ସିଙ୍ଗଡ଼ା ବନେଇଲା କୋଟିପତି : ଗୋଟିଏ ଦିନର ରୋଜଗାର ହେଉଛି ୧୨ ଲକ୍ଷ...

ସିଙ୍ଗଡ଼ା ବିକ୍ରି କରି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଦମ୍ପତି । ଶିଖର ପାଠପଢ଼ା ସମୟରୁ ହିଁ ସିଙ୍ଗଡ଼ା ଦୋକାନ ଖୋଲିବା ପାଇଁ ଚାହୁଁଥିଲେ, କିନ୍ତୁ . .

ସଠିକ୍‌ ସମୟରେ ସଠିକ୍‌ ନିଷ୍ପତ୍ତି ନେଇଥିଲେ ଏହି ଦମ୍ପତି . .

 ଚାକିରିଆ ଦମ୍ପତିଙ୍କୁ ସିଙ୍ଗଡ଼ା ବନେଇଲା କୋଟିପତି । ମୋଟା ଅଙ୍କର ଦରମା ପାଉଥିଲେ ସୁଦ୍ଧା ନିଜର ବ୍ୟବସାୟ ଆରମ୍ଭ କରିବା ତଥା ସିଙ୍ଗଡ଼ା ଦୋକାନ କରିବା ପାଇଁ ଚାକିରି ଛାଡ଼ି ଦେଇଥିଲେ ଚାକିରିଆ ଦମ୍ପତି । କେବଳ ଏତିକି ନୁହେଁ ବ୍ୟବସାୟ ପାଇଁ ନିଜର ସ୍ୱପ୍ନର ଘର ମଧ୍ୟ ବିକ୍ରି କରିଦେଇଥିଲେ । ଏବେ ସେମାନଙ୍କ ସମସ୍ତ ପରିଶ୍ରମର ଫଳ ମିଳିଛି । ସିଙ୍ଗଡ଼ା ବିକ୍ରି କରି ଦିନକୁ ୧୨ଲକ୍ଷ ଟଙ୍କା ଆୟ କରୁଛନ୍ତି ଏହି ଦମ୍ପତି । ଆଜି ଦିଲ୍ଲୀ, ମୁମ୍ବାଇ ସମେତ ଦେଶର ଅନେକ ସହରର ଲୋକମାନେ ସେମାନଙ୍କର ସିଙ୍ଗଡ଼ା ଖାଇବା ପାଇଁ ପାଗଳ। ତେବେ ‘ସମୋସା ସିଂ’ ନାମରେ ଦୋକାନ ଖୋଲି ଲୋକଙ୍କୁ ଆକୃଷ୍ଟ କରିବା ଏତେ ସହଜ ନଥିଲା ।

ଅଧିକ ପଢ଼ନ୍ତୁ: ବାପ୍‌ରେ ବାପ୍‌ ଏତେ ବଡ଼ ସିଙ୍ଗଡ଼ା, ଓଜନ ୮ କେଜି..!

ବେଙ୍ଗାଲୁରୁରେ ରୁହନ୍ତି ଦମ୍ପତି ନିଧି ସିଂ ଏବଂ ତାଙ୍କ ସ୍ୱାମୀ ଶିଖର ବୀର ସିଂ । କୁରୁକ୍ଷେତ୍ର କଲେଜ୍‌ରେ ପଢ଼ିବା ସମୟରେ ଉଭୟଙ୍କ ମଧ୍ୟରେ ଦେଖାସାକ୍ଷାତ ହୋଇଥିଲା । ଉଭୟ କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟରେ ବାୟୋଟେକ୍ନୋଲୋଜିରେ ବି-ଟେକ୍ କରୁଥିଲେ। ଅଧ୍ୟୟନ ପରେ ନିଧି ଗୁରୁଗ୍ରାମରେ ଏକ ଘରୋଇ କମ୍ପାନୀରେ ଚାକିରି ଆରମ୍ଭ କରିଥିଲେ । ଉଭୟ କର୍ପୋରେଟ୍ ଚାକିରି କରୁଥିବା ବେଳେ ମୋଟା ଅଙ୍କର ଆୟ ମଧ୍ୟ କରୁଥିଲେ । ଶିଖର ବାୟୋକୋନ୍‌ରେ ପ୍ରିନ୍ସିପାଲ ସାଇଣ୍ଟିଷ୍ଟ ଥିଲେ । ତେବେ ଶିଖରଙ୍କର ଖାଦ୍ୟକୁ ନେଇ ବହୁତ୍‌ ସଉକ୍‌ ଥିଲେ ।

ଦିନେ ହଠାତ୍ ସ୍ୱାମୀସ୍ତ୍ରୀ କଥାବାର୍ତ୍ତା ହେଉଥିବା ବେଳେ ମନକୁ ଆସିଲା ନିଜେ କିଛି ବ୍ୟବସାୟ ଆରମ୍ଭ କରିବା । ଶିଖର ପାଠପଢ଼ା ସମୟରୁ ହିଁ ସିଙ୍ଗଡ଼ା ଦୋକାନ ଖୋଲିବା ପାଇଁ ଚାହୁଁଥିଲେ, କିନ୍ତୁ ନିଧି ଚାହୁଁଥିଲେ ଯେ ସେ ତାଙ୍କର ଅଧ୍ୟୟନ ସମାପ୍ତ କରନ୍ତୁ । ଶିଖର, ନିଧିଙ୍କ କଥାରେ ରାଜି ହୋଇ ପାଠ ପଢ଼ି ଚାକିରି ବି କଲେ । ହେଲେ ମନ କିନ୍ତୁ ସିଙ୍ଗଡ଼ା ପାଖରେ ଥିଲା । ତେବେ ସବୁକିଛି ସୁରୁଖୁରୁରେ ଚାଲୁଥିବା ବେଳେ ସିଙ୍ଗଡ଼ା ଦୋକାନ ଖୋଲିବା ପାଇଁ ଶିଖର ବୀର, ନିଧିଙ୍କୁ କହିଥିଲେ । ପ୍ରଥମେ ତ ନିଧି ଡରିଯାଇଥିଲେ । ହେଲେ ସ୍ୱାମୀଙ୍କୁ ସହଯୋଗ କରିବା ପାଇଁ ସେ ମଧ୍ୟ ଆଗେଇ ଆସିଥିଲେ ।

ନିଧି ୩୦ ଲକ୍ଷ ଟଙ୍କା ବେତନର ପ୍ୟାକେଜ୍ ଛାଡି ୨୦୧୬ରେ ବାଙ୍ଗାଲୋରରେ ସମୋସା ସିଂ ଆରମ୍ଭ କରିଥିଲେ। ଉଭୟେ ସେମାନଙ୍କ ସଞ୍ଚୟ ଟଙ୍କାକୁ ବ୍ୟବହାର କରି ପ୍ରଥମ ଦୋକାନ ଆରମ୍ଭ କରିଥିଲେ । ପରେ ଏକ ବଡ଼ ରୋଷେଇ ଘର ନିର୍ମାଣ ପାଇଁ ନିଜ ଆପାର୍ଟମେଣ୍ଟ ବିକ୍ରି କରି ସେହି ଟଙ୍କାରେ ବେଙ୍ଗାଲୁରୁରେ ଏକ ବଡ଼ ଘର ଭଡାରେ ନେଇଥିଲେ ।

ବର୍ତ୍ତମାନ ସେମାନେ ନିଜ ଚାକିରିର ଦରମା ଠାରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି । ସମୋସା ସିଂରେ ପ୍ରତି ମାସରେ ୩୦,୦୦୦ ସମୋସା ବିକ୍ରି ହୁଏ । ଦିନକୁ ଏଠାରେ ୧୨ ଲକ୍ଷ ଟଙ୍କା ଆୟ ହେଉଥିବା ବେଳେ ବାର୍ଷିକ କାରବାର ହେଉଛି ୪୫ କୋଟି ।