Anand Mahindra’s Gulistan: ଏବେ ବି ବାପଅଜା ଅମଳର ଘରେ ରୁହନ୍ତି ୧୭,୦୦୦ କୋଟିର ମାଲିକ ଆନନ୍ଦ ମହିନ୍ଦ୍ରା

ସଫଳତାର ସିଡ଼ି ଚଢ଼ୁଥିବା ମଣିଷ ଧୀରେ ଧୀରେ ନିଜର ପରମ୍ପରା, ସସ୍କୃତି ଓ ମୂଳଦୁଆକୁ ଭୁଲିଯାଏ । ହେଲେ ଆନନ୍ଦ ମହିନ୍ଦ୍ରା ଏସବୁର ଉର୍ଦ୍ଧ୍ୱରେ । ଟଙ୍କାର ପାହାଡ଼ ଉପରେ କମ୍ପାନୀ ଚଳାଉଥିଲେ ବି ନୀତି ନୈତିକତା, ମୂଳ ତଥା ପୁରୁଣା ଘରକୁ ଭୁଲିନାହାନ୍ତି । ରଜା ଘରକୁ ଖଜା ମହରଗ ପରି ସେ ଚାହିଁଥିଲେ ନିଜ ପାଇଁ ରାଜଉଆସ ତୋଳି ଦେଇ ପାରିଥାଆନ୍ତେ । କିନ୍ତୁ ଆଜି ବି ସେ ବାପା ଅଜା ଅମଳର ପୁରୁଣା ଘରେ ରୁହନ୍ତି ।

ଆନନ୍ଦ ମହିନ୍ଦ୍ରାଙ୍କ ନିରାଡ଼ମ୍ବର ଜୀବନଚର୍ଯ୍ୟା

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ଅଚଳାଚଳ ସମ୍ପତ୍ତିର ଅଧିକାରୀ ହୋଇଥିଲେ ସୁଦ୍ଧା ତାଙ୍କ ଜୀବନଶୈଳୀ ଅତି ସାଧାରଣ । ସେ ସ୍ୱଭାବରେ ଅତ୍ୟନ୍ତ ଦୟାଳୁ ଓ ପରୋପକାରୀ । ଲୋକଙ୍କ ଦୁଃଖକଷ୍ଟ ଦେଖିଲେ ତାଙ୍କ ହୃଦୟ ବିଳପି ଉଠେ । ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହୁଥିବା ଆନନ୍ଦ ମହିନ୍ଦ୍ରା ଆବଶ୍ୟକ ସମୟରେ ଅନେକ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି । ସେ ପ୍ରତିଦିନ କିଛି ନୂଆ ନୂଆ ମଜାଦାର ଶିକ୍ଷଣୀୟ ଭିଡିଓ ସେୟାର କରନ୍ତି। ବିଶେଷ କଥା ହେଉଛି ତାଙ୍କ ପୋଷ୍ଟ ଦେଖିବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ଥାଏ । ଆଜିକାଲିର ଯୁବଗୋଷ୍ଠୀଙ୍କ ପାଇଁ ସେ ବଡ଼ ପ୍ରେରଣା ।

ସଫଳତାର ସିଡ଼ି ଚଢ଼ୁଥିବା ମଣିଷ ଧୀରେ ଧୀରେ ନିଜର ପରମ୍ପରା, ସସ୍କୃତି ଓ ମୂଳଦୁଆକୁ ଭୁଲିଯାଏ । ହେଲେ ଆନନ୍ଦ ମହିନ୍ଦ୍ରା ଏସବୁର ଉର୍ଦ୍ଧ୍ୱରେ । ଟଙ୍କାର ପାହାଡ଼ ଉପରେ କମ୍ପାନୀ ଚଳାଉଥିଲେ ବି ନୀତି ନୈତିକତା, ମୂଳ ତଥା ପୁରୁଣା ଘରକୁ ଭୁଲିନାହାନ୍ତି । ରଜା ଘରକୁ ଖଜା ମହରଗ ପରି ସେ ଚାହିଁଥିଲେ ନିଜ ପାଇଁ ରାଜଉଆସ ତୋଳି ଦେଇ ପାରିଥାଆନ୍ତେ । କିନ୍ତୁ ଆଜି ବି ସେ ବାପା ଅଜା ଅମଳର ପୁରୁଣା ଘରେ ରୁହନ୍ତି । ପୁରୁଣା ଘରେ ବିତିଯାଇଥିବା ସେହି ସ୍ମୃତି ଆଜି ବି ଏକ କାଳ୍ପନିକ କାହାଣୀ ପରି । ମା’ର ମାଡ଼, ବାପାଙ୍କ ସ୍ନେହଭରା ଆକଟ, ଜେଜେବାପାଙ୍କ ଆଦର ଆଉ ସେଠାରେ ବିତାଇଥିବା ମୁହୂର୍ତ୍ତ ଆଜି ବି ମନେ ପଡ଼େ । ସେଥିପାଇଁ ସେହି ଘରେ ଆଜି ବି ପୁୁରୁଣା ସ୍ମୃତି ସାଉଣ୍ଟିବାରେ ବ୍ୟସ୍ତ ଆନନ୍ଦ ମହିନ୍ଦ୍ରା ।

୧୭୦୦୦ କୋଟି ଟଙ୍କା ସମ୍ପତ୍ତିର ମାଲିକ ହେଲେ ଆନନ୍ଦ ମହିନ୍ଦ୍ରା । ମହିନ୍ଦ୍ରା ଗ୍ରୁପର କାରବାର ଅଟୋ, ସୂଚନା ପ୍ରଯୁକ୍ତିବିଦ୍ୟା ଠାରୁ ଆରମ୍ଭ ପରି ରିଅଲ୍ ଇଷ୍ଟେଟ୍, ପ୍ରତିରକ୍ଷା ଏବଂ ହସ୍ପିଟାଲିଟି ପର୍ଯ୍ୟନ୍ତ ବ୍ୟାପ୍ତ । ମହିନ୍ଦ୍ରା ଗ୍ରୁପରେ ମୋଟ ୧୩୭ କମ୍ପାନୀ ରେଜିଷ୍ଟର ହୋଇଛି । ଆନନ୍ଦ ମହିନ୍ଦ୍ରାଙ୍କର ସମ୍ପୂର୍ଣ୍ଣ ନାମ ଆନନ୍ଦ ଗୋପାଳ ମହିନ୍ଦ୍ରା । ୧ ମଇ ୧୯୫୫ ରେ ମୁମ୍ବାଇରେ ଆନନ୍ଦ ମହିନ୍ଦ୍ରାଙ୍କ ଜନ୍ମ । ତାଙ୍କ ବାପାଙ୍କ ନାମ ହରିଶ ମହିନ୍ଦ୍ରା ଏବଂ ମାଙ୍କ ନାମ ଇନ୍ଦିରା ମହିନ୍ଦ୍ରା। ଆନନ୍ଦ ମହିନ୍ଦ୍ରା ଆମେରିକାର ଭିଜୁଆଲ୍ ଆଣ୍ଡ ଏନଭାରମେଣ୍ଟ ଷ୍ଟଡିଜରେ ଅଧ୍ୟୟନ କରିଛନ୍ତି । ତା’ପରେ ସେ ୧୯୮୧ ମସିହାରେ ହାର୍ଭାର୍ଡ ବିଜନେସ୍ ସ୍କୁଲରୁ ଏମବିଏ ଶିକ୍ଷା ସମାପ୍ତ କରିଥିଲେ ।


ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ସହ-ପ୍ରତିଷ୍ଠାତା ଜଗଦୀଶ ଚନ୍ଦ୍ର ମହିନ୍ଦ୍ରାଙ୍କ ନାତି। ପଞ୍ଜାବର ଲୁଧିଆନା ସହରରେ ଆନନ୍ଦ ମହିନ୍ଦ୍ରାଙ୍କ ଜେଜେ ଏବଂ ତାଙ୍କ ଭାଇମାନେ ମିଶି ଏହି କମ୍ପାନୀର ମୂଳଦୁଆ ପକାଇଲେ। ବର୍ତ୍ତମାନ ଏହି କମ୍ପାନୀ ଦୁନିଆର ଶ୍ରେଷ୍ଠ ତିନୋଟି ଟ୍ରାକ୍ଟର ଉତ୍ପାଦନକାରୀ କମ୍ପାନୀ ମଧ୍ୟରୁ ଗୋଟିଏ । ବର୍ଷ ବର୍ଷ ଧରି ମହିନ୍ଦ୍ରା ଗ୍ରୁପ୍ ଭାରତୀୟ ଅର୍ଥନୀତିର ସମସ୍ତ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଉପସ୍ଥିତି ଜାହିର କରିଛି। କ୍ରମାଗତ ଭାବରେ ନୂତନ ମାନକ ସୃଷ୍ଟି କରି ଆଜି ଏହା ଦେଶର ଏକ ଅଗ୍ରଣୀ କମ୍ପାନୀ ଭାବରେ ପ୍ରତିଷ୍ଠିତ ହୋଇଛି ।

ଆନନ୍ଦ ମହିନ୍ଦ୍ରାଙ୍କ ପରି ବ୍ୟବସାୟୀମାନେ କୋଟି କୋଟି ଟଙ୍କାର ବଙ୍ଗଳାରେ ରହୁଥିବାବେଳେ ଆନନ୍ଦ ମହିନ୍ଦ୍ରା ଜେଜେବାପାଙ୍କ ପୈତୃକ ଘରେ ରୁହନ୍ତି ଓ ସରଳ ଜୀବନଯାପନ କରନ୍ତି । ଆନନ୍ଦ ମହିନ୍ଦ୍ରାଙ୍କ ଜେଜେବାପା ମୁମ୍ବାଇର ନେପିଆନ୍ ସି ରୋଡରେ ଏକ ଘର ନେଇଥିଲେ। ସେତେବେଳେ ଆନନ୍ଦ ମହିନ୍ଦ୍ରାଙ୍କ ଜନ୍ମ ହୋଇନଥିଲା । ପିଲାଦିନେ ସେହି ଗୋଟିଏ ଘରେ କଟିଛି ଆନନ୍ଦ ମହିନ୍ଦ୍ରାଙ୍କ ସମୟ । ଖେଳକୁଦ, ମାଡ଼ଗୋଳ ସବୁ ସେଇଠୁ ଆରମ୍ଭ ।

ପରିବାର ସହିତ ବର୍ଷ ବର୍ଷ ଧରି ସେଠାରେ ଜୀବନ ବିତାଇଛନ୍ତି । ପରେ ଘରର ମାଲିକ ନବୀକରଣ ନାମରେ ଘର ଭାଙ୍ଗିବା ପାଇଁ ଯେତେବେଳେ କହିଥିଲେ, ଆନନ୍ଦ ମହିନ୍ଦ୍ରା ବିଚଳିତ ହୋଇପଡ଼ିଥିଲେ । ଆଉ ତୁରନ୍ତ ସେ ସେହି ପୁରୁଣା ଘରକୁ ୨୭୦ କୋଟି ଟଙ୍କାରେ କିଣିଥିଲେ । ୧୩୦୦୦ ସ୍କୋୟାରଫିଟର ଏ ଘରର ନାମ ହେଲା ଗୁଲିସ୍ତାନ, ଯାହାର ଅର୍ଥ ହେଉଛି ପୁଷ୍ପଗୁଚ୍ଛ । ସେବେଠାରୁ ଆନନ୍ଦ ମହିନ୍ଦ୍ରାଙ୍କ ଠିକଣା ପାଲଟି ଯାଇଛି ସେହି ଘର।

ଆନନ୍ଦ ମହିନ୍ଦ୍ରାଙ୍କ ପତ୍ନୀ ସାମ୍ବାଦିକତା କ୍ଷେତ୍ର ସହିତ ଜଡିତ। ଅନୁରାଧା ମୁମ୍ବାଇର ସୋଫିଆ କଲେଜରୁ ମନୋବିଜ୍ଞାନରେ ସ୍ନାତକ ହାସଲ କରିଛନ୍ତି । ସେ ବର୍ବ ଆଣ୍ଡ ଦ ଇଣ୍ଡିଆନ୍ କ୍ୱାର୍ଟର୍ଲିର ମୁଖ୍ୟ ସମ୍ପାଦକ । ଉଭୟଙ୍କ ଦୁଇ ଝିଅ ଅଲିକା ଏବଂ ଦିବ୍ୟା ଫିଲ୍ମ ଏବଂ ଡିଜାଇନ କ୍ଷେତ୍ରରେ ନିଜର ନାମ ଅର୍ଜନ କରୁଛନ୍ତି । ଦୁଇ ଝିଅ ଏବେ ବିଦେଶରେ ରୁହନ୍ତି । ଆଉ ସେଠାରେ ହିଁ ବିଦେଶୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବାପାଙ୍କ ବ୍ୟବସାୟ ପ୍ରତି ସେମାନଙ୍କର ବିଶେଷ ଆଗ୍ରହ ନାହିଁ । ମା’କୁ ମ୍ୟାଗାଜିନ ପ୍ରଡକ୍ସନରେ ଉଭୟେ ସାହାଯ୍ୟ କରନ୍ତି । ତେବେ ସେମାନଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ଆନନ୍ଦ ମହିନ୍ଦ୍ରା କେବେ ବ୍ୟବସାୟରେ ଜଡ଼ିତ ହେବାପାଇଁ ବାଧ୍ୟ କରିନାହାନ୍ତି ।