Advertisment

୧୭ ଦିନ ହେଲାଣି ପୁଅ ଫେରୁନି...ଘର ଦୁଆରେ ରାହା ଧରି କାନ୍ଦୁଛି ମାଆ

ଦର୍ଶକବନ୍ଧୁ ୧୭ ଦିନ ହେଲାଣି ପୁଅ ଘରୁ କୁଆଡେ ପଳାଇଯାଇଛି। ଯାଇଛି ଯେ ଯାଇଛି ଆଉ ଆସିବାର ନା ଧରୁନି। ଭେଣ୍ଡିଆ ପୁଅ ଘରୁ ପଳାଇଥିବାରୁ ଏବେ ସମସ୍ତେ ଚିନ୍ତାରେ। ଏ ହେଉଛନ୍ତି ସୌମ୍ୟରଂଜନ। ହାଟଡିହି ଆଂଚଳିକ ମହାବିଦ୍ୟାଳୟରେ ଯୁକ୍ତ ତିନିରେ ସେ ପାଠ ପଢନ୍ତି । କଲେଜ୍‌ରେ ବି ତାଙ୍କୁ ସମସ୍ତେ ଭଲପାଆନ୍ତି। ମାତ୍ର ୨ ମାସ ତଳେ ଭଉଣୀଙ୍କର ବିବାହ ବି ହୋଇଛି। ହେଲେ ହଠାତ୍‌ ଘରୁ କୁଆଡେ ପଳେଇଥିବାରୁ ଏବେ ପୂରା ପରିବାର ଚିନ୍ତାରେ।

ଅଦ୍ୟତନ ହୋଇଛି
College Going Son Goes Missing In Keonjhar

Son Missing

Advertisment

ଘର ଦୁଆର ମୁହଁରେ ମାଆ ବସିଛି...ରାସ୍ତାରେ ଯିଏ ଯାଉଛି ତାକୁ ଚାହୁଁଛି। ଭାବୁଛି ଘରକୁ ବୋଧହୁଏ ପୁଅ ଫେରି ଆସିଲା। ହେଲେ ଯେତେବେଳେ ଦେଖୁଛି ପୁଅ ଆସିନି ବୋଲି ପୁଣି ଥରେ ଘର ଦୁଆର ମୁହଁରେ ବସୁଛି।  ଏମିତି କଥା ଶୁଣିବା ପରେ ଆପଣ ଭାବୁଥିବେ ପୁଅ କୁଆଡେ ଯାଇଛି? କାହିଁକି ବାରମ୍ବାର ମାଆ ଏମିତି ପୁଅକୁ ଖୋଜୁଛି?

Advertisment

ଦର୍ଶକବନ୍ଧୁ ୧୭ ଦିନ ହେଲାଣି ପୁଅ ଘରୁ କୁଆଡେ ପଳାଇଯାଇଛି। ଯାଇଛି ଯେ ଯାଇଛି ଆଉ ଆସିବାର ନା ଧରୁନି। ଭେଣ୍ଡିଆ ପୁଅ ଘରୁ ପଳାଇଥିବାରୁ ଏବେ ସମସ୍ତେ ଚିନ୍ତାରେ। ଏ ହେଉଛନ୍ତି ସୌମ୍ୟରଂଜନ। ହାଟଡିହି ଆଂଚଳିକ ମହାବିଦ୍ୟାଳୟରେ ଯୁକ୍ତ ତିନିରେ ସେ ପାଠ ପଢନ୍ତି । କଲେଜ୍‌ରେ ବି ତାଙ୍କୁ ସମସ୍ତେ ଭଲପାଆନ୍ତି। ମାତ୍ର ୨ ମାସ ତଳେ ଭଉଣୀଙ୍କର ବିବାହ ବି ହୋଇଛି। ହେଲେ ହଠାତ୍‌ ଘରୁ କୁଆଡେ ପଳେଇଥିବାରୁ ଏବେ ପୂରା ପରିବାର ଚିନ୍ତାରେ।

ଫେବୃଆରୀ ୩ ତାରିଖରୁ ହଠାତ୍‌ କେଉଁଆଡେ ପଳେଇଯାଇଛନ୍ତି ସୌମ୍ୟ। ଘରୁ କୁଆଡେ ପଳେଇଗଲେ ସେନେଇ ଖୋଜାଖୋଜି କରିବା ପରେ ସ୍ଥାନୀୟ ଚକ୍ରବର୍ତ୍ତୀ ଜଙ୍ଗଲରୁ ତାଙ୍କ ସାଇକେଲ ମିଳିଲା ସତ ହେଲେ ତାଙ୍କର କୌଣସି ଅତାପତ୍ତା ମିଳିଲା ନାହିଁ। ସୌମ୍ୟଙ୍କ ବାବଦରେ ଥାନାରେ ବି ଏତଲା ଦେଇଛନ୍ତି ପରିବାର ଲୋକ। ହେଲେ ଏଯାଏଁ ତାଙ୍କର କୌଣସି ପତ୍ତା ମିଳିନାହିଁ।

Advertisment

ତେବେ ଭେଣ୍ଡିଆ ପୁଅ କଲେଜ୍‌ରେ ପଢୁପଢୁ ହଠାତ୍‌ ଘରୁ କାହିଁକି ପଳେଇଲେ? ସେ ସୁରକ୍ଷିତ ଅଛନ୍ତି କି ନାହିଁ? ସେନେଇ ଅନେକ ପ୍ରଶ୍ନ ଏବେ ପରିବାର ଲୋକଙ୍କ ମନରେ ଉଙ୍କି ମାରୁଛି। ତେବେ ସମୟ କହିବ କେବେ ସୌମ୍ୟଙ୍କର ମିଳୁଛି ସନ୍ଧାନ । 

(ରିପୋର୍ଟ- ମୁନ୍ନା ସିଂହ, ଆନନ୍ଦପୁର)

Missing Boy Missing Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ