ ନିଜକୁ ଅକ୍ଷମ ମନେ କରି ନାହାନ୍ତି । ଅନ୍ୟକୁ ସାହାଯ୍ୟ କରିବା ପାଇଁ ମନରେ ଭରି ରହିଛି ଅନେକ ଉତ୍କଣ୍ଠା । ଘରକୁ ଘର ବୁଲି ଲୋକଙ୍କ ନିକଟରେ ସେବା ପହଞ୍ଚାଇବାକୁ ଦେଖିଥିଲେ ସ୍ୱପ୍ନ ।

disabled person

ନିଜେ ଜଣେ ଦିବ୍ୟାଙ୍ଗ । କିନ୍ତୁ ସେ କେବେ ନିଜକୁ ଅକ୍ଷମ ମନେ କରି ନାହାନ୍ତି । ଅନ୍ୟକୁ ସାହାଯ୍ୟ କରିବା ପାଇଁ ମନରେ ଭରି ରହିଛି ଅନେକ ଉତ୍କଣ୍ଠା । ଘରକୁ ଘର ବୁଲି ଲୋକଙ୍କ ନିକଟରେ ସେବା ପହଞ୍ଚାଇବାକୁ ଦେଖିଥିଲେ ସ୍ବପ୍ନ । ଗଂଜାମ ଜିଲ୍ଲାପାଳଙ୍କୁ ଭେଟି ବ୍ୟାଟେରୀ ଚାଳିତ ସାଇକେଲ ପାଇଁ ଦାବି କରିଥିଲେ। ଆଜି ଦିବ୍ୟାଙ୍ଗଙ୍କ ମୁଂହରେ ହସ ଫୁଟାଇଛି ପ୍ରଶାସନ ।

ଘରେ ବସି ନିଜର ଜନସେବା କେନ୍ଦ୍ର ଚଳାଉଛନ୍ତି । ଦୁଇ ଗୋଡ଼ ଗୋଟିଏ ହାତ ସମ୍ପୂର୍ଣ୍ଣ ଅଚଳ । ଡାହାଣ ହାତରେ କମ୍ପ୍ୟୁଟର ଚଳାଉଛନ୍ତି । ଦିବ୍ୟାଙ୍ଗ ଯୁବକ ଜଣକ ହେଉଛନ୍ତି ଭଂଜନଗର ବ୍ଲକ ସାନ କୋଦଣ୍ଡା ଗାଁର ମଣ୍ଟୁ ବିଷୋୟୀ । ଜନ୍ମରୁ ଦିବ୍ୟାଙ୍ଗ ହୋଇବି ଆଜି ସେ ସକ୍ଷମ । ପ୍ରାଥମିକ ଶିକ୍ଷା ପରେ ହାଇସ୍କୁଲରେ ପଢିଥିଲେ ମଣ୍ଟୁ । ପରେ ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ରଭଞ୍ଜ ମହାବିଦ୍ୟାଳୟରେ ଗ୍ରାଜୁଏଟ ପାସ୍ କରିବା ପରେ ନିଜେ କିଛି କାମ କରି ସ୍ୱାବଲମ୍ବୀ ହେବାର ଇଚ୍ଛା ତାଙ୍କୁ ଘାରିଥିଲା । ୟୁଟ୍ୟୁବରୁ କମ୍ପ୍ୟୁଟର ଶିକ୍ଷା ନେଲେ । ଆଉ ଏବେ ଜନସେବା କେନ୍ଦ୍ରଟିଏ ଖୋଲି ସ୍ୱାବଲମ୍ବୀ ହୋଇ ପାରିଛନ୍ତି ।

ଭଞ୍ଜନଗର ଉପଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣିରେ ନିଜର ସମସ୍ୟା କହିଥିଲେ ମଣ୍ଟୁ । ତେଣୁ ଭିନ୍ନକ୍ଷମ ପାଇଁ ଆସୁଥିବା ସମସ୍ତ ସୁବିଧା ମଣ୍ଟୁଙ୍କୁ ଯୋଗାଇ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ବିଡିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ମଣ୍ଟୁଙ୍କ ଘରେ ପହଞ୍ଚି ବର୍ଦ୍ଧିତ ଟଙ୍କା ସହ ବ୍ୟାଟେରୀ ସାଇକେଲ ପ୍ରଦାନ କରିଛନ୍ତି । ଆଗକୁ ଅନ୍ତୋର୍ଦୟ ଯୋଜନାରେ ୩୫ କିଲୋ ଚାଉଳ ଦେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।