Advertisment

ସାଲ୍ୟୁଟ୍ ବିଡିଓ ବାବୁ; ଡାଇରିଆରେ ଆକ୍ରାନ୍ତ ଛୋଟ ଶିଶୁକୁ କୋଳରେ ଧରି ନେଲେ ମେଡିକାଲ୍...

ଝାଡ଼ାବାନ୍ତି ଆକ୍ରାନ୍ତଙ୍କୁ ମେଡିକାଲ ନେଲେ ବିଡିଓ । ନବରଙ୍ଗପୁର ନନ୍ଦାହାଣ୍ଡି ବିଡିଓଙ୍କ ମହାନତା । ଅନ୍ଧବିଶ୍ବାସ ପାଇଁ ମେଡିକାଲ ଯାଉନଥିଲେ ଆକ୍ରାନ୍ତ । ୩ ଜଣ ରୋଗୀଙ୍କୁ ନିଜ ଗାଡ଼ିରେ ମେଡିକାଲ ପଠାଇଲେ ବିଡିଓ ।

ଅଦ୍ୟତନ ହୋଇଛି
BDO

BDO

Advertisment

ଝାଡାବାନ୍ତି ଆକ୍ରାନ୍ତଙ୍କୁ ନିଜେ ବୋହି ମେଡିକାଲ ପଠାଇଲେ ବିଡିଓ। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ବିଡ଼ିଓ କ୍ଷୀରୋଦ ଚନ୍ଦ୍ର ସାହୁ ଦେଖାଇଛନ୍ତି ଏଭଳି ମହାନତା । ଦଣ୍ଡସେନାଗୁଡା ଗାଁରେ କିଛି ଦିନ ହେବ ଝାଡ଼ାବାନ୍ତି ବ୍ୟାପୀଛି। ହେଲେ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ମେଡିକାଲ ନଯାଇ ଘରେ ଚିକିତ୍ସିତ ହେବାକୁ ଅଡ଼ି ବସିଥିଲେ ଆକ୍ରାନ୍ତ । 

Advertisment

ଖବର ପାଇ ନନ୍ଦାହାଣ୍ଡି ବିଡ଼ିଓ କ୍ଷୀରୋଦ ଚନ୍ଦ୍ର ଆକ୍ରାନ୍ତଙ୍କ ଘରକୁ ଯାଇ ତାଙ୍କୁ ବୁଝାସୁଝା କରି ନିଜେ ଗାଡ଼ିରେ ମେଡ଼ିକାଲକୁ ପଠାଇଥିଲେ। ସେମାନଙ୍କ ସହ ଅନ୍ୟ ଦୁଇଙ୍କୁ ମଧ୍ୟ ମେଡ଼ିକାଲ ପଠାଇଥିଲେ ବିଡିଓ। ଗଲା ୪ ଦିନରେ ଏହି ଗାଁରେ ଝାଡାବାନ୍ତିରେ ୩ ଜଣଙ୍କ ମୃତ୍ୟୁ ଘଟିଛି।

ଏପଟେ ଗଂଜାମ ବାଲିସିରା ପଞ୍ଚାୟତ କାନ୍ଧ ସୁନ୍ଦୁରାପଲ୍ଲି ଗାଁରେ ଝାଡ଼ାବାନ୍ତିର ପ୍ରକୋପ। ଝାଡ଼ାବାନ୍ତିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଅନ୍ୟ ଆକ୍ରାନ୍ତଙ୍କୁ ଆସିକା ଓ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଲୋକଙ୍କ କହିବା କଥା, ଗାଁରେ ଗତ ୩ଦିନ ହେଲାଣି ଝାଡ଼ାବାନ୍ତି ବ୍ୟାପିଛି। ତା’ଭିତରେ କିଏ ମେଡିକାଲକୁ ଯାଉଛି ତ ଆଉ କିଏ ଝଡ଼ାଫୁଙ୍କା ଉପରେ ବିଶ୍ୱାସ କରୁଛନ୍ତି। 

Advertisment

ଏହି ଘଟଣା ପରେ ଏକ ଡାକ୍ତରୀ ଟିମ୍ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଔଷଧ ବାଣ୍ଟୁଛନ୍ତି। ଝାଡ଼ାବାନ୍ତିର କାରଣ ଜାଣିବା ପାଇଁ ଗାଁରୁ ପିଇବା ପାଣିର ନମୁନା ସଂଗ୍ରହ କରିଛନ୍ତି। ତେବେ ଝାଡ଼ାବାନ୍ତିରେ ପ୍ରାଣହାନୀ କଥାକୁ ଖଣ୍ଡନ କରିଛନ୍ତି ବାଲିସିରା ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର।

Advertisment

Medical Team BDO
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ