Advertisment

ମନ୍ଦିରରେ ଲଡୁ-ମିଠା ନୁହେଁ ପ୍ରସାଦ ଭାବେ ମିଳୁଛି ସାଣ୍ଡ୍‌ୱିଚ୍-ବର୍ଗର

ମନ୍ଦିର ଏକ ପବିତ୍ର ସ୍ଥାନ। ଏହା ଭଗବାନଙ୍କ ବାସସ୍ଥାନ ବୋଲି ବିଶ୍ୱାସ କରାଯାଏ। ମନ୍ଦିର ଗଲେ ସମସ୍ତେ ପ୍ରସାଦ ପାଇ ଆସିଥାନ୍ତି। ଆପଣ ପ୍ରସାଦ ଭାବେ କେବେ ସାଣ୍ଡ୍‌ୱିଚ୍-ବର୍ଗର ଖାଇଛନ୍ତି କି। ହଁ… ଏହି ମନ୍ଦିରକୁ ଗଲେ ଏମିତି ପ୍ରସାଦ ପାଇବେ।

ଅଦ୍ୟତନ ହୋଇଛି
Burger-Sandwich distributed as prasad in temple

Burger-Sandwich distributed as prasad in temple

Advertisment

ମନ୍ଦିର ହେଉଛି ଏମିତି ଏକ ପବିତ୍ର ଜାଗା ଯେଉଁଠି ଭଗବାନ ବାସ କରନ୍ତି ବୋଲି ବିଶ୍ୱାସ କରାଯାଏ। ଯଦିଓ ଭଗବାନ ସବୁ ଜାଗା, ସବୁ ଜିନିଷରେ ଥାଆନ୍ତି ତଥାପି ଲୋକେ ମନ୍ଦିରରେ ତାଙ୍କ ପ୍ରତିମା ସ୍ଥାପନ କରି ମୁଣ୍ଡ ନୁଆଁଇବାକୁ ଆସନ୍ତି। ଯେତେବେଳେ ମନ୍ଦିରରେ ପୂଜା କରାଯାଏ, ସେତେବେଳେ ଲୋକମାନେ ପ୍ରସାଦ ପାଇଁ ଅପେକ୍ଷା କରିଥାନ୍ତି। ଏହି ପ୍ରସାଦ ହେଉଛି ଭଗବାନଙ୍କୁ ଦିଆଯାଇଥିବା ଖାଦ୍ୟର ଉଚିଷ୍ଟ, ଯାହାକୁ ଲୋକମାନେ ତାଙ୍କ ଆଶୀର୍ବାଦ ଭାବରେ ଗ୍ରହଣ କରନ୍ତି।

Advertisment

ସାଧାରଣତଃ ମନ୍ଦିରଗୁଡ଼ିକରେ ଲଡୁ, ମିଶ୍ରି ବା ମିଠା ଆଦି ଭୋଗ କରାଯାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ ବିରାଜମାନ ଭଗବାନ ସାଣ୍ଡ୍‌ୱିଚ୍ ଏବଂ ବର୍ଗର ଖାଉଛନ୍ତି।

ଏହି ମନ୍ଦିର ହେଉଛି ଚେନ୍ନାଇର ପଡପ୍ପାଈସ୍ଥିତ ଜୟ ଦୁର୍ଗା ପୀଠ। ଏଠାରେ ଲୋକମାନେ ପ୍ରସାଦ ଭାବରେ ବ୍ରାଉଁନିଜ୍, ବର୍ଗର୍ ଏବଂ ସ୍ୟାଣ୍ଡ୍‌ୱିଚ୍ ପାଆନ୍ତି। ଏହି ମନ୍ଦିରର ପ୍ରସାଦ FSSAI ଦ୍ୱାରା ପ୍ରମାଣିତ । ଏହା ସହିତ ଏହି ପ୍ରସାଦ ଉପରେ ଏହାର ଏକ୍ସପାୟାରୀ ତାରିଖ ମଧ୍ୟ ଲେଖାଯାଇଛି। ତେବେ ନା କେବଳ ଏହି ମନ୍ଦିରର ଆଧୁନିକୀକରଣ ହୋଇଛି ବରଂ ପ୍ରସାଦର ମେନୁରେ ମଧ୍ୟ ଆଧୁନିକୀକରଣ କରାଯାଇଛି। ପ୍ରସାଦରେ ଲଡୁ ଏବଂ ମିଠା ବଦଳରେ ବର୍ଗର ଏବଂ ସାଣ୍ଡ୍‌ୱିଚ୍ ଦିଆଯାଉଛି।

Advertisment

ଏହି ମନ୍ଦିରକୁ ଜଣେ ଅଙ୍କୋଲୋଜିଷ୍ଟ ପ୍ରତିଷ୍ଠା କରିଛନ୍ତି। ଅଙ୍କୋଲୋଜିଷ୍ଟ କେ ଶ୍ରୀଧର କହିଛନ୍ତି ଯେ ଏହି ମନ୍ଦିରର ପବିତ୍ରତା ପ୍ରତି ଧ୍ୟାନ ଦିଆଯାଏ। ଏଠାକାର ପ୍ରସାଦ FSSAI ଦ୍ୱାରା ପ୍ରମାଣିତ ହୋଇଛି। ବେଳେବେଳେ ମନ୍ଦିରଗୁଡିକରେ ଖରାପ ପ୍ରସାଦ ମଧ୍ୟ ବଣ୍ଟନ କରାଯାଏ, ଯେଉଁଥିପାଇଁ ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହୁଏ। ଲୋକମାନେ ବିଶ୍ୱାସରେ ପ୍ରସାଦ ଗ୍ରହଣ କରନ୍ତି। କିନ୍ତୁ ଏହି ମନ୍ଦିରରେ ନିର୍ମିତ ସାଣ୍ଡୱିଚ୍ ଏବଂ ବର୍ଗର ଉପରେ ତାରିଖ ଲେଖାଯାଇଛି, ଏହାକୁ କେତେ ଦିନ ଭିତରେ ଖିଆଯାଇ ପାରିବ।

ନିୟମିତ ଭାବରେ ମନ୍ଦିର ପରିଦର୍ଶନ କରୁଥିବା ଭକ୍ତମାନଙ୍କ ପାଇଁ ଏକ ବିଶେଷ ସୁବିଧା ମଧ୍ୟ ଅଛି। ଯେଉଁମାନେ କ୍ରମାଗତ ଭାବରେ ଏଠାକୁ ଆସନ୍ତି, ସେମାନଙ୍କର ଜନ୍ମ ତାରିଖ ଏବଂ ନାଁ ରେକର୍ଡରେ ରହିଥାଏ। ଯେତେବେଳେ ଭକ୍ତମାନେ ସେମାନଙ୍କର ଜନ୍ମଦିନରେ ମନ୍ଦିରକୁ ଆସନ୍ତି, ସେତେବେଳେ ଜନ୍ମଦିନର କେକ୍ ପ୍ରସାଦମ୍ ଏଠାରେ ମିଳିଥାଏ। ଭକ୍ତମାନଙ୍କୁ ପ୍ରସାଦ ଭାବରେ କେକ୍ ଦିଆଯାଏ। ସବୁ ଭକ୍ତ ଖୁସି ହୁଅନ୍ତି ଏବଂ ପ୍ରସାଦ ଗ୍ରହଣ କରନ୍ତି।

Advertisment
Temple Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ