Advertisment

ରାସ୍ତାରେ ପଡ଼ି ଛଟପଟ ହେଉଥିଲେ ଯୁବକ, ସହାୟତା ପାଇଁ ଧାଇଁ ଆସିଲେ ଅଭିନେତା ସିଦ୍ଧାନ୍ତ...

ସଡ଼କ ଦୁର୍ଘଟଣାରେ ଗୁରୁତରଙ୍କୁ ଉଦ୍ଧାର କଲେ, ମେଡିକାଲରେ ଭର୍ତ୍ତି କଲେ ଓ ତାଙ୍କ ପାଖରେ ରହି ସ୍ୱାସ୍ଥ୍ୟାବସ୍ଥା ବୁଝିଲେ। ଏମିତି କିଛି କରି ଉଦାହରଣ ସୃଷ୍ଟି କରିଛନ୍ତି ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର।

Actor Sidhant Mohapatra Set An Example For Rescuing Accident Victim

Actor Sidhant Mohapatra Set An Example For Rescuing Accident Victim

Advertisment

ସେ ଖାଲି ରିଲ୍‌ ହିରୋ ନୁହଁନ୍ତି, ରିଅଲ ହିରୋ ମଧ୍ୟ। ସଡ଼କ ଦୁର୍ଘଟଣାରେ ଗୁରୁତରଙ୍କୁ ଉଦ୍ଧାର କଲେ, ମେଡିକାଲରେ ଭର୍ତ୍ତି କଲେ ଓ ତାଙ୍କ ପାଖରେ ରହି ସ୍ୱାସ୍ଥ୍ୟାବସ୍ଥା ବୁଝିଲେ। ଏମିତି କିଛି କରି ଉଦାହରଣ ସୃଷ୍ଟି କରିଛନ୍ତି ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର।

Advertisment

ସୂଚନା ଅନୁସାରେ, ଗତକାଲି ଭୁବନେଶ୍ୱର ପାହାଳ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଥିଲେ। ଜାତୀୟ ରାଜପଥରେ ପଡ଼ି ଛଟପଟ ହେଉଥିବା ବେଳେ ରାସ୍ତାର ଅପର ପାର୍ଶ୍ୱରେ ଆରପଟେ ଯାଉଥିବା ସିଦ୍ଧାନ୍ତ ଅଟକି ଯାଇଥିଲେ। ତୁରନ୍ତ ଆହତ ବ୍ୟକ୍ତିଙ୍କ ପାଖରେ ପହଞ୍ଚି ଆମ୍ବୁଲାନ୍ସ ଡକାଇଥିଲେ। ଏହାପରେ ଘରୋଇ ହସ୍ପିଟାଲରେ ଆଡମିଟ୍ କରାଇବା ପରେ ତାଙ୍କ ପାଖରେ ହିଁ ରହିଥିଲେ।

ଆହତଙ୍କ ସମ୍ପର୍କୀୟ ମେଡିକାଲରେ ପହଞ୍ଚିବା ପର୍ଯ୍ୟନ୍ତ ସିଦ୍ଧାନ୍ତ ସେମିତି ତାଙ୍କ ପାଖରେ ରହି ସବୁ ପରିସ୍ଥିତି ବୁଝିଥିଲେ। ପରେ ଆହତଙ୍କ ସମ୍ପର୍କୀୟଙ୍କୁ ଭେଟି ଘଟଣା ସମ୍ପର୍କରେ ଜଣାଇଥିଲେ। ସିଦ୍ଧାନ୍ତଙ୍କ ଏଭଳି ମହତ କାର୍ଯ୍ୟ ପାଇଁ ବିଭିନ୍ନ ମହଳରୁ ତାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟୁଛି। 

Advertisment
Sidhant Mohapatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ