Advertisment

ଶକ୍ତିମାନ୍ ଡ୍ରାଇଭର; ଗୁଳି ଖାଇ ୩୦ କିଲୋମିଟର ଚଳାଇଲେ ଗାଡ଼ି, ବଞ୍ଚାଇଲେ ୩୫ ଜୀବନ

ଅମରାବତୀ-ନାଗପୁର ରାଜପଥରେ ଡକାୟତଙ୍କ ଏକ ଗ୍ୟାଙ୍ଗ୍ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ମିନିବସ ଉପରେ ଆକ୍ରମଣ କରିଥିଲେ। ଡକାୟତମାନେ ୪ରାଉଣ୍ଡ ଫାୟାରିଂ କରିଥିଲେ। ଗୋଟିଏ ଗୁଳି ଡ୍ରାଇଭରଙ୍କ ହାତରେ ବାଜିଥିଲା।

ଅଦ୍ୟତନ ହୋଇଛି
Bus Driver Shot During Robbery Attempt

Bus Driver Shot At During Robbery

Advertisment

ବସ ଡ୍ରାଇଭରଙ୍କ ଅଦମ୍ୟ ସାହସ ବଞ୍ଚାଇଲା ୩୫ ତୀର୍ଥଯାତ୍ରୀଙ୍କ ଜୀବନ। ଗୁଳି ଖାଇବା ପରେ ବି ୩୦କିଲୋମିଟର ଡ୍ରାଇଭିଂ କରି ଲୁଟେରାଙ୍କ କବଳରୁ ଯାତ୍ରୀମାନଙ୍କୁ ବଞ୍ଚାଇଲେ। ହାତରେ ଗୁଳି ବାଜି ଧାରଧାର ରକ୍ତ ବୋହିବା ସତ୍ତ୍ବେ ସେ ବସ୍‌ର ଷ୍ଟିୟରିଂ ଉପରୁ ନିୟନ୍ତ୍ରଣ ହରାଇ ନ ଥିଲେ। ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଜଣେ ମିନିବସ୍ ଡ୍ରାଇଭର ଅସୀମ ସାହସକୁ ନେଇ ଏବେ ଚର୍ଚ୍ଚା।

Advertisment

ଅମରାବତୀ-ନାଗପୁର ରାଜପଥରେ ଡକାୟତଙ୍କ ଏକ ଗ୍ୟାଙ୍ଗ୍ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ମିନିବସ ଉପରେ ଆକ୍ରମଣ କରିଥିଲେ। ଡକାୟତମାନେ ୪ରାଉଣ୍ଡ ଫାୟାରିଂ କରିଥିଲେ। ଗୋଟିଏ ଗୁଳି ଡ୍ରାଇଭରଙ୍କ ହାତରେ ବାଜିଥିଲା। ଅତ୍ୟଧିକ ଯନ୍ତ୍ରଣା ଓ ରକ୍ତ ବୋହିବା ସତ୍ତ୍ୱେ ସେ ନିୟନ୍ତ୍ରଣ ହରାଇ ନ ଥିଲେ। ଗୁଳିକୁ ଖାତିର ନକରି ମହାରାଷ୍ଟ୍ର ବୁଲଧାନା ଜିଲ୍ଲାର ଶିଗାଓଁରୁ ନାଗପୁର ପର୍ଯ୍ୟନ୍ତ ୩୦ କିଲୋମିଟର ଗାଡିଚାଇଥିଲେ। ନାଗପୁରଠାରୁ ୧୦୦ କିଲୋମିଟର ଦୂର ସାୱାଡି ଗାଁ ନିକଟରେ ଡକାୟତମାନଙ୍କୁ ଚକମା ଦେଖାଇ ଶେଷରେ ଟେଓସା ଥାନାରେ ପହଞ୍ଚିଥିଲେ।

ଅଧିକ ପଢ଼ନ୍ତୁ: ଚର୍ଚ୍ଚାରେ ଓଡ଼ିଆ ଝିଅ ଅନନ୍ୟା; ଅଥଳ ସମୁଦ୍ର ମଝିରେ ଦେଖାଇଲେ ସାହସ, ବଞ୍ଚାଇଲେ ଜୀବନ

Advertisment

ନାଗପୁର ଯାତ୍ରା ଆରମ୍ଭ କରିବା ପୂର୍ବରୁ କାୱାଡେ ଅମରାବତୀର ଅମ୍ବେ ମାତା ମନ୍ଦିରରେ କିଛି ସମୟ ଅଟକିଥିଲେ। ନନ୍ଦଗାଓଁପେଠ ଟୋଲ ଗେଟ୍‌ ଅତିକ୍ରମ କରିବାର କିଛି ସମୟ ପରେ କାୱାଡେ ଦେଖିଲେ ଡକାୟତମାନେ ତାଙ୍କୁ ପିଛା କରୁଛନ୍ତି। ପ୍ରଥମେ ଗୁଳି ବାଜିବା ପୂର୍ବରୁ ସେ ଗାଡ଼ିକୁ ଓଭରଟେକ୍ କରିବାକୁ ଦେଇଥିଲେ।

Advertisment

ଥାନାରେ ପହଞ୍ଚିବା ପରେ ଅମରାବତୀ ପୋଲିସ ବସ୍‌କୁ ନନ୍ଦଗାଓଁପେଠ ଥାନାକୁ ଫେରାଇ ଆଣିଥିଲା। କାୱାଡେଙ୍କୁ ତୁରନ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ଏହି ଖବର ସୋଲିଆଲ୍ ମିଡିଆରେ ପ୍ରସାରିତ ହେବା ପରେ ସାହସୀ ଡ୍ରାଇଭରଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି। ଜଣେ ପୋଲିସ ଅଧିକାରୀ କହିଛନ୍ତି, ଡ୍ରାଇଭର ସବୁ ତୀର୍ଥଯାତ୍ରୀଙ୍କୁ ସୁରକ୍ଷିତ ଭାବେ ପହଞ୍ଚାଇ ଦେଇଛନ୍ତି। ପୋଲିସ ସିସିଟିଭି ଯାଞ୍ଚ କରୁଛି। ଖୁବଶୀଘ୍ର ସେମାନଙ୍କୁ ଧରାଯିବ।

Robbery
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ