love story
ଦୁଇଜଣ ଯାକ ଜନ୍ମରୁ ଦିବ୍ୟାଙ୍ଗ। କେହି କଥା କହିବା କିମ୍ବା ଶୁଣିବାକୁ ସକ୍ଷମ ନୁହଁନ୍ତି । ସେମାନଙ୍କ ମଧ୍ୟରୁ ଜଣେ କନ୍ଧମାଳର ତ ଅନ୍ୟ ଜଣେ ଭଦ୍ରକର । ପାଠ ପଢିବା ଭିତରେ ଉଭୟଙ୍କ ମଧ୍ୟରେ ଠାରରୁ ଆରମ୍ଭ ହୋଇଥିବା ପ୍ରେମ, ପରେ ବିବାହର ରୂପ ନେଇଛି। ଶେଷରେ ନିଜ ମନର ମାନସୀଙ୍କୁ ଜୀବନସାଥୀ ଭାବେ ପାଇବାର ଅଭିଳାସ ପୂରଣ ହୋଇଛି।
ଭଦ୍ରକ ଜିଲ୍ଲା ବାସୁଦେବପୁରର ବିଜୟ କୁମାର ପାତ୍ର, ଭୁବନେଶ୍ୱରର ସରକାରୀ ଶିଳ୍ପ ତାଲିମ କେନ୍ଦ୍ରରେ ପାଠ ପଢ଼ିବା ବେଳେ କନ୍ଧମାଳ ଜିଲ୍ଲା ଜି. ଉଦୟଗିରିର ସଲାମୀ ନାୟକଙ୍କ ପ୍ରେମରେ ପଡ଼ିଥିଲେ। କଥା କହିପାରୁନଥିଲେ ବି ପରସ୍ପରର ମନର ପରିଭାଷାକୁ ସହଜରେ ବୁଝି ଠାରରେ ଉଭୟ ଉଭୟଙ୍କ ମନ କଥା ପ୍ରକାଶ କରିବାରେ ସଫଳ ହୋଇଥିଲେ । ଦୀର୍ଘ ବର୍ଷ ଧରି ଦୁହେଁ ଦୁହିଁଙ୍କୁ ପ୍ରେମ କରିବା ପରେ ପରବର୍ତ୍ତୀ ସମୟରେ କଥା ଉଭୟ ପରିବାରରେ ପଡ଼ିଥିଲା । ଆଉ ଦୁଇ ପରିବାର ଏମାନଙ୍କ ବିବାହ ନିଷ୍ପତ୍ତିକୁ ସ୍ୱାଗତ କରିଥିଲେ।
ଆଇଟିଆଇ ପାଠ ପଢ଼ି ବିଜୟ ଏବେ ଡାକ ବିଭାଗରେ ଅସ୍ଥାୟୀ କର୍ମଚାରୀ ଭାବେ କାମ କରୁଛନ୍ତି। ସେହିଭଳି ସଲାମୀ ମଧ୍ୟ ବାଲେଶ୍ୱରରେ ଏକ ସଂସ୍ଥାରେ କାର୍ଯ୍ୟରତା। ଦୁଇ ପରିବାରର ସହମତି ପରେ ଭଦ୍ରକ ଏଡ଼ତାଳ ଜଗନ୍ନାଥ ମନ୍ଦିରରେ ଉଭୟଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି। ପାରମ୍ପାରିକ ରୀତିନୀତିରେ ଉଭୟ ପରିବାରର ଉପସ୍ଥିତିରେ ବେଶ୍ ଧୂମଧାମରେ ଅନୁଷ୍ଠିତ ହୋଇଛି ଏହି ବିବାହ ଉତ୍ସବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/love_story_1685286190.jpg)