Advertisment

Dharmaraj Died: ଚାଲିଗଲେ ‘ଧର୍ମରାଜ’...ବର୍ଷାରେ ଭିଜି ଭିଜି ଅନ୍ତ୍ୟେଷ୍ଟିକ୍ରିୟା ସାରିଲେ କଲୋନୀ ବାସିନ୍ଦା

ହଁ ପାଠକ ବନ୍ଧୁ, ଆମେ କହୁଚୁ ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀର ନନ୍ଦୀ ମହାରାଜଙ୍କ କଥା । ଦୀର୍ଘ ୧୪ ବର୍ଷ ହେଲାଣି ଏଠି ନନ୍ଦୀ ମହାରାଜ ରହି ଆସୁଥିଲେ। କଲୋନୀ ବାସିନ୍ଦା ତାକୁ ବହୁତ୍ ଭଲ ପାଉଥିଲେ ଏବଂ ଶ୍ରଦ୍ଧାରେ ତାକୁ ଡାକୁଥିଲେ ଧର୍ମରାଜ। କଲୋନୀ ବାସିନ୍ଦାଙ୍କ କହିବା ଅନୁସାରେ, ସକାଳୁ ସକାଳୁ ଯିଏ ତାଙ୍କ ଦର୍ଶନ କରି ତାଙ୍କ କାନରେ କିଛି କହୁଥିଲେ ତାଙ୍କ ମାନସିକ ପୁରା ହୋଇ ଯାଉଥିଲା।

ଅଦ୍ୟତନ ହୋଇଛି
ଚାଲିଗଲେ ଧର୍ମରାଜ

ଚାଲିଗଲେ ଧର୍ମରାଜ

Advertisment

ରଥଯାତ୍ରାର ମାହୋଲ କମି କମି ଆସୁଥାଏ। ଠିକ୍ ଏଇ ସମୟରେ ଭୁବନେଶ୍ୱରସ୍ଥିତ ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନୀ ବିଜେଡି ପାର୍ଟି ଅଫିସ୍ ନିକଟରେ ନନ୍ଦୀ ମହାରାଜ ଅଟକିଲେ। କେହି କିଛି ବୁଝିବା ଆଗରୁ ତଳେ ଲୋଟିପଡ଼ିଲେ । ମୁଣ୍ଡକୁ ଏପଟସେପଟ କଲେ। ମୁହଁରୁ ଯନ୍ତ୍ରଣା ବାରି ହୋଇଯାଉଥିଲା। ଖବର ପାଇ ଧିରେ ଧିରେ କଲୋନୀର ଭାଇ ଭଉଣୀ ଏକାଠି ହେଲେ। ପ୍ରାଣୀ ଚିକିତ୍ସା ଭ୍ୟାନ୍‌କୁ ଖବର ଦିଆଗଲା।

Advertisment

ବାସ୍, ତା’ପରେ ଆରମ୍ଭ ହୋଇଗଲା ଚିକିତ୍ସା। କିଏ ଗୁଡ଼ ଆଣିଲା ତ ଆଉ କିଏ ରୁଟି ଆଣିଲା। ଇଂଜେକ୍ସନ ଚାଲିଲା, ସାଲାଇନ୍ ବି ଚାଲିଲା। ରାତିରେ ତା’ର ରହଣୀ ପାଇଁ ଅସ୍ଥାୟୀ ଟେଣ୍ଟ୍‌ର ବ୍ୟବସ୍ଥା ହେଲା। ମାତ୍ର ସବୁ ଉଦ୍ୟମ ସତ୍ତ୍ୱେ ସକାଳକୁ ଆଖି ବୁଜିଦେଲେ ନନ୍ଦୀ ମହାରାଜ। 

ହଁ ପାଠକ ବନ୍ଧୁ, ଆମେ କହୁଚୁ ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀର ନନ୍ଦୀ ମହାରାଜଙ୍କ କଥା । ଦୀର୍ଘ ୧୪ ବର୍ଷ ହେଲାଣି ଏଠି ନନ୍ଦୀ ମହାରାଜ ରହି ଆସୁଥିଲେ। କଲୋନୀ ବାସିନ୍ଦା ତାକୁ ବହୁତ ଭଲ ପାଉଥିଲେ ଏବଂ ଶ୍ରଦ୍ଧାରେ ତାକୁ ଡାକୁଥିଲେ ଧର୍ମରାଜ। କଲୋନୀ ବାସିନ୍ଦାଙ୍କ ବିଶ୍ୱାସ ଅନୁସାରେ, ସକାଳୁ ସକାଳୁ ଯିଏ ତାଙ୍କ ଦର୍ଶନ କରି ତାଙ୍କ କାନରେ କିଛି କହୁଥିଲେ ତାଙ୍କ ମାନସିକ ପୁରା ହୋଇ ଯାଉଥିଲା। ଆଜି ଅସୁସ୍ଥତା କାରଣରୁ ହଠାତ ଧର୍ମରାଜଙ୍କ ମୃତ୍ୟୁ ଘଟିଛି।

Advertisment
ଚାଲିଗଲେ ଧର୍ମରାଜଚାଲିଗଲେ ଧର୍ମରାଜ

ମୃତ୍ୟୁ ପରେ ପରେ କଲୋନୀ ବାସିନ୍ଦାଙ୍କ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଧର୍ମରାଜଙ୍କ ଅନ୍ତ୍ୟେଷ୍ଟି ପାଇଁ ବର୍ଷାରେ ଭିଜି ଭିଜି ସମସ୍ତେ ଏକାଠି ହୋଇଛନ୍ତି। କିଏ ଧଳା ଧୋତି ଆଣିଚି, କିଏ ଫୁଲ ଆଣିଚି ତ ଆଉ କିଏ ସିନ୍ଦୁର ଆଣିଚି। ଧର୍ମରାଜଙ୍କ ଶେଷଯାତ୍ରାରେ ଲାଗିବ।କଲୋନୀ ବାସିନ୍ଦାଙ୍କ ସହ ସ୍କୁଲ ଛାତ୍ରଛାତ୍ରୀ ଏବଂ ଜନସାଧାରଣ ଧର୍ମରାଜଙ୍କୁ ଶ୍ରଦ୍ଧାଞ୍ଜଳି ଦେବାର ଦୃଶ୍ୟ ଦେଖିଲେ ଆଖିରେ ଲୁହ ଆସିଯିବ।

ଏ ଷଣ୍ଡ ମହାରାଜଙ୍କ ନାଁ ଥିଲା ଧର୍ମରାଜ। ସତକୁ ସତ ସେ ତାଙ୍କ ଧର୍ମ ପାଳନ କରୁଥିଲେ। ୧୪ ବର୍ଷ ଭିତରେ ସେ କେବେ କାହାର କ୍ଷତି କରିନାହାଁନ୍ତି। ଯିଏ ଯାହା ଦେଲେ ଆନନ୍ଦରେ ଖାଇଦେଇ ଚାଲିଯାଆନ୍ତି। ଧର୍ମରାଜ ଚାଲିଯିବା ପରେ ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା...ଧର୍ମରାଜ ଚାଲିଗଲେ। ଲୋକଙ୍କ ଭାବାବେଗକୁ ଦେଖିଲେ ଲାଗୁଚି ଯେମିତି କଲୋନୀର କେହି ଜଣେ ସଦସ୍ୟ ଚାଲିଯାଇଛନ୍ତି। ଏହି ଅବସରରେ ଧର୍ମରାଜଙ୍କ ଅମର ଆତ୍ମାର ସମସ୍ତେ ସଦଗତି କାମନା କରିଛନ୍ତି।   

Advertisment
The Big Bull Funeral
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ