Advertisment

Viral: ଦିବ୍ୟାଙ୍ଗ ଧାବକଙ୍କୁ ପାଣି ପିଆଇବାରୁ ହାରିଗଲେ ରେସ୍; ଦୁନିଆ କହିଲା ସାବାସ୍!

ସୋସିଆଲ ମିଡିଆରେ ଆଜିକାଲି ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଏହା ଦେଖିବାକୁ ମିଳେ ଯେ, ଜଣେ ମହିଳା ରନର୍ସ ଦୌଡିବା ବେଳେ ତାଙ୍କ ସହିତ ଦୌଡୁଥିବା ଜଣେ ଦିବ୍ୟାଙ୍ଗ ପୁରୁଷ ରନର୍ସକୁ ପାଣି ଦେଉଛନ୍ତି। ଏହି କାରଣରୁ ମହିଳା ରନର୍ ରେସ୍ ହାରିଯାଉଛନ୍ତି।

ଅଦ୍ୟତନ ହୋଇଛି
Kenyan Athlete Jacqueline Nyatipei Helping Disabled Co-Athlete To Drink Water

Athlete lost the race for giving water to a disabled runner

Advertisment

ସୋସିଆଲ ମିଡିଆରେ ଆଜିକାଲି ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଏହା ଦେଖିବାକୁ ମିଳେ ଯେ, ଜଣେ ମହିଳା ରନର୍ସ ଦୌଡିବା ବେଳେ ତାଙ୍କ ସହିତ ଦୌଡୁଥିବା ଜଣେ ଦିବ୍ୟାଙ୍ଗ ପୁରୁଷ ରନର୍ସକୁ ପାଣି ଦେଉଛନ୍ତି। ଏହି କାରଣରୁ ମହିଳା ରନର୍ ରେସ୍ ହାରିଯାଉଛନ୍ତି। ସେ ସିନା ରେସ୍ ହାରି ଯାଉଛନ୍ତି, କିନ୍ତୁ ସେଠାରେ ଉପସ୍ଥିତ ଲୋକମାନେ ଏହି ମହିଳାଙ୍କୁ କରତାଳି ଦେଇ ସମ୍ମାନ ଦେଉଥିବା ଦେଖାଯାଏ।

Advertisment

ଏହି ଫଟୋ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଶେୟାର କରାଯାଇଛି। ଫଟୋ ସହିତ ଏକ କ୍ୟାପ୍‌ସନ୍ ମଧ୍ୟ ଲେଖାଯାଇଛି। ଏହା କ୍ୟାପସନରେ ଲେଖାହୋଇଛି – “କେନିଆ ରନର୍ ଜ୍ୟାକ୍‌ଲିନ୍ ନେତିପଇ ତାଙ୍କ ସହ-ଧାବକଙ୍କୁ ପାଣି ପିଆଉଛନ୍ତି। ଏହି ଫଟୋ ୨୦୧୦ ମସିହାର। ସେ ରେସ୍ ହାରିଯାଉଛନ୍ତି କିନ୍ତୁ ସମଗ୍ର ବିଶ୍ୱର ହୃଦୟକୁ ଜିତୁଛନ୍ତି।”

ଫଟୋ ଦେଖିବା ପରେ, ଆପଣମାନେ ବି ଜାଣିପାରିବେ ଏହି ଧାବିକାଙ୍କ କେତେ ମାନବିକତା। ତାଙ୍କର ଏହି ମାନବିକତା ହେତୁ ସମଗ୍ର ବିଶ୍ୱ ଆଜି ତାଙ୍କୁ ଅଭିବାଦନ ଜଣାଉଛି। ଏହି ଚିତ୍ର ‘ୱାର୍ଲ୍ଡ ଅଫ୍ ହିଷ୍ଟ୍ରୀ’ ଟ୍ୱିଟର ଆକାଉଣ୍ଟରୁ ଶେୟାର କରାଯାଇଛି। ଅନେକ ଲୋକ ଏହା ଉପରେ ମଧ୍ୟ ସେମାନଙ୍କ ମତ ଦେଇଛନ୍ତି।

Advertisment

ଜଣେ ଲେଖିଛନ୍ତି - ଏହି ମହିଳା ମାନବିକତାକୁ ଜୀବନ୍ତ ରଖିଛନ୍ତି। ସେ ଯଦିଓ ରେସ୍ ହାରିଛନ୍ତି, କିନ୍ତୁ ଏହି ଫଟୋ ସବୁବେଳେ ତାଙ୍କୁ ବିଜୟ ଦେବ। ଅନ୍ୟ ଜଣେ ମନ୍ତବ୍ୟ ଦେଇ ଲେଖିଛନ୍ତି - ହେ ଈଶ୍ୱର, ଜଣେ ଦିବ୍ୟାଙ୍ଗ ଜଣଙ୍କ ତ ପାଣି ବୋତଲ ବି ଧରି ପାରିବେ ନାହିଁ। ଏହି ଧାବିକା ସାହାଯ୍ୟକରି ଏକ ଉଦାହରଣ ସୃଷ୍ଟି କରିଛନ୍ତି।

Advertisment
Social Media Humanity Viral News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ