ଦିନ ମଜୁରିଆଙ୍କ ନାମରେ ନାମିତ ହେଲା ସରକାରୀ ଜଙ୍ଗଲ

ତାଙ୍କର ଚେଷ୍ଟା ଓ ପରିଶ୍ରମ ଏକ ବନ୍ଧ୍ୟା ଜମିକୁ ଜଙ୍ଗଲରେ ପରିଣତ କରିଛି। ଜମି ରକ୍ଷକ ଭାବେ ନିଯୁକ୍ତି ପାଇଥିଲେ ମଧ୍ୟ ସେ ଏହାର ଚିତ୍ରକୁ ବଦଳେଇ ଦେଇଛନ୍ତି। ଆଜି ସେ ସମସ୍ତଙ୍କ ପାଇଁ ଆଦର୍ଶ ପାଲଟି ଯାଇଛନ୍ତି। ସେ ହେଲେ ଓଡିଶାର ସରୋଜିନୀ ମହନ୍ତ। ଆସନ୍ତୁ ଜାଣିବା ସେ ଏହାକୁ କିପରି ସମ୍ଭବ କଲେ।

ଦିନ ମଜୁରିଆଙ୍କ ନାମରେ ନାମିତ ହେଲା ସରକାରୀ ଜଙ୍ଗଲ

କଥାରେ ଅଛି 'ଯଦି ଇଚ୍ଛା ଥାଏ ତେବେ ଉପାୟ ବଳେ ବଳେ ଆସେ'। ଏହି ଲୋକକଥାଟି ଏବେ ଓଡିଶାର ଜଣେ ଦିନ ମଜୁରିଆ ମହିଳାଙ୍କ ଦ୍ୱାରା ପ୍ରମାଣିତ ହୋଇଛି। ସେ ହୁଏତ ଜଣେ ସାଧାରଣ ମହିଳା ପରି ଦେଖାଯାଉଛନ୍ତି କିନ୍ତୁ ତାଙ୍କର ଅସାଧାରଣ ନିଷ୍ଠା ଏବଂ ପରିଶ୍ରମ କେବଳ ଦୁଇ ବର୍ଷରେ ଏକ ବନ୍ଧ୍ୟା ଜମିକୁ ଜଙ୍ଗଲରେ ପରିଣତ କରିଦେଇଛି।

ତାଙ୍କର ଏହି ଉଦ୍ୟମକୁ ଜଙ୍ଗଲ ବିଭାଗ ପ୍ରଶଂସା କରିଛି ଏବଂ ବର୍ତ୍ତମାନ ଏହି ଛୋଟ ଜଙ୍ଗଲକୁ ତାଙ୍କ ନାମରେ 'ସରୋଜିନୀ ବନ' (ସରୋଜିନୀ ଜଙ୍ଗଲ) ଭାବରେ ନାମିତ କରାଯାଇଛି। ସେ ଏହି ଛୋଟ ଜାଗାର ସମ୍ପୂର୍ଣ୍ଣ ଚିତ୍ର ବଦଳାଇ ଦେଇଛନ୍ତି।

ବଣାଇ ହେଉଛି ଓଡିଶାର ଏକ ଖଣି ପ୍ରଭାବିତ ଅଞ୍ଚଳ। ଖଣିର କାର୍ଯ୍ୟକଳାପ ଏହି ଅଞ୍ଚଳ ଉପରେ ପ୍ରତିକୂଳ ପ୍ରଭାବ ପକାଇ ସେହି ଅଞ୍ଚଳର ପ୍ରାକୃତିକ ବାସସ୍ଥାନକୁ ନଷ୍ଟ କରି ଦେଇଥିଲା। ଶ୍ରମିକମାନଙ୍କୁ ଖଣି ଭିତରକୁ ଯିବା ପାଇଁ ବହୁ ସଂଖ୍ୟକ ଗଛ କଟାଯାଇଥିଲା।

ଏହି ଅଞ୍ଚଳର ପୁନରୁଦ୍ଧାର ପାଇଁ, ଜିଲ୍ଲା ମିନେରାଲ୍ ଫାଉଣ୍ଡେସନ୍ କାର୍ଯ୍ୟକ୍ରମ ବୃକ୍ଷରୋପଣ ପ୍ରକ୍ରିୟା ପରିଚାଳନା ପାଇଁ ଏକ ପାଣ୍ଠି ଆବଣ୍ଟନ କରିଥିଲା। ପ୍ରାୟ ୩ ଏକର ଜମିକୁ ସରୋଜିନୀ ମହନ୍ତଙ୍କ ଦ୍ୱାରା ଉତ୍ସର୍ଗୀକୃତ କରାଯାଇଥିଲା।

କିଏ ଏହି ସରୋଜିନୀ ମହନ୍ତ:

୪୨ ବର୍ଷୀୟ ସରୋଜିନୀ ମହନ୍ତ ଜଣେ ଦିନ ମଜୁରିଆ ଯିଏ ପ୍ରତିଦିନ ୩୧୫ ଟଙ୍କା ରୋଜଗାର କରନ୍ତି। ସେ ଓଡିଶାର ଉଲସୁରେଇ ଗ୍ରାମ ନିକଟରେ ରୁହନ୍ତି। ଜଙ୍ଗଲର ଯତ୍ନ ନେବା ପାଇଁ ତାଙ୍କୁ ଓଡିଶାର ବଣାଇ ଫରେଷ୍ଟ ଡିଭିଜନରେ ନିଯୁକ୍ତି ଦିଆଯାଇଥିଲା। ସେ ଦୁଇ ବର୍ଷ ଭିତରେ ଏକ ବନ୍ଧ୍ୟା ଜମିକୁ ଜଙ୍ଗଲରେ ପରିଣତ କରିଦେଲେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

(ସରୋଜିନୀ ମହନ୍ତଙ୍କ ଦ୍ୱାରା ସୃଷ୍ଟ ଜଙ୍ଗଲ)

ମହନ୍ତଙ୍କ ଅସାଧାରଣ କାର୍ଯ୍ୟ:

ମହନ୍ତଙ୍କୁ ଜଣେ ଜଗୁଆଳି ଭାବରେ ନିଯୁକ୍ତି ଦିଆଗଲା କିନ୍ତୁ ସେ ନିଜ କର୍ତ୍ତବ୍ୟ ବାହାରେ ଯାଇ ସେହି ଜମିକୁ ଜଙ୍ଗଲରେ ପରିଣତ କରି ଅସାଧାରଣ କାର୍ଯ୍ୟ କରିଥିଲେ। ସେ ନିଜକୁ ଏତେ ଉତ୍ସର୍ଗ କରିଦେଇଥିଲେ ଯେ ସେ ଯଦି କେବେ ଜଙ୍ଗଲ ଭିତରକୁ ଗାଇ ଗୋରୁ ପଶିଆସିବା ଭଳି ଅନୁଭବ କରୁଥିଲେ ତେବେ ରାତି ଅଧରେ ଜଙ୍ଗଲକୁ ଦୌଡୁଥିଲେ।

ମହନ୍ତଙ୍କ କହିବା କଥା, “ଏହି ଜାଗା ମୋରମରେ ପରିପୂର୍ଣ୍ଣଥିଲା। ଏଭଳି ମାଟିରେ ଗଛ ବଢିବା ବହୁ କଷ୍ଟକର। ପ୍ରତ୍ୟେକ ଚାରା ପାଇଁ ଗାତ ଖୋଳିବାରେ ମୁଁ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲି। ଆମେ ସେଗୁଡ଼ିକୁ ଭର୍ମି-କମ୍ପୋଷ୍ଟ୍‌ରେ ଭରିଥିଲୁ। ସମସ୍ତ ଚାରାଗୁଡିକୁ ନିୟମିତ ଭାବେ ଜଳସେଚିତ କଲୁ।"

(ସରୋଜିନୀଙ୍କ ଦ୍ୱାରା ଗଛଗୁଡିକର ରକ୍ଷଣାବେକ୍ଷଣ)

ତାଙ୍କର ଏହି କଠିନ ପରିଶ୍ରମ ଫଳରେ ମାତ୍ର ୨ ବର୍ଷ ମଧ୍ୟରେ ୩୦୦୦ ରୁ ଅଧିକ ଫଳ ଉତ୍ପାଦନକାରୀ ଏବଂ ଜଙ୍ଗଲ ପ୍ରଜାତିର ଗଛ ଏହି ଜାଗାରେ ଏବେ ଉଭାହୋଇଛି। ସେ ଆଜି ବି ଏହିସବୁ ଗଛକୁ ଜଗି ରହୁଛନ୍ତି।

ଜଙ୍ଗଲ ବିଭାଗର ପ୍ରଶଂସା:

ବଣାଇର ଡିଭିଜନାଲ୍‌ ଫରେଷ୍ଟ୍‌ ଅଫିସର (ଡିଏଫ୍‌ଓ) ସନାତନ କୁମାର କହିଛନ୍ତି, “ମୁଁ ଜଣେ ଦିନ ମଜୁରିଆଙ୍କୁ ଏଭଳି ଉତ୍ସର୍ଗୀକୃତ ଭାବେ ଏକ ସର୍ବସାଧାରଣ ସମ୍ପତ୍ତିର ରକ୍ଷଣାବେକ୍ଷଣ କରିବା ଦେଖି ନାହିଁ। ଅନ୍ୟ କାହାରିକୁ ଅପେକ୍ଷା ନ କରି ଯେକୌଣସି ସମୟରେ ବି ସେ ଜଙ୍ଗଲ ଭିତରେ ଗାଇ ଗୋରୁ ଦେଖିଥିଲେ ସେମାନଙ୍କୁ ହୁରୁଡେଇବା ପାଇଁ ଦୌଡି ଯାଉଥିଲେ।” ସରୋଜିନୀଙ୍କ ସଫଳତାର କାହାଣୀ ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।