Advertisment

ଅଜବ! ମୃତ ଶରୀର ବି ସନ୍ତାନ ଜନ୍ମ ଦିଏ

ଆମେ ସମସ୍ତେ ଜାଣିଛେ ମୃତ୍ୟୁ ପରେ ସବୁକିଛି ସରିଯାଏ। କିନ୍ତୁ ଆପଣ ଜାଣିଛନ୍ତି କି ମୃତ୍ୟୁ ପରେ ବି ଜଣେ ମା’ ସନ୍ତାନ ଜନ୍ମଦେଇପାରେ। ପୂରା ପଢନ୍ତୁ।

ଅଦ୍ୟତନ ହୋଇଛି
Dead mother can give birth to child

Dead mother can give birth to child

Advertisment

ଶରୀରରେ ଯେପର୍ଯ୍ୟନ୍ତ ପ୍ରାୟ ବାୟୁ ଚାଲିଛି ମଣିଷ ସେପର୍ଯ୍ୟନ୍ତ ଜୀବିତ ଥାଏ। ନିଶ୍ୱାସର କ୍ଷଣମାତ୍ର ରୋକରେ ସବୁକିଛି ଶେଷ ହୋଇଯାଏ। ତେବେ ଜଣେ ବ୍ୟକ୍ତି ମୃତ୍ୟୁ ପରେ କୁଆଡେ ଯାଏ, ତା’ ସହିତ କ’ଣ ହୁଏ ଜାଣିବା ପାଇଁ ଅନେକ ପ୍ରକାରର ଅନୁସନ୍ଧାନ ଚାଲିଛି।

Advertisment

ଏହିପରି ବି ଅନେକ ଲୋକ ଅଛନ୍ତି, ଯେଉଁମାନେ ମୃତ୍ୟୁ ମୁଖରୁ ମଧ୍ୟ ଫେରି ଆସିଛନ୍ତି ବୋଲି ଦାବି କରନ୍ତି। ସେମାନେ ମୃତ୍ୟୁ ପରେ ପୁଣି ଜୀବନ ପାଇଛନ୍ତି। ଅବଶ୍ୟ ଏସବୁ କେବଳ ଦାବି ହୋଇ ରହିଯାଇଛି। ବାସ୍ତବତାରେ ସେମାନଙ୍କ ସହିତ ଏମିତି କିଛି ହୋଇଛି କି ନାହିଁ ତାହା ଅନୁସନ୍ଧାନର ବିଷୟ।

ମୃତ୍ୟୁ ପରେ ବ୍ୟକ୍ତି ସଂପୂର୍ଣ୍ଣ ଶାନ୍ତ ହୋଇଯାଏ। ତାଙ୍କ ଚାରିପାଖରେ କ’ଣ ଘଟୁଛି ସେ ଜାଣିପାରେ ନାହିଁ। ମୃତ୍ୟୁ ପରେ କ’ଣ ହୁଏ ଏଭଳି ପ୍ରଶ୍ନ ଅନେକଙ୍କ ମନକୁ ଆନ୍ଦୋଳିତ କରେ। କିନ୍ତୁ ଏ ପ୍ରଶ୍ନର ସଠିକ୍ ଉତ୍ତର ଦିଆଯାଇପାରିବ ନାହିଁ। ଆଜି ଆମେ ଆପଣଙ୍କୁ ମୃତ ଶରୀର ସହିତ ଜଡିତ ଆଉ କିଛି ରୋଚକ ତଥ୍ୟ କହିବାକୁ ଯାଉଛୁ, ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଏମିତି ହୋଇପାରେ ବୋଲି ଆପଣ ବିଶ୍ୱାସ ମଧ୍ୟ କରିପାରିବେ ନାହିଁ?

Advertisment

ଯଦି ପ୍ରସବ ସମୟରେ ଜଣେ ଗର୍ଭବତୀ ମହିଳାଙ୍କର ମୃତ୍ୟୁ ହୁଏ, ତେବେ ତାଙ୍କ ମୃତ ଶରୀର ମଧ୍ୟ ଏକ ସନ୍ତାନ ଜନ୍ମ ଦେଇପାରେ। ଏହାକୁ ବିଜ୍ଞାନ ଭାଷାରେ କଫିନ୍ ବାର୍ଥ ବୋଲି କୁହାଯାଏ। ତେବେ ମହିଳାଙ୍କ ମୃତ୍ୟୁ ପରେ, ତାଙ୍କ ଶରୀର ଏକ ଗ୍ୟାସ୍ ଉତ୍ପାଦନ କରେ ଯାହା ଶିଶୁକୁ ତାଙ୍କ ଗର୍ଭରୁ ବାହାର କରିଦିଏ। ଏହିପରି ମୃତ ଶରୀର ଶିଶୁକୁ ଜନ୍ମଦିଏ।

ଜଣେ ବ୍ୟକ୍ତି ମରିଯିବା ପରେ ତାଙ୍କ ଶରୀର ଭିତରେ ଅନେକ ପ୍ରକାରର ଗ୍ୟାସ୍‌ ସୃଷ୍ଟି ହେବାକୁ ଲାଗେ। ଏହି ଗ୍ୟାସ୍‌ଗୁଡ଼ିକ ଶରୀରର ଅନ୍ତନଳୀରେ ତିଆରି ହୋଇଥାଏ। ଏହା ସହିତ ଶରୀର ଭିତରେ ଥିବା ଅଙ୍ଗଗୁଡ଼ିକ ମଧ୍ୟ କ୍ଷୟ ହେବା ଆରମ୍ଭ କରେ। ଏପରି ପରିସ୍ଥିତିରେ ଆଖିଗୁଡିକ ବାହାରକୁ ପଳେଇଆସେ। ଜିଭ ଫୁଲି ପଦାକୁ ଚାଲିଆସେ।

Advertisment

ଅନେକ ଥର ଆପଣ ନିଶ୍ଚୟ ଶୁଣିଥିବେ ଯେ ମୃତ ଶରୀର କିଛି ସମୟ ପାଇଁ ଜୀବନ୍ତ ହୋଇଯାଏ। କିନ୍ତୁ ଏହା ସତ ନୁହେଁ। ମୃତ୍ୟୁ ପରେ ଅନେକ ଥର ଶରୀରରୁ ଚିତ୍କାର କରିବାର ଶବ୍ଦ ଶୁଣାଯାଏ। ପ୍ରକୃତରେ ଯେତେବେଳେ ଜଣେ ବ୍ୟକ୍ତି ମରିଯାଏ, ତା’ ଶରୀର ଭିତରେ ଥିବା ଜୀବାଣୁ ଗ୍ୟାସ୍ ତିଆରି କରିବା ଆରମ୍ଭ କରନ୍ତି। ଏହା ସ୍ୱର ମାଂସପେଶୀ ଉପରେ ଚାପ ପକାଇଥାଏ ଏବଂ ଶରୀର ଚିତ୍କାର କରିବାକୁ ଲାଗେ।

Ajab Gajab Dead Mother Give Birth
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ