Advertisment

Devoted Wife: ସ୍ତ୍ରୀ ନୁହେଁ ସେ ସାବିତ୍ରୀ...ବୋଲ୍‌ବମ୍ ପାଇଁ କାନ୍ଧରେ ସ୍ୱାମୀଙ୍କୁ ବୋହି ୧୫୦ କିଲୋମିଟର ଚାଲିଲେ...

ଆଶା ତାଙ୍କ ଦୁଇ ପିଲାଙ୍କ ସହିତ ଯାତ୍ରା କରିଥିଲେ ଏବଂ ପ୍ରତିଦିନ କିଛି କିଲୋମିଟର ଚାଲି ଧୀରେ ଧୀରେ ତାଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚିଥିଲେ। ତାଙ୍କ ମତରେ "ସ୍ୱାମୀଙ୍କ ସେବା କରିବା ହିଁ ପରମ ଧର୍ମ, ଅନ୍ୟ ସବୁକିଛି ବ୍ୟର୍ଥ। ସେହିପରି ସଚିନ କହିଥିଲେ, ମୁଁ କେବେ କହି ନଥିଲି ଯେ ମୋତେ ହରିଦ୍ୱାର ନେଇଯାଅ, କିନ୍ତୁ ଆଶା ନିଜେ ମୋତେ କାନ୍ଧରେ ବସାଇ ସ୍ନାନ କରାଇ ମନ୍ଦିରକୁ ନେଇଥିଲେ।

ଅଦ୍ୟତନ ହୋଇଛି
ସ୍ତ୍ରୀ କାନ୍ଧରେ ସ୍ୱାମୀ

ସ୍ତ୍ରୀ କାନ୍ଧରେ ସ୍ୱାମୀ

Advertisment

ପ୍ରେମ ଆଗରେ ମୁଣ୍ଡ ନୁଆଁଇଛି ଅକ୍ଷମତା। ସ୍ୱାମୀଙ୍କୁ କାନ୍ଧରେ ବସାଇ ସ୍ତ୍ରୀ କରୁଛି ବୋଲବମ୍ ଯାତ୍ରା। ସାଙ୍ଗରେ ଦୁଇଟି କୁନି କୁନି ପିଲାଙ୍କୁ ଧରି ୧୫୦ କିମି ଯାତ୍ରା କରିଛନ୍ତି ସ୍ତ୍ରୀ। ଆଉ ଗଙ୍ଗାସ୍ନାନ କରିବା ସହ ମହାଦେବଙ୍କ ଉପରେ କରିଛନ୍ତି ଜଳଲାଗି। ବିକଳାଙ୍ଗ ସ୍ୱାମୀଙ୍କୁ ଭଲ କରିଦେବାକୁ ଦେବ ଦେବ ମହାଦେବଙ୍କ ପାଖରେ ମାନସିକ ରଖି ସେ ଏହି ଅସମ୍ଭବ କାମକୁ ସମ୍ଭବ କରିଛନ୍ତି। ଉତ୍ତରପ୍ରଦେଶର ମୁଜାଫର ନଗରରୁ ସାମ୍ନାକୁ ଆସିଛି ପ୍ରେମ ଓ ଭଲପାଇବାର ଏହି ସୁନ୍ଦର ଦୃଶ୍ୟ ।

Advertisment

ଆମେ କହୁଛୁ ସଚିନ ଓ ତାଙ୍କ ପତ୍ନୀ ଆଶାଙ୍କ କଥା । ଗତ ୧୩ ବର୍ଷ ଧରି ସଂକଳ୍ପ କରି ଭୋଳାବାବାଙ୍କ ଉପରେ ଜଳାଭିଷେକ କରୁଥିଲେ ସଚିନ। ହେଲେ ଗତବର୍ଷ ମେରୁଦଣ୍ଡ ଅସ୍ତ୍ରୋପଚାର ପରେ ସେ ପକ୍ଷାଘାତରେ ପିଡୀତ ହେଲେ। ଚାଲିବାକୁ ଆଉ ସକ୍ଷମ ହୋଇପାରିଲେନି। ଏଥର ଯେତେବେଳେ ବୋଲବମ୍ ଯାତ୍ରାର ସମୟ ଆସିଲା, ସଚିନ ବହୁତ ମନଦୁଃଖ କରିଥିଲେ। ତେଣୁ ତାଙ୍କ ପତ୍ନୀ ଆଶା ନିଷ୍ପତ୍ତି ନେଲେ ଯେ ସେ ସଚୀନଙ୍କୁ ପିଠିରେ ବୋହି ଏହି ଯାତ୍ରା ସମାପ୍ତ କରିବେ।

ହରିଦ୍ୱାରରୁ ମୋଦିନଗର ପର୍ଯ୍ୟନ୍ତ ପାଦରେ ଚାଲି ଚାଲି ୧୫୦ କିଲୋମିଟର ଲମ୍ବା ରାସ୍ତା ଅତିକ୍ରମ କରିଥିଲେ ଆଶା। ଆଉ ସ୍ୱାମୀଙ୍କ ସଂକଳ୍ପକୁ ପୁରା କରିଥିଲେ। ତାଙ୍କର ଲକ୍ଷ୍ୟ ଥିଲା ଭୋଳାନାଥଙ୍କୁ ପ୍ରାର୍ଥନା କରିବା ଯେ ସଚିନ ପୁଣି ଥରେ ତାଙ୍କ ପାଦରେ ଠିଆ ହୁଅନ୍ତୁ।

Advertisment

ଆଶା ତାଙ୍କ ଦୁଇ ପିଲାଙ୍କ ସହିତ ଯାତ୍ରା କରିଥିଲେ। ଏବଂ ପ୍ରତିଦିନ କିଛି କିଲୋମିଟର ଚାଲି ଧୀରେ ଧୀରେ ତାଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚିଥିଲେ। ତାଙ୍କ ମତରେ "ସ୍ୱାମୀଙ୍କ ସେବା କରିବା ହିଁ ପରମ ଧର୍ମ, ଅନ୍ୟ ସବୁକିଛି ବ୍ୟର୍ଥ। ସେହିପରି ସଚିନ କହିଥିଲେ, ମୁଁ କେବେ କହି ନଥିଲି ଯେ ମୋତେ ହରିଦ୍ୱାର ନେଇଯାଅ, କିନ୍ତୁ ଆଶା ନିଜେ ମୋତେ କାନ୍ଧରେ ବସାଇ ସ୍ନାନ କରାଇ ମନ୍ଦିରକୁ ନେଇଥିଲେ। ତାଙ୍କ ଅସୁସ୍ଥତା ପରେ ଘରର ଅବସ୍ଥା ଖରାପ ହେଲେ ଭୋଳାବାବା ସବୁବେଳେ ତାଙ୍କ ସହିତ ଅଛନ୍ତି ବୋଲି କହିଛନ୍ତି ସଚିନ ।

ବର୍ତ୍ତମାନ ପ୍ରାୟ ସବୁଦିନ ସ୍ତ୍ରୀମାନଙ୍କ ଦ୍ୱାରା ସ୍ୱାମୀଙ୍କ ହତ୍ୟାର ଖବର ଶିରୋନାମା ପାଲଟିଥିବା ବେଳେ ଆଶା ଜଣେ ସ୍ତ୍ରୀର ବିଶ୍ୱାସ, ସଂଘର୍ଷ, ସେବା ଏବଂ ପ୍ରକୃତ ପ୍ରେମର ପ୍ରମାଣ ଦେଇଛନ୍ତି । (ବ୍ୟୁରୋ ରିପୋର୍ଟ, ଓଟିଭି)

Advertisment
Devotee Couple Bolbom Bolbam Yatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ