Advertisment

ପାଠପଢ଼ାରେ ବାଧକ ସାଜିଛି ଅର୍ଥ; କିଡନୀ ବିକି ସ୍ୱପ୍ନ ସାକାର କରିବେ ଦୃଷ୍ଟିବାଧିତ

ସୋନପୁର ଜିଲ୍ଲା ବୀରମହାରାଜପୁରର କୁଶ ଭାଇନା। ଜନ୍ମହେବା ପରେ ବାପା ମା’ଙ୍କୁ ହରାଇଛନ୍ତି। ୧୯ବର୍ଷ ବୟସରେ ସ୍ନାୟବିକ ରୋଗରେ ଆକ୍ରାନ୍ତ ହୋଇଥିଲେ। ଆବଶ୍ୟକୀୟ ଚିକିତ୍ସା କରାଇ ନପାରି ନିଜର ଦୃଷ୍ଟିଶକ୍ତି ହରାଇଛନ୍ତି।

Blind Student

Blind Student

Advertisment

ଭଗବାନ ବାପା ମା’ ଛେଉଣ୍ଡ କରିଦେଲେ। ପରେ ଆଖି ବି ନେଇଗଲେ। ହେଲେ ପାଠପଢା ପାଇଁ ଥିବା ଆଗ୍ରହକୁ କମ୍ କରିପାରିଲେନି। ସେ ପାଠକୁ ଖୁବ୍ ଭଲ ପାଆନ୍ତି। ହେଲେ ଦଇବ ଦାଉ ସାଧିଛି। ପାଠପଢିବା ପାଇଁ ସଂଗ୍ରାମ କରୁଛନ୍ତି ଦୃଷ୍ଟିହୀନ ଅନାଥ ଯୁବକ। ସବୁ ଉଦ୍ୟମ ଫେଲ୍ ମାରିବା ପରେ ସେ ନିଜ କିଡନୀ ବିକ୍ରି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। କିଡନୀ ବିକିବେ ଯାହା ପଇସା ମିଳିବ ପାଠ ପଢିବେ ଓ ଶିକ୍ଷକ ହେବେ। ତାଙ୍କ ସଂଘର୍ଷର କାହାଣୀ ଆପଣଙ୍କ ଆଖିରେ ଲୁହ ଭରିଦେବ।

Advertisment

ସୋନପୁର ଜିଲ୍ଲା ବୀରମହାରାଜପୁରର କୁଶ ଭାଇନା। ଜନ୍ମହେବା ପରେ ବାପା ମା’ଙ୍କୁ ହରାଇଛନ୍ତି। ୧୯ବର୍ଷ ବୟସରେ ସ୍ନାୟବିକ ରୋଗରେ ଆକ୍ରାନ୍ତ ହୋଇଥିଲେ। ଆବଶ୍ୟକୀୟ ଚିକିତ୍ସା କରାଇ ନପାରି ନିଜର ଦୃଷ୍ଟିଶକ୍ତି ହରାଇଛନ୍ତି। ଆଖିକୁ ସିନା ଦେଖା ଯାଉନି ହେଲେ ପାଠ ପଢିବା ପାଇଁ ତାଙ୍କର ପ୍ରବଳ ଆଗ୍ରହ। ଭଲ ପାଠ ପଢି ଶିକ୍ଷକ ହେବାକୁ ତାଙ୍କ ଇଚ୍ଛା। ସେଥିପାଇଁ ସେ ସମ୍ବଲପୁରରେ B.Ed କରୁଛନ୍ତି। ହେଲେ ପଢାରେ ଅର୍ଥ ସାଜିଛି ବାଧକ। ଭିକ୍ଷାବୃତ୍ତି କରି ଚଳୁଥିଲେ ମଧ୍ୟ ଆବଶ୍ୟକତା ପାଇଁ କିଡନୀ ବିକ୍ରି ପାଇଁ ମନସ୍ଥ କରିଥିଲେ ।

ଏଥିପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୪୦ ହଜାର ଟଙ୍କା ନେଇଥିଲେ। ହେଲେ ସେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ଫଳରେ କୁଶଙ୍କୁ ଏବେ ସେ ଟଙ୍କା ସୁଝିବାକୁ ପଡୁଛି। କଷ୍ଟେମଷ୍ଟେ ସେ ୩୦ ହଜାର ସୁଝିଦେଇଥିବା ବେଳେ ଏବେ ଆଉ ୧୦ ହଜାର ଶୁଝିବେ।ମନରେ ପ୍ରବଳ ଆଶା, ହେଲେ ତାକୁ ପୁରଣ କରିବାକୁ ପାଖରେ ଅର୍ଥ ନାହିଁ। ଏପରିକି ନିଜ ଚକ୍ଷୁ ଚିକିତ୍ସା ପାଇଁ ମଧ୍ୟ ଟଙ୍କା ଯୋଗାଡ କରିପାରୁନାହାନ୍ତି କୁଶ। ଫଳରେ ପୁଣିଥରେ କିଡନୀ ବିକିବାକୁ ବାହାରିଛନ୍ତି । ସେହିପରି ଦୃଷ୍ଟି ବାଧିତ B.Ed ପରୀକ୍ଷା ସମୟରେ ନିଜପାଇଁ ଜଣେ ଯୋଗ୍ୟ ସହାୟକ ରାଇଟର ଯୋଗାଡ କରିବାକୁ ଚାହୁଁଛନ୍ତି କୁଶ। ହେଲେ ସେଥିରେ ମଧ୍ୟ ତାଙ୍କୁ କେହି ସହଯୋଗ କରୁନଥିବା ସେ ଦୁଃଖର ସହ କହିଛନ୍ତି।

Advertisment
Blind Students
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ