Advertisment

୩୦୦ ଫୁଟ୍ ତଳେ ଫଶି ଥିଲା ଶିଶୁ; ବଞ୍ଚେଇଦେଲେ ସୈନିକ

ସାଲ୍ୟୁଟ୍ ଭାରତୀୟ ସେନା। ୩୦୦ ଫୁଟ୍ ତଳେ ବୋର୍‌ୱେଲ ଭିତରେ ପଡିଥିବା ଶିଶୁକୁ ରକ୍ଷା କରିଦେଲେ। ଦେଖନ୍ତୁ ଭିଡିଓ…

ଅଦ୍ୟତନ ହୋଇଛି
Child fallen in the 300 feet deep borewell the army pulled it out

Child fallen in the 300 feet deep borewell the army pulled it out

Advertisment

ଦେଶର ସୁରକ୍ଷା ପାଇଁ ଭାରତୀୟ ସେନା ଜୀବନ ନେବା କିମ୍ବା ଜୀବନ ଦେବା ଠାରୁ ଦୂରେଇ ଯାଆନ୍ତି ନାହିଁ। ଭାରତୀୟ ସେନା ସବୁବେଳେ ମାତୃଭୂମି ପାଇଁ ଛିଡା ହୁଅନ୍ତି। ସୀମାରେ ସୁରକ୍ଷା ହେଉ କିମ୍ବା କୌଣସି ବିପର୍ଯ୍ୟୟ ହେଉ, ଦେଶର ସୈନିକମାନେ ସବୁବେଳେ ଦେଶର ସେବାରେ ଛିଡ଼ା ହୁଅନ୍ତି। ଏବେ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ସାଲ୍ୟୁଟ୍ ମାରିବାକୁ ବାଧ୍ୟହେବେ।

Advertisment

ଏହି ଭିଡିଓରେ ଦେଖିବାକୁ ମିଳେ ଯେ ଜଣେ ପିଲା ୩୦୦ ଫୁଟ ଗଭୀର ଏକ ବୋରୱେଲ ଭିତରେ ଫଶି ଯାଇଥିଲା। କଠିନ ପରିଶ୍ରମ ପରେ ସେନା ଦ୍ୱାରା ତାଙ୍କୁ ଉଦ୍ଧାର କରାଯାଉଛି। ପିଲାଟି ବାହାରକୁ ଆସିବା ପରେ ଜଣେ ସୈନିକ ତାଙ୍କୁ ନିଜ କୋଳରେ ବସେଇ ନିଜ ପିଲା ଭଳି ସ୍ନେହପୂର୍ଣ୍ଣ ଭାବରେ ତା’ ମୁଣ୍ଡକୁ ଆଉଁସି ଦେଉଛନ୍ତି। ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରିଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ଦେଖିବା ପରେ ଲୋକମାନେ ନିଜର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।

ଖବର ଅନୁଯାୟୀ, ଏହି ମାମଲା ଗୁଜରାଟର ସୁରେନ୍ଦ୍ରନଗର ଜିଲ୍ଲାରୁ ଆସିଛି। ଏଠାରେ ଏକ ୧୮ ମାସର ଶିଶୁ ହଠାତ୍ ୩୦୦ ଫୁଟ ଗଭୀର ବୋର୍‌ୱେଲ୍‌ରେ ପଡ଼ିଗଲା। ଏହି ଶିଶୁକୁ ବଞ୍ଚାଇବା ପାଇଁ ସେନାର ସୈନିକମାନେ ଉଦ୍ଧାର କାର୍ଯ୍ୟ କରିଥିଲେ। ବହୁ ସମୟର କଠିନ ପରିଶ୍ରମ ପରେ ପିଲାଟିକୁ ଜୀବନ୍ତ ଉଦ୍ଧାର କରାଯାଇଥିଲା। ପିଲାଟିକୁ ବାହାରକୁ ଆଣିବା ପରେ ଜଣେ ଯବାନ ତାଙ୍କୁ ନିଜ କୋଳରେ ଧରି ଭାବବିହ୍ୱଳ ହେଉଥିବା ଦେଖାଯାଆନ୍ତି। ଲୋକମାନେ ଏହି ଦୃଶ୍ୟକୁ ଦେଖି ସାବାସ କହିବାକୁ ବାଧ୍ୟ ହୋଇଛନ୍ତି।

Advertisment

ସୋସିଆଲ ମିଡିଆରେ ଜବାନଙ୍କ ଏହି ଫଟୋ ଭାଇରାଲ ହେଉଛି। ତାଙ୍କ ନାମ କ୍ୟାପ୍‌ଟେନ୍‌ ସୌରଭ। ସେ ଏବଂ ଗୋଲଡେନ୍ କଟର ଆର୍ଟିଲରି ବ୍ରିଗେଡ୍‌ର ତାଙ୍କ ଟିମ ଏହି ଶିଶୁଟିର ଜୀବନକୁ ରକ୍ଷା କରିଥିଲେ। ମନ୍ତ୍ରୀ ହର୍ଷ ସଂଘଭି ମଧ୍ୟ ଯବାନଙ୍କ ଦୁଇଟି ଫଟୋକୁ ଶେୟାର କରିଛନ୍ତି। ସେହିପରି ପ୍ରହଲ୍ଲାଦ ଯୋଶୀ ନାମର ଏକ ଟ୍ୱିଟର ଆକାଣ୍ଟରେ ଏହାର ଭିଡିଓ ଶେୟାର କରାଯାଇ ଭାରତୀୟ ସେନାଙ୍କୁ ସାଲ୍ୟୁଟ୍ କରାଯାଇଛି।

Advertisment
Rescue Operation Indian Soldiers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ