Advertisment

ଓଡ଼ିଶା ଟ୍ରେନ୍ ଟ୍ରାଜେଡ଼ି: ଝିଅ ହାତରୁ ମେହେନ୍ଦୀ ଲିଭିନି...ମାଆ ମଥାରୁ ସିନ୍ଦୂର ଲିଭିଗଲା

କରମଣ୍ଡଳର କଳା କାହାଣୀ ଖାଲି ଜୀବନ ନେଇନି। କାହା ସିନ୍ଥିରୁ ସିନ୍ଦୂର ପୋଛିଛି ତ କାହା କୋଳରୁ ଛୁଆକୁ ଛଡ଼ାଇ ନେଇଛି। କିଏ ବାପ ଛେଉଣ୍ଡ ହୋଇଛି ତ ଆଉ କିଏ ସର୍ବସ୍ୱ ହରାଇଛି। ବାହାନଗାର ବିଧ୍ୱସ୍ତ କାହାଣୀ ସର୍ବସ୍ୱାନ୍ତ କରିଦେଇଛି। ସମସ୍ତେ ଦାଣ୍ଡ ପିଣ୍ଡାରେ ମୁଣ୍ଡରେ ହାତ ଦେଇ ବସିଛନ୍ତି। କାହାରି ପାଟିରୁ କଥା ପଦିଏ ବି ବାହାରୁନି। ସତେ ଯେମିତି ସମସ୍ତେ ନିର୍ବାକ ପାଲିଟିଯାଇଛନ୍ତି।

ଅଦ୍ୟତନ ହୋଇଛି
Odisha Train Accident Live Updates

Balasore Train Accident

Advertisment

ଝିଅକୁ ବାହାଘର କରାଇଲେ...ସ୍ତ୍ରୀକୁ ଘର କରିବାର ସ୍ୱପ୍ନ ଦେଖାଇଲେ । ଆଉ ପ୍ରତିଥର ପରି ଏଥର ବି ଘରୁ ବାହାରିଥିଲେ ପୂଳାଏ ସ୍ୱପ୍ନ ନେଇ, କିଛି ରୋଜଗାର କରିବା ପାଇଁ । ହେଲେ କଳମଣ୍ଡଳର ସେହି କାଳରାତି ସବୁ କିଛି ବରବାଦ କରିଦେଲା । ସବୁକିଛି ହଜେଇ ଦେଲା । ହାତରୁ ମେହେନ୍ଦୀ ଲିଭିନି...ଆଖି ସାମ୍ନାରେ ଚାଲିଗଲେ ବାପା । ବାହାନଗା ରେଳ ଦୁର୍ଘଟଣା ୟାଙ୍କ ସୁଃଖର ସଂସାରକୁ ଖିନଭିନ କରି ପକାଇଛି । ସବୁ କିଛି ସାରିଦେଇଛି ।

Advertisment

ଅଧିକ ପଢ଼ନ୍ତୁ: ଝିଅ ଅପରେସନ୍‌ ପାଇଁ ଯାଉଥିଲୁ, ଆଖି ସାମ୍ନାରେ ଦେଖିଲୁ ମାଳମାଳ ଶବ

କରମଣ୍ଡଳ କଲାରାତିର କାହାଣୀ କାହାର ସଂସାର ଭାଙ୍ଗିଦେଇଛି । କାହାକୁ ବିଧବା କରିଦେଇଛି ତ ଆଉ କାହାକୁ ବାପା ଛେଉଣ୍ଡ କରିଦେଇଛି । ଆଉ ଆତ୍ମୀୟ ସ୍ୱଜନଙ୍କ କାନ୍ଦବୋବାଳିରେ ଫାଟି ପଡୁଛି ପୂରା ଏରିଆ । କିଏ କାହାକୁ ବୁଝାଇବ? କେମିତି ବୁଝାଇବ ଭାଷା ନାହିଁ । ବାଲେଶ୍ୱର ନୀଳଗିରିରୁ ଏମିତି ଏକ ଦୃଶ୍ୟ ଆସିଛି ଯାହା ଆପଣଙ୍କ ଆଖିରେ ଲୁହ ଆଣିବ ।

ନୀଳଗିରି ବ୍ଲକ ଅଯୋଧ୍ୟା ଗାଁର କୁନାମୁଖୀ କରମଣ୍ଡଳରେ ଚେନ୍ନାଇ ଯିବା ପାଇଁ ବାଲେଶ୍ଵର ଷ୍ଟେସନରେ ଟ୍ରେନ୍‌ ଚଢିଥିଲେ । ଆଉ ମାତ୍ର କିଛି ବାଟ ଯିବା ପରେ ବାହାନଗାରେ ଯେମିତି ଭାବରେ ଭୟଙ୍କର ଦୁର୍ଘଟଣାର ଶିକାର ହେଲା ଟ୍ରେନ୍‌ ସେଥିରେ ତାଙ୍କ ଜୀବନ ଦୀପ ଲିଭିଯାଇଛି । ଦୁର୍ଘଟଣା ପରେ ଘରକୁ ଫୋନ୍‌ କରି ଝିଅ ସହ କଥା ହୋଇଥିଲେ । ଟୋପେ ପାଣି ମାଗିଥିଲେ । କିନ୍ତୁ ଆଖି ବୁଜି ଦେଇଥିଲେ । ବାସ୍‌ ଏଇ ଖବର ଘରେ ପହଞ୍ଚିବା ପରେ ପରିବାର ପାଦ ତଳୁ ଯେମିତି ମାଟି ଖସିଯାଇଛି । କାରଣ ୧୦ ଦିନ ତଳେ ଝିଅ ବାହାଘର କରିଥିଲେ । ତେଣୁ ଋଣ ଟଙ୍କା ସୁଝିବାକୁ ଚେନ୍ନାଇ ଯାଉଥିଲେ ରୋଜଗାର କରିବା ଲାଗି...ହେଲେ ଏଇ ଟ୍ରେନ୍‌ ଦୁର୍ଘଟଣା ସବୁକିଛି ଛାରକାର କରିଦେଲା ।

Advertisment

ବାପାର ମୃତ୍ୟୁ ଖବର ପାଇବା ପରେ ଏବେ ଭୋଭୋ କାନ୍ଦୁଛି ଝିଅ । ବାପା ଦେଇଥିଲେ ପ୍ରତିଶ୍ରୁତି କେମିତି ପୂରଣ ହେବ? ଘର କେମିତି ଚଳିବ ସେନେଇ ଚିନ୍ତାରେ ପୂରା ପରିବାର । ଆଉ ଏହାରି ମଧ୍ୟରେ ବାପାକୁ ହରାଇ ଝିଅ ଯେମିତି ରାହା ଧରି କାନ୍ଦୁଛି ତାହା ଦେଖିବା ପରେ ଆପଣ ବି ଧୈର୍ଯ୍ୟହରା ହେବେ ।

Train Accident Train Mishap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ